କେନାଲରେ ଭାସୁଛି ୟୁପିର ପଚା ଆଳୁ, ଖାଉଛନ୍ତି ଗାଈଗୋରୁ

କଟକ: କେନାଲ ପାଖରେ ଫୋପଡା ଯାଇଛି ୟୁପି ପଚା ଆଳୁ । ପାଣିରେ ଭାସୁଥିବା ବେଳେ ପଚା ଆଳୁକୁ ଗାଇ... The post କେନାଲରେ ଭାସୁଛି ୟୁପିର ପଚା ଆଳୁ, ଖାଉଛନ୍ତି ଗାଈଗୋରୁ appeared first on .

କେନାଲରେ ଭାସୁଛି ୟୁପିର ପଚା ଆଳୁ, ଖାଉଛନ୍ତି ଗାଈଗୋରୁ

କଟକ: କେନାଲ ପାଖରେ ଫୋପଡା ଯାଇଛି ୟୁପି ପଚା ଆଳୁ । ପାଣିରେ ଭାସୁଥିବା ବେଳେ ପଚା ଆଳୁକୁ ଗାଇ ଖାଉଛି । କଟକ ଛାତ୍ର ବଜାର ତାଳଦଣ୍ଡା କେନାଲ ପାଖର ଏ ଦୃଶ୍ୟ । ଗଲା କିଛି ମାସ ହେବ ଆଳୁକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଇଥିବା ସମସ୍ତେ ଦେଖିଥିଲେ। ରାଜ୍ୟର ସବୁ ଜିଲାରେ ଆଳୁ ଦର୍ ସମାନ ନଥିବା ବେଳେ ରାଜ୍ୟର ପ୍ରମୁଖ ମଣ୍ଡିରେ ଆଳୁ ଏକ ପ୍ରକାର ଉଭାନ ହୋଇଯାଇଥିଲା ।

ଯେତିକି ଗାଡି ୱେଷ୍ଟ ବେଙ୍ଗଲରୁ ଆସୁଥିଲା ତାହା ଚୋରା ଆସୁଥିଲା। ଏହାର ବିକଳ୍ପ ଚିନ୍ତା କରି ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ରପ୍ତାନୀ କରିଥିଲେ। କିନ୍ତୁ ଉତ୍ତରପ୍ରଦେଶ ଆଳୁକୁ ରାଜ୍ୟବାସୀ ଗ୍ରହଣ କଲେ ନାହିଁ। କଟକ ଛାତ୍ର ବଜାର ତାଳଦଣ୍ଡା କେନାଲ ପାଖରରେ ଶହ ଶହ ବସ୍ତା ଆଳୁ ଫୋପାଡାଯାଇଥିବା ବେଳେ ପାଣିରେ ଭାସୁଛି କିଛି ଆଳୁ। ଏହି ଆଳୁକୁ ଗାଈ ବା ଷଣ୍ଢ ଖାଉଥିବାର ଦୃଶ୍ୟ ଏବେ ଆମ କ୍ୟାମେରାରେ କଏଦ ହୋଇଛି ।

 

 

 

The post କେନାଲରେ ଭାସୁଛି ୟୁପିର ପଚା ଆଳୁ, ଖାଉଛନ୍ତି ଗାଈଗୋରୁ appeared first on .