କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ DoPTଙ୍କ ତାଗିଦ୍, ୧୫ ମିନିଟ୍ ରୁ ଅଧିକ ବିଳମ୍ବ ହେଲେ କଟିଯିବ ଅଧା ଦିନର ଦରମା
ନୂଆଦିଲ୍ଲୀ ୨୨।୬: ସରକାରୀ କାର୍ଯ୍ୟାଳୟମାନଙ୍କରେ କର୍ମଚାରୀ ବିଳମ୍ବରେ ପହଞ୍ଚିବା କିଛି ନୂଆ କଥା ନୁହେଁ। ହେଲେ କାର୍ଯ୍ୟାଳୟକୁ ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ଉପରେ କେନ୍ଦ୍ର ସରକାର ଅଙ୍କୁଶ କଷିଛନ୍ତି। କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କ ନିମନ୍ତେ ନୂଆ ଗାଇଡଲାଇନ ଜାରି କରିବା ସହିତ ସମୟରେ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୧୫ ମିନିଟ୍ରୁ ଅଧିକ ବିଳମ୍ବ ହେଲେ ଦରମା କାଟିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ (ଡିଓପିଟି) ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟରତ କର୍ମଚାରୀଙ୍କୁ କଡା ତାଗିଦ କରିଛନ୍ତି। ତାଗିଦ ଅନୁସାରେ ସାରା ଦେଶରେ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅଫିସକୁ ୧୫ ମିନିଟ୍ ବିଳମ୍ବରେ ଆସିବା ପାଇଁ ରିହାତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଡ୍ୟୁଟି ଟାଇମ୍ ପୂର୍ବାହ୍ନ ୯ଟାରୁ ଅପରାହ୍ନ ସାଢେ ୫ଟା ପର୍ଯ୍ୟନ୍ତ। ଏଥିରେ ସବୁ କର୍ମଚାରୀଙ୍କୁ ୯ଟା ୧୫ ସୁଧା ଅଫିସ ପହଞ୍ଚିବାକୁ ରିହାତି ମିଳିଛି। ତେବେ ଯଦି କୌଣସି କର୍ମଚାରୀ ୯ଟା ୧୫ରୁ ବି ଅଧିକ ବିଳମ୍ବରେ କାର୍ଯ୍ୟାଳୟକୁ ପହଞ୍ଚନ୍ତି ତେବେ ତାଙ୍କର ଅଧାଦିନର ଦରମା କାଟ କରାଯିବ। ଡିଓପିଟିଙ୍କ ଏହି ନିର୍ଦ୍ଦେଶ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ସବୁ ଛୋଟ ବଡ କର୍ମଚାରୀଙ୍କ
ନୂଆଦିଲ୍ଲୀ ୨୨।୬: ସରକାରୀ କାର୍ଯ୍ୟାଳୟମାନଙ୍କରେ କର୍ମଚାରୀ ବିଳମ୍ବରେ ପହଞ୍ଚିବା କିଛି ନୂଆ କଥା ନୁହେଁ। ହେଲେ କାର୍ଯ୍ୟାଳୟକୁ ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ଉପରେ କେନ୍ଦ୍ର ସରକାର ଅଙ୍କୁଶ କଷିଛନ୍ତି। କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କ ନିମନ୍ତେ ନୂଆ ଗାଇଡଲାଇନ ଜାରି କରିବା ସହିତ ସମୟରେ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୧୫ ମିନିଟ୍ରୁ ଅଧିକ ବିଳମ୍ବ ହେଲେ ଦରମା କାଟିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ (ଡିଓପିଟି) ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟରତ କର୍ମଚାରୀଙ୍କୁ କଡା ତାଗିଦ କରିଛନ୍ତି। ତାଗିଦ ଅନୁସାରେ ସାରା ଦେଶରେ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅଫିସକୁ ୧୫ ମିନିଟ୍ ବିଳମ୍ବରେ ଆସିବା ପାଇଁ ରିହାତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଡ୍ୟୁଟି ଟାଇମ୍ ପୂର୍ବାହ୍ନ ୯ଟାରୁ ଅପରାହ୍ନ ସାଢେ ୫ଟା ପର୍ଯ୍ୟନ୍ତ। ଏଥିରେ ସବୁ କର୍ମଚାରୀଙ୍କୁ ୯ଟା ୧୫ ସୁଧା ଅଫିସ ପହଞ୍ଚିବାକୁ ରିହାତି ମିଳିଛି।
ତେବେ ଯଦି କୌଣସି କର୍ମଚାରୀ ୯ଟା ୧୫ରୁ ବି ଅଧିକ ବିଳମ୍ବରେ କାର୍ଯ୍ୟାଳୟକୁ ପହଞ୍ଚନ୍ତି ତେବେ ତାଙ୍କର ଅଧାଦିନର ଦରମା କାଟ କରାଯିବ। ଡିଓପିଟିଙ୍କ ଏହି ନିର୍ଦ୍ଦେଶ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ସବୁ ଛୋଟ ବଡ କର୍ମଚାରୀଙ୍କ ପାଇଁ ଲାଗୁ ହେବ। ଦେଶର ଅନେକ ସରକାରୀ ଦପ୍ତରରେ କରୋନା କାଳ ପରେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବନ୍ଦ ହୋଇଯାଇଛି। ଏଣୁ କେନ୍ଦ୍ର ସରକାର କର୍ମଚାରୀଙ୍କ ଉପସ୍ଥାନ ନିମନ୍ତେ ପୁଣି ବାୟୋମେଟ୍ରିକ ଆଟେଣ୍ଡାନ୍ସ ବ୍ୟବହାର କରିବାକୁ କହିଛନ୍ତି।
ଏଥିରେ ଯଦି କୌଣସି ଖାସ ଦିନ କର୍ମଚାରୀ ଅଫିସ ବିଳମ୍ବରେ ପହଞ୍ଚିବାକୁ ଥାଏ ତେବେ ତା ପୂର୍ବରୁ ଏ ନେଇ ନିଜର ବରିଷ୍ଠ ଅଧିକାରୀଙ୍କୁ ସୂଚିତ କରିବେ। ସେହିପରି କର୍ମଚାରୀଙ୍କୁ ଆକସ୍ମିକ ଅବକାସ ନିମନ୍ତେ ଆବେଦନ ଦେବାକୁ ହେବ। ଡିଓପିଟି ଅଧିକାରୀମାନଙ୍କୁ କର୍ମଚାରୀଙ୍କ ଉପସ୍ଥାନ ଉପରେ ନଜର ରଖିବାକୁ କଡ଼ା ତାଗିଦ କରିଛନ୍ତି।