କେନାଲ ହିଡ଼ରୁ ମୁମୂର୍ଷୁ ଅବସ୍ଥାରେ ଯୁବକ ଉଦ୍ଧାର
କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଥାନା ଗଞ୍ଜାବାହାଲ କେନାଲ ନିକଟ ହିଡ଼ରୁ ମଙ୍ଗଳବାର ଜଣେ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଲେ ଗମଡା ଗାଁର ରଥ ମେହେର। ରଥ ଜଣେ ଗାଡ଼ି ଚାଳକ ବୋଲି ଜଣାପଡ଼ିଛି। ସୋମବାର ସନ୍ଧ୍ୟାରେ ସେ ଘରୁ ବାହାରିଥିବା ବେଳେ ଭୋରରୁ ସେ କେନାଲ ପାଖରେ ପଡ଼ିଥିବା କିଛି ଲୋକ ଦେଖିଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସରେ କଣ୍ଟାବାଞ୍ଜି ଡାକ୍ତରଖାନା ଆଣାଯାଇଥିବା ବେଳେ ପରିବାର ଲୋକ ମଧ୍ୟ ଖବର ପାଇ ଡାକ୍ତରଖାନା ପହଞ୍ଚିଥିଲେ। […]

କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଥାନା ଗଞ୍ଜାବାହାଲ କେନାଲ ନିକଟ ହିଡ଼ରୁ ମଙ୍ଗଳବାର ଜଣେ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଲେ ଗମଡା ଗାଁର ରଥ ମେହେର। ରଥ ଜଣେ ଗାଡ଼ି ଚାଳକ ବୋଲି ଜଣାପଡ଼ିଛି। ସୋମବାର ସନ୍ଧ୍ୟାରେ ସେ ଘରୁ ବାହାରିଥିବା ବେଳେ ଭୋରରୁ ସେ କେନାଲ ପାଖରେ ପଡ଼ିଥିବା କିଛି ଲୋକ ଦେଖିଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସରେ କଣ୍ଟାବାଞ୍ଜି ଡାକ୍ତରଖାନା ଆଣାଯାଇଥିବା ବେଳେ ପରିବାର ଲୋକ ମଧ୍ୟ ଖବର ପାଇ ଡାକ୍ତରଖାନା ପହଞ୍ଚିଥିଲେ। ତେବେ ରଥଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ରଥଙ୍କ ଗୋଡ଼ ଏବଂ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି।