ଧର୍ମେନ୍ଦ୍ରଙ୍କ ସହ ତୁଳନା ହେବାରୁ ହାତ ଯୋଡି ପକାଇଲେ ଗୁରୁ ରାନ୍ଧଓ୍ବା

ପଞ୍ଜାବୀ ସିନେମାର ଜଣାଶୁଣା ଗାୟକ ଗୁରୁ ରାନ୍ଧୱା ‘କୁଛ୍‌ ଖଟ୍ଟା ହୋ ଜାୟେ’ ଫିଲ୍ମ ମାଧ୍ୟମରେ ହିନ୍ଦୀ ସିନେମାରେ ଅଭିନେତା ଭାବରେ ଡେବ୍ୟୁ କରୁଛନ୍ତି। ଏହି ଫିଲ୍ମର ଟ୍ରେଲର ବୁଧବାର ମୁମ୍ବାଇରେ ଲଞ୍ଚ କରାଯାଇଥିଲା। ଫିଲ୍ମର ଟ୍ରେଲର ଲଞ୍ଚ ପରେ ଗୁରୁ ରାନ୍ଧୱାଙ୍କୁ ଭେଟେରାନ ଭାରତୀୟ ସିନେମା ଅଭିନେତା ଧର୍ମେନ୍ଦ୍ରଙ୍କ ସହ ତୁଳନା କରାଯାଇଥିଲା। ଏହି ସମୟ ଗୁରୁ ରାନ୍ଧୱା ହାତ ଯୋଡି ପକାଇଥିଲେ। ଧରମ ଜୀ ଅଭିନୟର ଭଗବାନ। ଆମେ ସମାନ ରାଜ୍ୟରୁ ଆସିଛୁ। ମୁଁ […] The post ଧର୍ମେନ୍ଦ୍ରଙ୍କ ସହ ତୁଳନା ହେବାରୁ ହାତ ଯୋଡି ପକାଇଲେ ଗୁରୁ ରାନ୍ଧଓ୍ବା appeared first on Dharitri Odia News.

ଧର୍ମେନ୍ଦ୍ରଙ୍କ ସହ ତୁଳନା ହେବାରୁ ହାତ ଯୋଡି ପକାଇଲେ ଗୁରୁ ରାନ୍ଧଓ୍ବା

ପଞ୍ଜାବୀ ସିନେମାର ଜଣାଶୁଣା ଗାୟକ ଗୁରୁ ରାନ୍ଧୱା ‘କୁଛ୍‌ ଖଟ୍ଟା ହୋ ଜାୟେ’ ଫିଲ୍ମ ମାଧ୍ୟମରେ ହିନ୍ଦୀ ସିନେମାରେ ଅଭିନେତା ଭାବରେ ଡେବ୍ୟୁ କରୁଛନ୍ତି। ଏହି ଫିଲ୍ମର ଟ୍ରେଲର ବୁଧବାର ମୁମ୍ବାଇରେ ଲଞ୍ଚ କରାଯାଇଥିଲା। ଫିଲ୍ମର ଟ୍ରେଲର ଲଞ୍ଚ ପରେ ଗୁରୁ ରାନ୍ଧୱାଙ୍କୁ ଭେଟେରାନ ଭାରତୀୟ ସିନେମା ଅଭିନେତା ଧର୍ମେନ୍ଦ୍ରଙ୍କ ସହ ତୁଳନା କରାଯାଇଥିଲା। ଏହି ସମୟ ଗୁରୁ ରାନ୍ଧୱା ହାତ ଯୋଡି ପକାଇଥିଲେ।
ଧରମ ଜୀ ଅଭିନୟର ଭଗବାନ। ଆମେ ସମାନ ରାଜ୍ୟରୁ ଆସିଛୁ। ମୁଁ ତାଙ୍କ ଅଭିନୟର ଏକ ପ୍ରତିଶତ ଯଦି କରିପାରିବି ନିଜ ଭାବ୍ୟବାନ୍‌ ମନେ କରିବି, ତଥାପି ମୁଁ ତାଙ୍କ ପାଖରେ କିଛି ନୁହେଁ। ଧରାମ ଜୀ ଜଣେ କିମ୍ବଦନ୍ତୀ, ମୋତେ ତାଙ୍କ ସହିତ ତୁଳନା କରାଯାଇପାରିବ ନାହିଁ। ମୁଁ ଇଣ୍ଡଷ୍ଟ୍ରିର ସମସ୍ତ କିମ୍ବଦନ୍ତୀ ଅଭିନେତାଙ୍କ ଚଳଚ୍ଚିତ୍ର ଦେଖି ବଡ ହୋଇଛି। ମୋର କୌଣସି ପ୍ରତିଯୋଗିତା ନାହିଁ। ମୁଁ ପ୍ରତିଦିନ ନିଜକୁ ଦେଖେ ଏବଂ ନିଜ ସହିତ ପ୍ରତିଦ୍ୱନ୍ଦ୍ୱିତା କରେ।
ଫିଲ୍ମ ‘କୁଛ୍‌ ଖଟ୍ଟା ହୋ ଜାୟେ’ର ଟ୍ରେଲର ଲଞ୍ଚ ସମୟରେ ଗାୟକ-ଅଭିନେତା ଗୁରୁ ରାନ୍ଧୱା ନିଜର ସରଳତା ଏବଂ ମୂଲ୍ୟବୋଧ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ। ସେ ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ଅଭିନେତାଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ଫିଲ୍ମର ଅଭିନେତ୍ରୀ ସାଇ ଏମ ମଞ୍ଜରେକରଙ୍କୁ ଗୋଲାପ ଫୁଲ ଦେଇ ରୋଜ ଡେ’ ପାଳନ କରିଥିଲେ।

The post ଧର୍ମେନ୍ଦ୍ରଙ୍କ ସହ ତୁଳନା ହେବାରୁ ହାତ ଯୋଡି ପକାଇଲେ ଗୁରୁ ରାନ୍ଧଓ୍ବା appeared first on Dharitri Odia News.