ଗାଁ ପୋଖରୀରେ କୁମ୍ଭୀର: ଲୋକେ ଭୟଭୀତ
ପଟ୍ଟାମୁଣ୍ଡାଇ,୧୪।୯: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବ୍ରାହ୍ମଣସାହି ଗଜରାଜପୁର ଗାଁ ପୋଖରୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ପୋଖରୀରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଅନ୍ୟପକ୍ଷେ କୌଶଳ କ୍ରମେ ଗ୍ରାମବାସୀ କୁମ୍ଭୀରକୁ ଧରି ପୋଖରୀ କୂଳରେ ବାନ୍ଧି ରଖିଛନ୍ତି। ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଅନ୍ୟତ୍ର ଛାଡିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ, ସ୍ଥାନୀୟ ନଦୀରୁ ବର୍ଷା ପାଣିରେ କୁମ୍ଭୀରଟି ପୋଖରୀକୁ ଚାଳିଆସିଥିବା ଅନୁମାନ କରାଯାଉଛି। ଏପରିକି ପୋଖରୀରେ ଆହୁରି […] The post ଗାଁ ପୋଖରୀରେ କୁମ୍ଭୀର: ଲୋକେ ଭୟଭୀତ appeared first on Dharitri Odia News.
ପଟ୍ଟାମୁଣ୍ଡାଇ,୧୪।୯: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବ୍ରାହ୍ମଣସାହି ଗଜରାଜପୁର ଗାଁ ପୋଖରୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ପୋଖରୀରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଅନ୍ୟପକ୍ଷେ କୌଶଳ କ୍ରମେ ଗ୍ରାମବାସୀ କୁମ୍ଭୀରକୁ ଧରି ପୋଖରୀ କୂଳରେ ବାନ୍ଧି ରଖିଛନ୍ତି। ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଅନ୍ୟତ୍ର ଛାଡିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ସୂଚନା ଯୋଗ୍ୟ, ସ୍ଥାନୀୟ ନଦୀରୁ ବର୍ଷା ପାଣିରେ କୁମ୍ଭୀରଟି ପୋଖରୀକୁ ଚାଳିଆସିଥିବା ଅନୁମାନ କରାଯାଉଛି। ଏପରିକି ପୋଖରୀରେ ଆହୁରି କୁମ୍ଭୀର ଥାଇପାରେ ବୋଲି ଲୋକେ ଆଶଙ୍କା ପ୍ରକଟ କରିଛନ୍ତି। ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
The post ଗାଁ ପୋଖରୀରେ କୁମ୍ଭୀର: ଲୋକେ ଭୟଭୀତ appeared first on Dharitri Odia News.