କେନାଲ ପାଣିରେ ଫିଙ୍ଗିଦେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଅରୁଆ ଚାଉଳ, ଅର୍ପଣ ଚାଉଳ ନେଇ ଉଠିଲା ପ୍ରଶ୍ନ ?
କୋଣାର୍କ: କେନାଲ ପାଣିରେ ଫିଙ୍ଗିଦେଲେ କ୍ବିଣ୍ଟାଲ କ୍ବିଣ୍ଟାଲ ଅରୁଆ ଚାଉଳ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ବାଇଆକୁଦା କେନାଲ ବ୍ରିଜ୍ ଉପରେ । ଗୋଟିଏ ୪୦୭ ମିନି ଟ୍ରକରେ ବସ୍ତା ବସ୍ତା ଚାଉଳ ଆଣି କିଛି ଶ୍ରମିକ କେନାଲକୁ ଫିଙ୍ଗୁ ଥିବାର ଦେଖିବାକୁ ମିଳିଛି । ତେବେ ଏତେ ପରିମାଣର ଅରୁଆ ଚାଉଳ କିଏ ଓ କାହିଁକି ଏମିତି ପାଣିରେ ଫିଙ୍ଗି ଦେଲେ ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ଚାଉଳ ଫିଙ୍ଗା କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଏନେଇ ମୁହଁ ଖୋଲୁ ନାହାନ୍ତି । ସେପଟେ ଘଟଣା ସମ୍ପର୍କରେ ଗୋପ ବ୍ଲକ ଯୋଗାଣ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେବି କୌଣସି ଉତ୍ତର ମିଳିପାରିନାହିଁ। ସେପଟେ କେନାଲରେ ଫିଙ୍ଗାଯାଇଥିବା ଚାଉଳକୁ କେହି କେହି ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ସଂଗୃହିତ ଅର୍ପଣ ଚାଉଳ ବୋଲି ସଂଦେହ କରୁଛନ୍ତି ଲୋକେ।
କୋଣାର୍କ: କେନାଲ ପାଣିରେ ଫିଙ୍ଗିଦେଲେ କ୍ବିଣ୍ଟାଲ କ୍ବିଣ୍ଟାଲ ଅରୁଆ ଚାଉଳ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ବାଇଆକୁଦା କେନାଲ ବ୍ରିଜ୍ ଉପରେ । ଗୋଟିଏ ୪୦୭ ମିନି ଟ୍ରକରେ ବସ୍ତା ବସ୍ତା ଚାଉଳ ଆଣି କିଛି ଶ୍ରମିକ କେନାଲକୁ ଫିଙ୍ଗୁ ଥିବାର ଦେଖିବାକୁ ମିଳିଛି ।
ତେବେ ଏତେ ପରିମାଣର ଅରୁଆ ଚାଉଳ କିଏ ଓ କାହିଁକି ଏମିତି ପାଣିରେ ଫିଙ୍ଗି ଦେଲେ ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ଚାଉଳ ଫିଙ୍ଗା କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଏନେଇ ମୁହଁ ଖୋଲୁ ନାହାନ୍ତି । ସେପଟେ ଘଟଣା ସମ୍ପର୍କରେ ଗୋପ ବ୍ଲକ ଯୋଗାଣ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେବି କୌଣସି ଉତ୍ତର ମିଳିପାରିନାହିଁ। ସେପଟେ କେନାଲରେ ଫିଙ୍ଗାଯାଇଥିବା ଚାଉଳକୁ କେହି କେହି ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ସଂଗୃହିତ ଅର୍ପଣ ଚାଉଳ ବୋଲି ସଂଦେହ କରୁଛନ୍ତି ଲୋକେ।