ରାତିରେ ଶୋଇଥିଲେ ମା’, ଝିଅ; କାମୁଡିଦେଲା ସାପ: ଆଉ ତା’ପରେ

ଭଞ୍ଜନଗର,୨୯।୮(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ନିଶାଭୁଇଁ ଗ୍ରାମରେ ସର୍ପ ଦଂଶନ ରେ ଗୁରୁବାର ସକାଳେ ମା’, ଝିଅ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ମୃତ ଦୁଇଜଣ ହେଲେ ଗୁରୁବାରି ନାୟକ (୩୫) ଏବଂ ତାଙ୍କ ଝିଅ ସୁବି ନାୟକ। ଭଞ୍ଜନଗର ପୋଲିସ ମରଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇ ଦେଇଛି। ଘଟଣାରୁ ପ୍ରକାଶ ଯେ, ଲଡୁ ନାୟକଙ୍କ ସ୍ତ୍ରୀ ଗୁରବାରି ଏବଂ […] The post ରାତିରେ ଶୋଇଥିଲେ ମା’, ଝିଅ; କାମୁଡିଦେଲା ସାପ: ଆଉ ତା’ପରେ appeared first on Dharitri Odia News.

ରାତିରେ ଶୋଇଥିଲେ ମା’, ଝିଅ; କାମୁଡିଦେଲା ସାପ: ଆଉ ତା’ପରେ

ଭଞ୍ଜନଗର,୨୯।୮(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ନିଶାଭୁଇଁ ଗ୍ରାମରେ ସର୍ପ ଦଂଶନ ରେ ଗୁରୁବାର ସକାଳେ ମା’, ଝିଅ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ମୃତ ଦୁଇଜଣ ହେଲେ ଗୁରୁବାରି ନାୟକ (୩୫) ଏବଂ ତାଙ୍କ ଝିଅ ସୁବି ନାୟକ।
ଭଞ୍ଜନଗର ପୋଲିସ ମରଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇ ଦେଇଛି।
ଘଟଣାରୁ ପ୍ରକାଶ ଯେ, ଲଡୁ ନାୟକଙ୍କ ସ୍ତ୍ରୀ ଗୁରବାରି ଏବଂ ଝିଅ ସୁବି ଗତକାଲି ରାତିରେ କୌଣସି କାରଣରୁ ନ ଖାଇ ଶୋଇପଡ଼ିଥିଲେ। ଗୁରୁବାର ସକାଳେ ଗୁରବାରି ଉଠି ଗୋଡ଼କୁ କଣ ଚୋବାଇ ଦେଲା ବୋଲି ସ୍ବାମୀଙ୍କୁ କହିଥିଲେ। ଏହାର କିଛି ସମୟ ପରେ ଗୁରୁବାରି ଅଚେତ ହୋଇ ପଡିଥିଲେ। ଏହା ପରେ ପରେ ଝିଅ ସୁବି ମଧ୍ୟ ଅଚେତ ହୋଇପଡ଼ିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଞ୍ଜନଗର ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ମେଡିକାଲରେ ମା’ ଏବଂ ଝିଅ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ତାଙ୍କ ପରିବାର ଲୋକେ ଏଠାରେ କହିଛନ୍ତି।

The post ରାତିରେ ଶୋଇଥିଲେ ମା’, ଝିଅ; କାମୁଡିଦେଲା ସାପ: ଆଉ ତା’ପରେ appeared first on Dharitri Odia News.