କେତେ ବଦଳିଯାଇଛନ୍ତି ସିଦ୍ଧୁଙ୍କ ପତ୍ନୀ ? କ୍ୟାନସର ସର୍ଜରୀ ପରେ ସାମ୍ନାକୁ ଆସିଲା ନବଜୋତ୍ କୌରଙ୍କ ଫଟୋ

ନୂଆଦିଲ୍ଲୀ ୧୦।୦୪: ନବଜୋତ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି। ସେ କର୍କଟ ଯୁଦ୍ଧରେ ଜିତିଛନ୍ତି। ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ନିକଟରେ ସେ ଦ୍ୱିତୀୟ ଅସ୍ତ୍ରୋପଚାର କରିଥିଲେ। ଯାହା ପରେ ସେ ରିକଭରୀ ମୋଡକୁ ଆସିଛନ୍ତି। ବର୍ତ୍ତମାନ ତାଙ୍କର ଏକ ଫଟୋ ଆଜି ସାମ୍ନାକୁ ଆସିଛି। ଯେଉଁଥିରେ ସେ କର୍କଟ ରୋଗ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଥମ ଥର ଚାଲୁଥିବାର ଦେଖିବାକୁ ମିଳିଥିଲେ । Back on her feet … discharged from Hospital … one month recovery time before 25 radiation session’s … Big thank you to Dr Rupinder and the staff … indebted forever ???? pic.twitter.com/YKEW64wbmk— Navjot Singh Sidhu (@sherryontopp) April 7, 2024ସେ ତାଙ୍କ ସ୍ୱାମୀ ଏବଂ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତଙ୍କ ହାତ ଧରି ହସ୍ପିଟାଲ ରୁମରୁ ବାହାରକୁ ଆସିଥିଲେ। ନବଜୋତ ସିଦ୍ଧୁ ଏହି ଫଟୋକୁ ତାଙ୍କ X ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ ଶେଷରେ ନବଜୋତ୍‌ ତାଙ୍କ ପାଦରେ ଠିଆ ହୋଇଛନ୍ତି । ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଏକ ମାସ ରିକଭରି ପିରିୟଡ୍ ଏବଂ ୨୫ ରେଡିଏସନ ସେସନ୍‌ ପରେ ମୋତେ ଜୀବନରେ ନୂଆ ଦେଇଥିବାରୁ ଡକ୍ଟର ରୁପିନ୍ଦର କୌର ଏବଂ ତାଙ୍କ କର୍ମଚାରୀମାନଙ୍କୁ ଅନେକ ଧନ୍ୟବାଦ ।

କେତେ ବଦଳିଯାଇଛନ୍ତି ସିଦ୍ଧୁଙ୍କ ପତ୍ନୀ ? କ୍ୟାନସର ସର୍ଜରୀ ପରେ ସାମ୍ନାକୁ ଆସିଲା ନବଜୋତ୍ କୌରଙ୍କ ଫଟୋ

ନୂଆଦିଲ୍ଲୀ ୧୦।୦୪: ନବଜୋତ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି। ସେ କର୍କଟ ଯୁଦ୍ଧରେ ଜିତିଛନ୍ତି। ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ନିକଟରେ ସେ ଦ୍ୱିତୀୟ ଅସ୍ତ୍ରୋପଚାର କରିଥିଲେ। ଯାହା ପରେ ସେ ରିକଭରୀ ମୋଡକୁ ଆସିଛନ୍ତି। ବର୍ତ୍ତମାନ ତାଙ୍କର ଏକ ଫଟୋ ଆଜି ସାମ୍ନାକୁ ଆସିଛି। ଯେଉଁଥିରେ ସେ କର୍କଟ ରୋଗ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଥମ ଥର ଚାଲୁଥିବାର ଦେଖିବାକୁ ମିଳିଥିଲେ ।

 

ସେ ତାଙ୍କ ସ୍ୱାମୀ ଏବଂ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତଙ୍କ ହାତ ଧରି ହସ୍ପିଟାଲ ରୁମରୁ ବାହାରକୁ ଆସିଥିଲେ। ନବଜୋତ ସିଦ୍ଧୁ ଏହି ଫଟୋକୁ ତାଙ୍କ X ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ ଶେଷରେ ନବଜୋତ୍‌ ତାଙ୍କ ପାଦରେ ଠିଆ ହୋଇଛନ୍ତି । ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଏକ ମାସ ରିକଭରି ପିରିୟଡ୍ ଏବଂ ୨୫ ରେଡିଏସନ ସେସନ୍‌ ପରେ ମୋତେ ଜୀବନରେ ନୂଆ ଦେଇଥିବାରୁ ଡକ୍ଟର ରୁପିନ୍ଦର କୌର ଏବଂ ତାଙ୍କ କର୍ମଚାରୀମାନଙ୍କୁ ଅନେକ ଧନ୍ୟବାଦ ।

 

ନବଜୋତ୍‌ ଗତ ଏକ ବର୍ଷ ଧରି କର୍କଟ ରୋଗ ସହ ଲଢୁଛନ୍ତି

କହିବାକୁ ଗଲେ ଯେ ଏପ୍ରିଲ୍ ୨୦୨୩ ପରଠାରୁ ନବଜୋତ୍‌ କୌର ସ୍ତନ କର୍କଟରେ ପୀଡିତ। ନିକଟରେ ତାଙ୍କର ଦ୍ୱିତୀୟ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଅପରେସନ୍ ହରିୟାଣାର ଯମୁନାନଗର ଜିଲ୍ଲାର ଏକ ଡାକ୍ତରଖାନାରେ ହୋଇଥିଲା। ଗତ ବର୍ଷ ଅକ୍ଟୋବର ମାସରେ ପ୍ରଥମ ଅସ୍ତ୍ରୋପଚାର କରାଯାଇଥିଲା।ପରେ ନଭେମ୍ବରରେ ସେ ଆଗକୁ ଆସି ଘୋଷଣା କରିଥିଲେ ଯେ ସେ କର୍କଟ ରୋଗକୁ ହରାଇଛନ୍ତି। ଅସ୍ତ୍ରୋପଚାର ପରେ ଡାକ୍ତରଖାନାର ଏକ ଫଟୋ ସେୟାର କରି ନବଜୋତ ସିଂ ସିଦ୍ଧୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇଛନ୍ତି।