କେନ୍‌ ମାର୍ଟିନ୍‌ ଆମେରିକା ଡେମୋକ୍ରାଟ୍‌ ନେତା ନିର୍ବାଚିତ

ଓ୍ବାଶିଂଟନ,୩।୨: ଆମେରିକାର ଡେମୋକ୍ରାଟ୍‌ମାନେ ୫୧ ବର୍ଷୀୟ ପ୍ରଗତିଶୀଳ ଆକ୍ଟିଭିଷ୍ଟ କେନ୍‌ ମାର୍ଟିନ୍‌ଙ୍କୁ ଶନିବାର ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ପରେ ସ୍ଥିତି ସୁଧାରିବା ପାଇଁ ମାର୍ଟିନ୍‌ ଦଳର ପୁନର୍ଗଠନ କରିବେ। ଏଥିସହିତ ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ସବୁ ଦିଗରୁ କିପରି ବିରୋଧ କରାଯିବ, ସେ ନେଇ ବାଟ ବାହାର କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସବୁ ନିର୍ବାଚନରେ ଏବଂ ସବୁ ସ୍ତରରେ ଦଳକୁ ସଶକ୍ତ କରାଇବା […] The post କେନ୍‌ ମାର୍ଟିନ୍‌ ଆମେରିକା ଡେମୋକ୍ରାଟ୍‌ ନେତା ନିର୍ବାଚିତ appeared first on Dharitri Odia News.

କେନ୍‌ ମାର୍ଟିନ୍‌ ଆମେରିକା ଡେମୋକ୍ରାଟ୍‌ ନେତା ନିର୍ବାଚିତ

ଓ୍ବାଶିଂଟନ,୩।୨: ଆମେରିକାର ଡେମୋକ୍ରାଟ୍‌ମାନେ ୫୧ ବର୍ଷୀୟ ପ୍ରଗତିଶୀଳ ଆକ୍ଟିଭିଷ୍ଟ କେନ୍‌ ମାର୍ଟିନ୍‌ଙ୍କୁ ଶନିବାର ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ପରେ ସ୍ଥିତି ସୁଧାରିବା ପାଇଁ ମାର୍ଟିନ୍‌ ଦଳର ପୁନର୍ଗଠନ କରିବେ। ଏଥିସହିତ ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ସବୁ ଦିଗରୁ କିପରି ବିରୋଧ କରାଯିବ, ସେ ନେଇ ବାଟ ବାହାର କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସବୁ ନିର୍ବାଚନରେ ଏବଂ ସବୁ ସ୍ତରରେ ଦଳକୁ ସଶକ୍ତ କରାଇବା ପାଇଁ ଆମକୁ କଠିନ ପରିଶ୍ରମ କରିବାର ସମୟ ଆସିଛି ବୋଲି ଡେମୋକ୍ରାଟିକ୍‌ ନ୍ୟାଶନାଲ କମିଟି (ଡିଏନ୍‌ସି)ର ନୂଆ ଅଧ୍ୟକ୍ଷ ମାର୍ଟିନ୍‌ କହିଛନ୍ତି।

The post କେନ୍‌ ମାର୍ଟିନ୍‌ ଆମେରିକା ଡେମୋକ୍ରାଟ୍‌ ନେତା ନିର୍ବାଚିତ appeared first on Dharitri Odia News.