କେନ୍ଦ୍ର ଅର୍ଥ ସଚିବ ହେଲେ ଅଜୟ ସେଠ୍, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ ୨୪।୩: କେନ୍ଦ୍ର ସରକାର ଅର୍ଥମନ୍ତ୍ରାଳୟଙ୍କ ଆର୍ଥିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠଙ୍କୁ ନୂଆ ଫାଇନାନ୍ସ ସେକ୍ରେଟାରୀ ନିଯୁକ୍ତ କରିଛନ୍ତି। କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି ସୋମବାର ଏହି ପ୍ରସ୍ତାବକୁ ମଞ୍ଜୁର କରିଛି। ଏହି ପଦବୀରେ ଥିବା ତୁହୀନକାନ୍ତ ପାଣ୍ଡେୟଙ୍କୁ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି) ଅଧ୍ୟକ୍ଷ ନିଯୁକ୍ତ କରାଯିବା ପରେ ଏହା ରିକ୍ତ ଥିଲା। କର୍ଣ୍ଣାଟକ କ୍ୟାଡର ୧୯୮୭ ବ୍ୟାଚ୍ ଆଇଏଏସ୍ ଅଜୟ ସେଠ୍ ଏପ୍ରିଲ ୨୦୨୧ରେ ଅର୍ଥମନ୍ତ୍ରାଳୟଙ୍କ ଆର୍ଥିକ ବ୍ୟାପାର ବିଭାଗରେ ସଚିବ ରୂପେ ଯୋଗ ଦେଇଥିଲେ।ଚଳିତମାସ ପ୍ରାରମ୍ଭରେ ତାଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା।  ପବ୍ଲିକ ଫାଇନାନ୍ସ, ଟ୍ୟାକ୍ସେସନ, ସୋସିଆଲ ସେକ୍ଟର ଆଡିମିନେଷ୍ଟ୍ରେସନ ଭଳି କ୍ଷେତ୍ରରେ ଅଜୟ ସେଠ୍ ଙ୍କ ୩୦ ବର୍ଷର ଅଭିଜ୍ଞତା ରହିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସେବା ଦେଇ ଆସିଥିବା ଅଜୟ ସେଠ୍ ଙ୍କ ଶୈକ୍ଷଣିକ ଯୋଗ୍ୟତା କଥା କହିବାକୁ ଗଲେ ସେ ଆଇଆଇଟି ରୁରକୀରୁ ମେକାନିକାଲ ଇଞ୍ଜିନିୟରିଂରେ ବି.ଟେକ୍ କରିଛନ୍ତି। ଏହାଛଡା ସେ ଏଟନିୟୋ ଡି ମନିଲା ୟୁନିଭର୍ସିଟିରୁ ଏମବିଏ ଡିଗ୍ରି ପାଇଛନ୍ତି।  Ajay Seth, Secretary, Department of Economic Affairs, Ministry of Finance, designated as Finance Secretary. pic.twitter.com/RFXEjuBO

କେନ୍ଦ୍ର ଅର୍ଥ ସଚିବ ହେଲେ ଅଜୟ ସେଠ୍, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ ୨୪।୩: କେନ୍ଦ୍ର ସରକାର ଅର୍ଥମନ୍ତ୍ରାଳୟଙ୍କ ଆର୍ଥିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠଙ୍କୁ ନୂଆ ଫାଇନାନ୍ସ ସେକ୍ରେଟାରୀ ନିଯୁକ୍ତ କରିଛନ୍ତି। କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି ସୋମବାର ଏହି ପ୍ରସ୍ତାବକୁ ମଞ୍ଜୁର କରିଛି। ଏହି ପଦବୀରେ ଥିବା ତୁହୀନକାନ୍ତ ପାଣ୍ଡେୟଙ୍କୁ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି) ଅଧ୍ୟକ୍ଷ ନିଯୁକ୍ତ କରାଯିବା ପରେ ଏହା ରିକ୍ତ ଥିଲା। କର୍ଣ୍ଣାଟକ କ୍ୟାଡର ୧୯୮୭ ବ୍ୟାଚ୍ ଆଇଏଏସ୍ ଅଜୟ ସେଠ୍ ଏପ୍ରିଲ ୨୦୨୧ରେ ଅର୍ଥମନ୍ତ୍ରାଳୟଙ୍କ ଆର୍ଥିକ ବ୍ୟାପାର ବିଭାଗରେ ସଚିବ ରୂପେ ଯୋଗ ଦେଇଥିଲେ।

ଚଳିତମାସ ପ୍ରାରମ୍ଭରେ ତାଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା।  ପବ୍ଲିକ ଫାଇନାନ୍ସ, ଟ୍ୟାକ୍ସେସନ, ସୋସିଆଲ ସେକ୍ଟର ଆଡିମିନେଷ୍ଟ୍ରେସନ ଭଳି କ୍ଷେତ୍ରରେ ଅଜୟ ସେଠ୍ ଙ୍କ ୩୦ ବର୍ଷର ଅଭିଜ୍ଞତା ରହିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସେବା ଦେଇ ଆସିଥିବା ଅଜୟ ସେଠ୍ ଙ୍କ ଶୈକ୍ଷଣିକ ଯୋଗ୍ୟତା କଥା କହିବାକୁ ଗଲେ ସେ ଆଇଆଇଟି ରୁରକୀରୁ ମେକାନିକାଲ ଇଞ୍ଜିନିୟରିଂରେ ବି.ଟେକ୍ କରିଛନ୍ତି। ଏହାଛଡା ସେ ଏଟନିୟୋ ଡି ମନିଲା ୟୁନିଭର୍ସିଟିରୁ ଏମବିଏ ଡିଗ୍ରି ପାଇଛନ୍ତି।  


ଉଲ୍ଲେଖଯୋଗ୍ୟ ୟେ ଅର୍ଥମନ୍ତ୍ରାଳୟର ୫ଟି ଅଲଗା ଅଲଗା ବିଭାଗ ରହିଛି। ଏଥିରେ ଆର୍ଥିକ ବ୍ୟାପାର ବିଭାଗ (ଡିଇଏ), ବ୍ୟୟ ବିଭାଗ (ଡିଓଇ) , ରାଜସ୍ୱ ବିଭାଗ (ଡିଓଆର), ନିବେଶ ଓ ସାର୍ବଜନିକ ସମ୍ପତ୍ତି ପ୍ରବନ୍ଧନ ବିଭାଗ (ଡିଆଇପିଏଏମ) ଓ ଆର୍ଥିକ ସେବା ବିଭାଗ (ଡିଏଫଏସ) ଆଦି ବିଭାଗ କାମ କରୁଛନ୍ତି। ଏଥିରୁ କୌଣସି ଗୋଟିଏ ବିଭାଗର ସଚିବଙ୍କୁ ତାଙ୍କ ବରିଷ୍ଠତା ଆଧାରରେ ଫାଇନାନ୍ସ ସେକ୍ରେଟାରୀ ନିଯୁକ୍ତ କରାଯାଏ। ଫାଇନାନ୍ସ ସେକ୍ରେଟାରୀ ସମ୍ପୂର୍ଣ୍ଣ ଅର୍ଥମନ୍ତ୍ରାଳୟର ସମନ୍ୱୟ କରନ୍ତି।