କେନିଆରେ ଚାକିରି, ମାସକୁ ମିଳିବ ମୋଟା ଅଙ୍କର ଦରମା, ଏଭଳି ଅଫର୍ ଦେଇ କରୁଥିଲେ ଠକେଇ, ହେଲେ ଗିରଫ
ବ୍ରହ୍ମପୁର,୧୯।୨(ସୁବାସ ଚନ୍ଦ୍ର ପାଢ଼ୀ): କେନିଆରେ ମୋଟା ଅଙ୍କର ଦରମାରେ ମିଳିବ ଚାକିରି। ଏନେଇ କମ୍ପାନୀର ନିଯୁକ୍ତିପତ୍ର ମଧ୍ୟ ଯୋଗାଇ ଦେଉଥିଲେ। ପାସ୍ପୋର୍ଟ କରିବାକୁ ହେଲେ ନେଉଥିଲେ ଜଣକ ପିଛା ୨୫ରୁ ୪୦ ହଜାର ଟଙ୍କା, ଭିଜା ପାଇଁ ୪୮ ହଜାର ୫୦୦ ଟଙ୍କା। କିନ୍ତୁ ଯେଉଁ ଭିଜା ଦେଉଥିଲେ ତାହା ନିଯୁକ୍ତି ପାଇଁ ନୁହେଁ, ପର୍ଯ୍ୟଟକ ପାଇଁ ଉଦ୍ଦିଷ୍ଟ ଥିଲା। ଏଭଳି ଏକ ଠକାମି ଅଭିଯୋଗରେ ଗୋଶାଣିନୂଆଗାଁ ଥାନା ପୋଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ […] The post କେନିଆରେ ଚାକିରି, ମାସକୁ ମିଳିବ ମୋଟା ଅଙ୍କର ଦରମା, ଏଭଳି ଅଫର୍ ଦେଇ କରୁଥିଲେ ଠକେଇ, ହେଲେ ଗିରଫ appeared first on Dharitri Odia News.
ବ୍ରହ୍ମପୁର,୧୯।୨(ସୁବାସ ଚନ୍ଦ୍ର ପାଢ଼ୀ): କେନିଆରେ ମୋଟା ଅଙ୍କର ଦରମାରେ ମିଳିବ ଚାକିରି। ଏନେଇ କମ୍ପାନୀର ନିଯୁକ୍ତିପତ୍ର ମଧ୍ୟ ଯୋଗାଇ ଦେଉଥିଲେ। ପାସ୍ପୋର୍ଟ କରିବାକୁ ହେଲେ ନେଉଥିଲେ ଜଣକ ପିଛା ୨୫ରୁ ୪୦ ହଜାର ଟଙ୍କା, ଭିଜା ପାଇଁ ୪୮ ହଜାର ୫୦୦ ଟଙ୍କା। କିନ୍ତୁ ଯେଉଁ ଭିଜା ଦେଉଥିଲେ ତାହା ନିଯୁକ୍ତି ପାଇଁ ନୁହେଁ, ପର୍ଯ୍ୟଟକ ପାଇଁ ଉଦ୍ଦିଷ୍ଟ ଥିଲା। ଏଭଳି ଏକ ଠକାମି ଅଭିଯୋଗରେ ଗୋଶାଣିନୂଆଗାଁ ଥାନା ପୋଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଥାନା କୁଠାରସିଂ ଗାଁର ମୂଳ ବାସିନ୍ଦା ସିଏଚ୍.ମୋହନ ରେଡ୍ଡୀ(୪୮), ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲ୍ଲମ ଜିଲା କାସିଗୁ ଥାନା ଅଞ୍ଚଳର ପି.ସୀମାଞ୍ଚଳମ୍(୪୦) ଏବଂ ଶ୍ରୀକାକୁଲ୍ଲମ ଜିଲା କାସିବୁଗା ଥାନା ଅଞ୍ଚଳର ଟି.ଦୀଲେଶ୍ବର ରାଓ(୩୫)। ଏନେଇ ପୋଲିସ ଏକ ମାମଲା(ନଂ.୩୪/୨୪) ରୁଜୁ କରି ୩ଜଣଙ୍କୁ ଗିରଫ କରାଯାଇଥିବା ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ଡା.ସର୍ବଣା ବିବେକ ଏମ୍ ଏହି ସୂଚନା ଦେଇଛନ୍ତି।
ପୋଲିସ ଗିରଫ ଅଭିଯୁକ୍ତଙ୍କଠାରୁ ୯୨ଟି ପାସପୋର୍ଟ, କେନିଆ ସରକାରଙ୍କ ଦ୍ବାରା ପ୍ରଣିତ ୨୦ଟି ଟୁରିଷ୍ଟ ଭିସା, କେତେକ ଆବେଦନକାରୀଙ୍କ ଫର୍ମ ଏବଂ ଆର୍ଥିକ କାରବାରର ସ୍କ୍ରିନସଟ ପୋଲିସ ଜବତ କରିଛି। ଏପରିକି ଅଭିଯୁକ୍ତମାନେ ଦେଇଥିବା କମ୍ପାନୀ ଅଫରଲେଟର୍ର ସତ୍ୟାସତ୍ୟକୁ ନେଇ ପୋଲିସ ଯାଞ୍ଚ କରୁଛି।
The post କେନିଆରେ ଚାକିରି, ମାସକୁ ମିଳିବ ମୋଟା ଅଙ୍କର ଦରମା, ଏଭଳି ଅଫର୍ ଦେଇ କରୁଥିଲେ ଠକେଇ, ହେଲେ ଗିରଫ appeared first on Dharitri Odia News.