ପରଦାକୁ ଆସିଲା ପୁଷ୍ପା-୨: ଭାଙ୍ଗିବ ରେକର୍ଡ
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବହୁ ଚର୍ଚ୍ଚିତ ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା-୨’ ଆଜି ରିଲିଜ ହେବାକୁ ଯାଉଛି। ହେଲେ ରିଲିଜ ହେବା ପୂର୍ବରୁ ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିବ ବୋଲି କେତେକ ସିନେ ସମୀକ୍ଷକ ଆକଳନ କରିସାରିଲେଣି। କେବଳ ସେତିକି ନୁହେଁ, ଏହାର ସଫଳତାକୁ ନେଇ ଦୃଢ଼ ଆଶାବାଦୀ ଅଛନ୍ତି ଚିତ୍ରଟିର ନିର୍ଦ୍ଦେଶକ ସୁକୁମାର। ସେ ମଧ୍ୟ ଏହାର କାହାଣୀ ରଚନା କରିଛନ୍ତି। ସଂଳାପ ଲେଖିଛନ୍ତି ଶ୍ରୀକାନ୍ତ ଭିସା। ସବୁଠାରୁ ଖାସ୍ କଥା […] The post ପରଦାକୁ ଆସିଲା ପୁଷ୍ପା-୨: ଭାଙ୍ଗିବ ରେକର୍ଡ appeared first on Dharitri Odia News.
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବହୁ ଚର୍ଚ୍ଚିତ ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା-୨’ ଆଜି ରିଲିଜ ହେବାକୁ ଯାଉଛି। ହେଲେ ରିଲିଜ ହେବା ପୂର୍ବରୁ ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିବ ବୋଲି କେତେକ ସିନେ ସମୀକ୍ଷକ ଆକଳନ କରିସାରିଲେଣି। କେବଳ ସେତିକି ନୁହେଁ, ଏହାର ସଫଳତାକୁ ନେଇ ଦୃଢ଼ ଆଶାବାଦୀ ଅଛନ୍ତି ଚିତ୍ରଟିର ନିର୍ଦ୍ଦେଶକ ସୁକୁମାର। ସେ ମଧ୍ୟ ଏହାର କାହାଣୀ ରଚନା କରିଛନ୍ତି। ସଂଳାପ ଲେଖିଛନ୍ତି ଶ୍ରୀକାନ୍ତ ଭିସା। ସବୁଠାରୁ ଖାସ୍ କଥା ହେଲା, ଏହାର କିଛି ଭାଗ ଶୁଟିଂ ଓଡ଼ିଶାର ମାଲକାନଗିରିରେ କରାଯାଇଛି। ଫିଲ୍ମଟିର ନାୟକ ସାଜିଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତା ଆଲ୍ଲୁ ଅର୍ଜୁନ। ଏଥିରେ ତାଙ୍କର ନାୟିକା ଭାବରେ ସ୍କ୍ରିନ୍ ସେୟାର କରିଛନ୍ତି ରଶ୍ମିକା ମାନ୍ଦାନା। ଚିତ୍ର ବିଷୟରେ ଆଲ୍ଲୁ କହନ୍ତି, ‘ଏହି ବିଗ୍ ବଜେଟ୍ ଫିଲ୍ମଟିକୁ ନେଇ ଆମେ ସମସ୍ତେ ବେଶ୍ ଉତ୍ସାହିତ ରହିଛୁ। ଆଶା ରଖିଛୁ ଦର୍ଶକ ଏଥିରୁ ଶତ ପ୍ରତିଶତ ମନୋରଞ୍ଜନ ପାଇବେ। ଏବେ ତ ଆମେ ଯାହା ଆକଳନ କରିବା। ରିଲିଜ ପରେ ଏହା କେତେ ସତ ତାହା ଜଣାପଡିବ।’ ଏହି ସିନେମାର ଗୀତଗୁଡିକୁ ସ୍ବର ଦେଇଛନ୍ତି ଦେବୀ ଶ୍ରୀ ପ୍ରସାଦ। ଫିଲ୍ମଟିର ବଜେଟ୍ ରହିଛି ୫୦୦କୋଟି। ତେବେ ‘ପୁଷ୍ପା-୨’ ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛି ତାହା ଦେଖିବାକୁ ବାକି ରହିଲା।
The post ପରଦାକୁ ଆସିଲା ପୁଷ୍ପା-୨: ଭାଙ୍ଗିବ ରେକର୍ଡ appeared first on Dharitri Odia News.