କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା, ୬ ମୃତ
କେନ୍ଦୁଝର,୧୫ା୫: ବୁଧବାର ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ସିରିଜ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି। କେନ୍ଦୁଝରରୁ ବଡ଼ବିଲ କାର୍ ଯୋଗେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁଇଟି ଟ୍ରକ୍ ଧକ୍କା ଦେବା ଫଳରେ କାର୍ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖବର ମୁତାବକ ରାତି ପ୍ରାୟ ୯ ଟାରେ ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ […] The post କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା, ୬ ମୃତ appeared first on Dharitri Odia News.
କେନ୍ଦୁଝର,୧୫ା୫: ବୁଧବାର ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ସିରିଜ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି। କେନ୍ଦୁଝରରୁ ବଡ଼ବିଲ କାର୍ ଯୋଗେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁଇଟି ଟ୍ରକ୍ ଧକ୍କା ଦେବା ଫଳରେ କାର୍ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ଖବର ମୁତାବକ ରାତି ପ୍ରାୟ ୯ ଟାରେ ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ରିମୁଳି ନିକଟରେ ଲୁହାପଥର ବୋଝେଇ ଏକ ଟ୍ରକ୍ ଏକ ବ୍ରିଜା କାରକୁ ଧକ୍କା ଦେଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ଆହତ ମାନଙ୍କୁ ଚମୁଆ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି।
ଦୁର୍ଘଟଣା ଏଭଳି ଜୋର୍ ଦାର ଥିଲା ଯେ ବ୍ରିଜା କାରଟି ଭାଙ୍ଗି ଚୁରମାର ହୋଇଯାଇଛି। ମୃତାହତଙ୍କୁ କଟର ସହାୟତାରେ ବାହାର କରିବାକୁ ପଡ଼ିଥିଲା। ପ୍ରକାଶ ଯେ ବ୍ରିଜା କାର ଟି ଯୋଡ଼ା ରୁ କେନ୍ଦୁଝର ଅଭିମୁଖେ ଆସୁଥିଲା। ଦୁଇ ଟ୍ରକ୍ ମଧ୍ୟରେ ଆସୁଥିବା ବେଳେ କାର୍ ଟି ପ୍ରଥମେ ଆଗ ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଫଳରେ ପଛରୁ ଆସୁଥିବା ଟ୍ରକ୍ ଟି ବ୍ରିଜାର ପଛପଟୁ ପିଟିଥିଲା। ଫଳରେ ଗାଡ଼ିରେ ଥିବା ଡ୍ରାଇଭର ସମେତ ଛଅ ଜଣଙ୍କ ମୃତ୍ୟୁ ଘଟିଛି।
ବ୍ରିଜା ନମ୍ୱର ଓଡି ୦୨/ଏ ୱାଇ/ ୭୮୬୦ ବଡ଼ବିଲ ଥାନା ସେରେଣ୍ଡା ଅଞ୍ଚଳର ବୋଲି ଜଣାପଡିଛି। ଦୁର୍ଘଟଣାରେ ଚାରିଜଣ ମହିଳା, ଦୁଇ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ପରିଚୟ ମିଳିନାହିଁ। ଦୁର୍ଘଟଣା ପରେ ଆଗ ଟ୍ରକ୍ ଟି ଫେରାର ହୋଇ ଯାଇଥିବା ବେଳେ ପୋଲିସ ପଛ ଟ୍ରକ୍ କୁ ଜବତ କରି ରୀମୁଳି ଫାଣ୍ଡିକୁ ନେଇ ଯାଇଛି।
The post କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା, ୬ ମୃତ appeared first on Dharitri Odia News.