କେନ୍ଦ୍ର ଓ ରାଜ୍ୟ ବଜେଟ” ଦେଶର ଅର୍ଥନୈତିକ ବିକାଶକୁ ଦୃଢୀଭୁତ କରିବ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ଭୁବନେଶ୍ୱର:କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୧୪ରେ ଭାରତର ବଜେଟ ୧୬ ଲକ୍ଷ କୋଟିରୁ ଆରମ୍ଭ ହୋଇଥିଲା ।୨୦୨୫-୨୬ ବଜେଟ୍ ଏବେ ୫୧ ଲକ୍ଷ କୋଟିରେ ପହଂଚିଛି । କେନ୍ଦ୍ର ବଜେଟ୍‌ରେ ଚାକିରିଆ, ବ୍ୟବସାୟୀଙ୍କ ପାଇଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରାଯାଇଛି । କୃଷକମାନଙ୍କ ପାଇଁ କିଶାନ କାର୍ଡର ସୀମା ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଓଡ଼ିଶା ସମେତ […]

କେନ୍ଦ୍ର ଓ ରାଜ୍ୟ ବଜେଟ” ଦେଶର ଅର୍ଥନୈତିକ ବିକାଶକୁ ଦୃଢୀଭୁତ କରିବ: କେନ୍ଦ୍ରମନ୍ତ୍ରୀ  ଗିରିରାଜ ସିଂହ

ଭୁବନେଶ୍ୱର:କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୧୪ରେ ଭାରତର ବଜେଟ ୧୬ ଲକ୍ଷ କୋଟିରୁ ଆରମ୍ଭ ହୋଇଥିଲା ।୨୦୨୫-୨୬ ବଜେଟ୍ ଏବେ ୫୧ ଲକ୍ଷ କୋଟିରେ ପହଂଚିଛି । କେନ୍ଦ୍ର ବଜେଟ୍‌ରେ ଚାକିରିଆ, ବ୍ୟବସାୟୀଙ୍କ ପାଇଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରାଯାଇଛି । କୃଷକମାନଙ୍କ ପାଇଁ କିଶାନ କାର୍ଡର ସୀମା ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଓଡ଼ିଶା ସମେତ ପୂରା ଦେଶର ଚାଷୀକୁଳ ଲାଭବାନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗ୍ରାମାଚଂଳରେ ୨୯ ଲକ୍ଷ ଓ ୧୭୬ଟି ସହର ପାଇଁ ୩ ଲକ୍ଷ ଘର ତିଆରି କରାଯାଇଛି । ଏହା କେବଳ ୨୦୨୫-୨୬ର ବଜେଟ ନୁହେଁ ବରଂ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ସୁଶାସନର ଗତ ୧୦ ବର୍ଷର ରିପୋର୍ଟ କାର୍ଡ ବୋଲି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ, ଭାଜପା ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରାୟ ୪୧ହଜାର କିଲୋମିଟରରୁ ଅଧିକ ସଡ଼କ ତିଆରି କରିଛନ୍ତି । ଜଳଜୀବନ ମିଶନରେ ୭୧ ପ୍ରତିଶତ ଘରକୁ ପିଇବା ପାଣି ଯୋଗାଣ କରାଯାଇଛି । ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ଯୋଗାଣ ସହ ଓଡ଼ିଶାରେ ଜନଧନ ଯୋଜନାରେ ଗ୍ରାମାଂଚଳରେ ବ୍ୟାଙ୍କ ସେବା ପହଂଚାଯାଇପାରିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ସେବା ଯୋଜନାରେ ଲୋକଙ୍କୁ ୧୦ ଲକ୍ଷ ଓ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା ଦିଆଯାଇଛି । ଏହା ବିଶ୍ୱର ସବୁଠାରୁ ବଡ଼ ସାମାଜିକ ସୁରକ୍ଷା ବୀମା ଅଟେ । ଭିତିଭୂମିର ବିକାଶ ପାଇଁ ଆମେ ସର୍ବାଧିକ ଜୋର ଦେଇଛୁ । ପୂର୍ବରୁ କେବଳ ଓଡ଼ିଶାରେ ୩ଟି ମେଡିକାଲ କଲେଜ ଥିଲା । ନରେନ୍ଦ୍ରମୋଦିଙ୍କ ସରକାର ଆସିବା ପରେ ଗତ ୧୦ ବର୍ଷରେ ନୂଆ ୭ଟି ମେଡିକାଲ କଲେଜ ତିଆରି କରାଯାଇଛି । ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାର ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ଯୋଜନା କରାଯାଇଛି । ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ “ଡେ କେୟାର ସେଂଟର” କରିବାକୁ ଯୋଜନା କରାଯାଇଛି । ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡ଼ିଶାରେ ରେଳର ଭିତିଭୂମିକୁ ସୁଦୃଢ଼ କରାଯାଇଛି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟରେ ରେଳପଥର ବିକାଶ ପାଇଁ ବାର୍ଷିକ ହାରାହାରି ମାତ୍ର ୮୩୮କୋଟି ଟଙ୍କାର ଅନୁଦାନ ମିଳୁଥିଲା । ବର୍ତମାନ ଏହା ବାର୍ଷିକ ହାରାହାରି ୧୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ମିଳୁଛି । ସେହିପରି ରାଜ୍ୟରେ ବର୍ତମାନ ୪୮ଟି ରେଳପ୍ରକଳ୍ପ ପାଇଁ ୭୩ ହଜାର ୭୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏଥିସହ ଓଡିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ୨୩୭୯ କୋଟି ବ୍ୟୟବରାଦ କରାଯାଇଛି । ଏହାବାଦ ୬ଟି ବନ୍ଦେ ଭାରତ ଟ୍ରେନ, ଗୋଟିଏ ଅମୃତ ଭାରତ ଟ୍ରେନ ଓଡ଼ିଶା ପାଇଁ ଦିଆଯାଇଛି।

ଓଡ଼ିଶାରେ ପେଟ୍ରୋଲିୟମ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ଭାଜପା ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ମହାନଦୀରେ ହୀରାକୁଦ ଡ୍ୟାମ ଓ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ କୃଷି ଓ କୃଷକର ବିକାଶ ପାଇଁ ମଧ୍ୟ ମୋଦିଜୀ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଏହାଛଡ଼ା ଶିକ୍ଷା କ୍ଷେତ୍ରରେ ସବୁ ସ୍କୁଲରେ ଅଟଳ ଇନୋଭେସନ ସେଂଟର, ପିଏମ୍‌ଶ୍ରୀ ଭଳି ଯୋଜନା ଲାଗୁ କରାଯିବା ସହ ଆଇଆଇଟି ବିସ୍ତାର କରିବାକୁ ଯୋଜନା କରାଯାଇଛି।