କେନ୍ଦୁଝରରେ ବିଜେଡିକୁ ଝଟକା: ଭାଜପାରେ ଯୋଗଦେଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା

ପାଟଣା,୪।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରିନା ନାୟକ ବିଜେଡି ଛାଡି ଭାଜପାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଅଧ୍ୟକ୍ଷା ନାୟକ ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ଅଧ୍ୟକ୍ଷା ନାୟକଙ୍କୁ ପୁଷ୍ପ ଗୁଚ୍ଛ, ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ମିଶ୍ରଣ ଉତ୍ସବରେ କେନ୍ଦୁଝର ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ […] The post କେନ୍ଦୁଝରରେ ବିଜେଡିକୁ ଝଟକା: ଭାଜପାରେ ଯୋଗଦେଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା appeared first on Dharitri Odia News.

କେନ୍ଦୁଝରରେ ବିଜେଡିକୁ ଝଟକା: ଭାଜପାରେ ଯୋଗଦେଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା

ପାଟଣା,୪।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରିନା ନାୟକ ବିଜେଡି ଛାଡି ଭାଜପାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଅଧ୍ୟକ୍ଷା ନାୟକ ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ଅଧ୍ୟକ୍ଷା ନାୟକଙ୍କୁ ପୁଷ୍ପ ଗୁଚ୍ଛ, ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ।

ମିଶ୍ରଣ ଉତ୍ସବରେ କେନ୍ଦୁଝର ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଜ୍ୟ ଭାଜପା ମହିଳା ଏସ୍‌ଟି ମୋର୍ଚ୍ଚା ଉପସଭାପତି ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ବରିଷ୍ଠ ଭାଜପା ନେତା ଶିବାଜୀ ଗୌତମ ମହାନ୍ତ ବର୍ମା, ଭାଜପା ଉଦୟପୁର ମଣ୍ଡଳ ସଭାପତି ନରହରି ମହାନ୍ତ, ସହରପଡ଼ା ମଣ୍ଡଳ ସଭାପତି ବୁଲୁ ବାରିକ, ବରିଷ୍ଠ ନେତା ହିରାଲାଲ ମହାନ୍ତ, କରୁଣା ସାଗର ଖଟୁଆ, ମିଲନ ମହାନ୍ତ, ଅଶିନୀ ମହାନ୍ତ ପ୍ରମୁଖଙ୍କ ସହ ସାହାରପଡ଼ା ବ୍ଲକ ଆଗଧାଡ଼ି ଭାଜପା ନେତାଙ୍କ ଉପସ୍ଥିତିରେ ଅଧ୍ୟକ୍ଷା ନାୟକ ଭାଜପାରେ ସାମିଲ ହୋଇଥିଲେ।

ଅଧ୍ୟକ୍ଷା ନାୟକ ଭାଜପାରେ ସାମିଲ ହେବା ପରେ ପ୍ରତିକ୍ରିୟାରେ କିହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଜଣେ ସାଧାରଣ ପରିବାରରୁ ଆସି ଆଜି ଗୁରୁପୂର୍ଣ୍ଣ ପଦବୀରେ ଆସିନ ହୋଇଛନ୍ତି। ତାଙ୍କ କାର୍ଯ୍ୟ ଦକ୍ଷତା ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଜପାରେ ଯୋଗ ଦେଇଥିବା ସେ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ, ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ପଦ ବିଜେଡି ଦଖଲରେ ଥିବା ବେଳେ ଏବେ ଅଧ୍ୟକ୍ଷା ଭାଜପାରେ ଯୋଗଦେବା ରାଜନୈତିକ ସମୀକରଣ ବଦଳି ଯାଇଛି। ସାହାରପଡ଼ା ବ୍ଲକ ଭାଜପା କବଜାକୁ ଯାଇଛି ବୋଲି ରାଜନୈତିକ ବିଶ୍ଲେଶକ ମତ ପ୍ରକାଶ କରିଛନ୍ତି। କେନ୍ଦୁଝର ଜିଲା ବାର ଆସୋସିଏଶନ ସଭାପତି ତଥା ଆଇନଜୀବୀ ଆଲୋକ ମହାନ୍ତ ମଧ୍ୟ ବିଜେଡି ଛାଡି ସୋମବାର ଭାଜପାରେ ସାମିଲ ହୋଇଛନ୍ତି।

The post କେନ୍ଦୁଝରରେ ବିଜେଡିକୁ ଝଟକା: ଭାଜପାରେ ଯୋଗଦେଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା appeared first on Dharitri Odia News.