କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା । କହିଲେ ବିପେଜି ବିଭ୍ରାନ୍ତ କରୁଛି ।
କନକ ବ୍ୟୁରୋ: ଆଜି ପୁଣି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଜି ସଂସଦ ଭିତରକୁ ଯିବାବେଳେ ବିରୋଧୀ ଓ ଶାସକ ଦଳ ସାସଂଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଶାସକ ଦଳର କେତେକ ସାଂସଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ରାହୁଲ ଗାନ୍ଧୀ ଓ ତାଙ୍କ ନେତାମାନେ ବିଜେପି ସାଂସଦଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ଖୋଦ୍ ରାହୁଲ ଗାନ୍ଧୀ ସାମ୍ନାକୁ ଆସି ଏ ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି । ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ଆମେରିକାରେ ଆଦାନୀଙ୍କ ବିରୁଦ୍ଧାରେ ମାମଲା ରୁଜୁ ହୋଇଛି । ଏହାକୁ ନେଇ ଆମେ ସଂସଦରେ ଆଲୋଚନା ଚାହୁଁଥିଲୁ । କିନ୍ତୁ ବିଜେପି ଏହି ଆଲୋଚନା କରାଇ ଦେବାକୁ ଚାହୁଁନଥିଲା । କିଭଳି ଏହି ବିଷୟରେ ଆଲୋଚନା ନହୋଇ ପାରିବ ତାହାକୁ ନେଇ ଷ୍ଟ୍ରାଟେଜି କରିଥିଲା ବିଜେପି । ଏହାପରେ ଆମ୍ୱେଦକରଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ବିବାଦୀୟ ଟିପ୍ପଣୀ କରିଛନ୍ତି । ଆମେ ପୂର୍ବରୁ ବି କହିଥିଲୁ ବିଜେପି ଏବଂ ଜଝଝ ସମ୍ବିଧାନ ବିରୋଧୀ ଓ ଆମ୍ବେଦକର ବିରୋଧୀ । ଏହାକୁ ନେଇ ଆମେ ଆଲୋଚନା ଚାହୁଁଥିଲୁ କିନ୍ତୁ ଏହି ଆଲୋଚନା କରାଇ ଦେଉନାହିଁ ବିଜେପି ।” ସେହିଭଳି ଆଜିର ଧସ୍ତାଧସ୍ତି ଘଟଣାକୁ ନେଇ ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, “ଆମେ ଆମ୍ବେଦରକଙ୍କ ମୂର୍ତ୍ତିରୁ ଆଜି

କନକ ବ୍ୟୁରୋ: ଆଜି ପୁଣି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଜି ସଂସଦ ଭିତରକୁ ଯିବାବେଳେ ବିରୋଧୀ ଓ ଶାସକ ଦଳ ସାସଂଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଶାସକ ଦଳର କେତେକ ସାଂସଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ରାହୁଲ ଗାନ୍ଧୀ ଓ ତାଙ୍କ ନେତାମାନେ ବିଜେପି ସାଂସଦଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ଖୋଦ୍ ରାହୁଲ ଗାନ୍ଧୀ ସାମ୍ନାକୁ ଆସି ଏ ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି ।
ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ଆମେରିକାରେ ଆଦାନୀଙ୍କ ବିରୁଦ୍ଧାରେ ମାମଲା ରୁଜୁ ହୋଇଛି । ଏହାକୁ ନେଇ ଆମେ ସଂସଦରେ ଆଲୋଚନା ଚାହୁଁଥିଲୁ । କିନ୍ତୁ ବିଜେପି ଏହି ଆଲୋଚନା କରାଇ ଦେବାକୁ ଚାହୁଁନଥିଲା । କିଭଳି ଏହି ବିଷୟରେ ଆଲୋଚନା ନହୋଇ ପାରିବ ତାହାକୁ ନେଇ ଷ୍ଟ୍ରାଟେଜି କରିଥିଲା ବିଜେପି । ଏହାପରେ ଆମ୍ୱେଦକରଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ବିବାଦୀୟ ଟିପ୍ପଣୀ କରିଛନ୍ତି । ଆମେ ପୂର୍ବରୁ ବି କହିଥିଲୁ ବିଜେପି ଏବଂ ଜଝଝ ସମ୍ବିଧାନ ବିରୋଧୀ ଓ ଆମ୍ବେଦକର ବିରୋଧୀ । ଏହାକୁ ନେଇ ଆମେ ଆଲୋଚନା ଚାହୁଁଥିଲୁ କିନ୍ତୁ ଏହି ଆଲୋଚନା କରାଇ ଦେଉନାହିଁ ବିଜେପି ।”
ସେହିଭଳି ଆଜିର ଧସ୍ତାଧସ୍ତି ଘଟଣାକୁ ନେଇ ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, “ଆମେ ଆମ୍ବେଦରକଙ୍କ ମୂର୍ତ୍ତିରୁ ଆଜି ସଂସଦ ଭିତରକୁ ଯିବାବେଳେ ବିଜେପିର ସାଂସଦମାନେ ଆମ ଆଗରେ ଲାଠି ନେଇ ଛିଡ଼ା ହୋଇଥିଲେ । ଆମକୁ ଭିତରକୁ ପ୍ରବେଶ କରାଇ ଦେଇନଥିଲେ । ଏହାପରେ ଏବେ ସଂସଦ କାର୍ୟ୍ୟରେ ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବିଜେପି । ବାସ୍ତବରେ ଏମାନେ ଆମ୍ବେଦକରଙ୍କ ଅପମାନ କରି ଆସିଛନ୍ତି । ଗୃହମନ୍ତ୍ରୀଙ୍କୁ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ସହ ଇସ୍ତଫା ଦେବା ଆବଶ୍ୟକ । ମୁଖ୍ୟ ମୁଦ୍ଦା ନେଇ ଆଲୋଚନା ହେବା ଦରକାର ।”
“ନରେନ୍ଦ୍ର ମୋଦୀଙ୍କ ବନ୍ଧୁ ଆଦାନୀ ବିରୁଦ୍ଧରେ ଆମେରିକାରେ ମାମଲା ରୁଜୁ ହୋଇଛି । ଏ ବିଷୟରେ ଆଲୋଚନା ହେବା ଦରକାର ।“ କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।