ନିର୍ବାଚନ ମଧ୍ୟରେ ବଡ଼ ଘୋଷଣା କଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୧୩।୫: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଚାଲିଥିବା ଭୋଟ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମହିଳାମାନଙ୍କ ପାଇଁ ବାର୍ତ୍ତା ଦେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏହି ସମୟ ମଧ୍ୟରେ ସେ ଏକ ବଡ ଘୋଷଣା କରିଛନ୍ତି। ସୋନିଆ ଗାନ୍ଧୀ ସୋମବାର ଏକ ଭିଡିଓ ବାର୍ତ୍ତା ପ୍ରକାଶ କରି କହିଛନ୍ତି, ସ୍ବାଧୀନତା ସଂଗ୍ରାମରୁ ମହିଳାମାନେ ଆଧୁନିକ ଭାରତ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆଜି ମହିଳାମାନେ ଭୟଙ୍କର ମହଙ୍ଗାର ସମ୍ମୁଖୀନ […] The post ନିର୍ବାଚନ ମଧ୍ୟରେ ବଡ଼ ଘୋଷଣା କଲେ ସୋନିଆ ଗାନ୍ଧୀ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୫: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଚାଲିଥିବା ଭୋଟ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମହିଳାମାନଙ୍କ ପାଇଁ ବାର୍ତ୍ତା ଦେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏହି ସମୟ ମଧ୍ୟରେ ସେ ଏକ ବଡ ଘୋଷଣା କରିଛନ୍ତି।
ସୋନିଆ ଗାନ୍ଧୀ ସୋମବାର ଏକ ଭିଡିଓ ବାର୍ତ୍ତା ପ୍ରକାଶ କରି କହିଛନ୍ତି, ସ୍ବାଧୀନତା ସଂଗ୍ରାମରୁ ମହିଳାମାନେ ଆଧୁନିକ ଭାରତ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆଜି ମହିଳାମାନେ ଭୟଙ୍କର ମହଙ୍ଗାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଆମେ ଏକ ବୈପ୍ଳବିକ ଗ୍ୟାରେଣ୍ଟି ନେଇ ଆସିଛୁ। କଂଗ୍ରେସର ମହାଲକ୍ଷ୍ମୀ ଯୋଜନା ଅନୁଯାୟୀ, ଗରିବ ପରିବାରର ଜଣେ ମହିଳାଙ୍କୁ ପ୍ରତିବର୍ଷ ଏକ ଲକ୍ଷ ଟଙ୍କା ଦିଆଯିବ।
ସୋନିଆ ଗାନ୍ଧୀ କହିଛନ୍ତି, ଆମର ଗ୍ୟାରେଣ୍ଟି କର୍ନାଟକ ଏବଂ ତେଲଙ୍ଗାନାରେ କୋଟି କୋଟି ପରିବାରର ଜୀବନ ବଦଳାଇ ସାରିଛି। ସେ ମନରେଗା, ଶିକ୍ଷା କିମ୍ବା ଖାଦ୍ୟ ନିରାପତ୍ତା ଅଧିକାର ହେଉ। ଆମର ଏହି ଯୋଜନାଗୁଡିକ ଲକ୍ଷ ଲକ୍ଷ ପରିବାରକୁ ଶକ୍ତି ପ୍ରଦାନ କରିଛି । ଏହି କାର୍ଯ୍ୟକୁ ଆଗକୁ ନେବା ପାଇଁ ମହାଲକ୍ଷ୍ମୀ ଆମର ସର୍ବଶେଷ ଗ୍ୟାରେଣ୍ଟି।
ସୋନିଆ ଗାନ୍ଧୀ ନିଶ୍ଚିତ କରିଛନ୍ତି ଯେ, ଏହି କଷ୍ଟ ସମୟରେ କଂଗ୍ରେସର ହାତ ଆପଣଙ୍କ ପାଖରେ ଅଛି। ଏହି କଷ୍ଟ ସମୟରେ କେବଳ କଂଗ୍ରେସର ହାତ ଆପଣଙ୍କ ସ୍ଥିତିକୁ ବଦଳାଇବ। କଂଗ୍ରେସ ସୋନିଆ ଗାନ୍ଧୀଙ୍କ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
नमस्ते मेरी प्यारी बहनों
![]()
स्वतंत्रता की लड़ाई से लेकर आधुनिक भारत बनाने में महिलाओं का बहुत बड़ा योगदान रहा है।
हालांकि आज हमारी महिलाएं भयंकर महंगाई के बीच संकट का सामना कर रही हैं।
उनकी मेहनत और तपस्या के साथ न्याय करने के लिए कांग्रेस एक क्रांतिकारी कदम लेकर आई है।… pic.twitter.com/Wk7JGt8x7r
— Congress (@INCIndia) May 13, 2024
The post ନିର୍ବାଚନ ମଧ୍ୟରେ ବଡ଼ ଘୋଷଣା କଲେ ସୋନିଆ ଗାନ୍ଧୀ appeared first on Dharitri Odia News.