କେନ୍ଦ୍ର ସହ ଚୁକ୍ତି କରି ଦିଲ୍ଲୀରେ ଲାଗୁ କର; ମୋଦୀ ସରକାରଙ୍କ ଯୋଜନା ଉପରେ ହାଇକୋର୍ଟଙ୍କ ବଡ଼ ଆଦେଶ
ନୂଆଦିଲ୍ଲୀ: ପିଏମ୍-ଆୟୁଷ୍ମାନ ଭାରତ ହେଲ୍ଥ ଇନଫ୍ରାଷ୍ଟ୍ରକ୍ଚର ମିଶନ (PM-ABHIM) ଯୋଜନାକୁ ରାଜଧାନୀ ଦିଲ୍ଲୀରେ ଲାଗୁ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି । ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ୨୦୨୫ ଜାନୁଆରୀ ୫ ସୁଦ୍ଧା ଏମଓୟୁ ସ୍ୱାକ୍ଷାର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଲାଇଭ୍ ଲ’ ରିପୋର୍ଟ ଅନୁସାରେ ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ଏବଂ ଜଷ୍ଟିସ୍ ମନମୀତ୍ ପ୍ରୀତମ ସିଂହ ଓରୋଡାଙ୍କ ଡିଭିଜନ୍ ବେଞ୍ଚ କହିଛନ୍ତି ଯେ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ ଲାଗୁ କରାଯିବା ଦରକାର, ଫଳରେ ଦିଲ୍ଲୀର ଲୋକ ଏହି ଯୋଜନାରେ ମିଳୁଥିବା ପାଣ୍ଠି ଏବଂ ସୁବିଧାରୁ ବଞ୍ଚିତ ହେବେ ନାହିଁ ।ଡିସେମ୍ୱର ୨୪ର ଆଦେଶରେ ହାଇକୋର୍ଟ କହିଛନ୍ତି ଯେ ଯଦି ଏହା ଭିତରେ ଆଚାର ସଂହିତା ଲାଗୁ ହୁଏ, ତେବେ ବି ଏମଓୟୁ ସ୍ୱାକ୍ଷର ହେବା ଦରକାର । କାରଣ ଏହା ଦିଲ୍ଲୀର ସାଧାରଣ ଲୋକଙ୍କ ଲାଭ ପାଇଁ ଅଟେ । କୋର୍ଟ କହିଛନ୍ତି ଯେ ୩୩ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଏହାକୁ ଲାଗୁ ହୋଇସାରିଛି । ଦିଲ୍ଲୀରେ ଏଥିରେ ସାମିଲ ନହେବା ଉଚିତ୍ ନୁହେଁ । ହାଇକୋର୍ଟ ୧୨ ଦିନ ମହଲତ ଦେଇ ଜାନୁଆରୀ ୫ ସୁଦ୍ଧା ଏମଓୟୁ ଉପରେ ହସ୍ତାକ୍ଷର କରିବା ପାଇଁ କହିଛନ୍ତି । ପରବର୍ତ୍ତୀ ଶୁଣାଣିରେ ଏମଓୟୁ ଉପସ୍ଥାପନ କରିବା ପାଇଁ ହାଇକୋର୍ଟ କହିଛନ୍ତି ।ହାଇକୋର୍ଟ ସରକାରୀ ହସ୍ପିଟାଲରେ ଆଇସିୟୁ ଶଯ୍ୟା ଏବଂ ଭେଣ୍ଟିଲେ
ନୂଆଦିଲ୍ଲୀ: ପିଏମ୍-ଆୟୁଷ୍ମାନ ଭାରତ ହେଲ୍ଥ ଇନଫ୍ରାଷ୍ଟ୍ରକ୍ଚର ମିଶନ (PM-ABHIM) ଯୋଜନାକୁ ରାଜଧାନୀ ଦିଲ୍ଲୀରେ ଲାଗୁ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି । ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ୨୦୨୫ ଜାନୁଆରୀ ୫ ସୁଦ୍ଧା ଏମଓୟୁ ସ୍ୱାକ୍ଷାର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଲାଇଭ୍ ଲ’ ରିପୋର୍ଟ ଅନୁସାରେ ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ଏବଂ ଜଷ୍ଟିସ୍ ମନମୀତ୍ ପ୍ରୀତମ ସିଂହ ଓରୋଡାଙ୍କ ଡିଭିଜନ୍ ବେଞ୍ଚ କହିଛନ୍ତି ଯେ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ ଲାଗୁ କରାଯିବା ଦରକାର, ଫଳରେ ଦିଲ୍ଲୀର ଲୋକ ଏହି ଯୋଜନାରେ ମିଳୁଥିବା ପାଣ୍ଠି ଏବଂ ସୁବିଧାରୁ ବଞ୍ଚିତ ହେବେ ନାହିଁ ।
ଡିସେମ୍ୱର ୨୪ର ଆଦେଶରେ ହାଇକୋର୍ଟ କହିଛନ୍ତି ଯେ ଯଦି ଏହା ଭିତରେ ଆଚାର ସଂହିତା ଲାଗୁ ହୁଏ, ତେବେ ବି ଏମଓୟୁ ସ୍ୱାକ୍ଷର ହେବା ଦରକାର । କାରଣ ଏହା ଦିଲ୍ଲୀର ସାଧାରଣ ଲୋକଙ୍କ ଲାଭ ପାଇଁ ଅଟେ । କୋର୍ଟ କହିଛନ୍ତି ଯେ ୩୩ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଏହାକୁ ଲାଗୁ ହୋଇସାରିଛି । ଦିଲ୍ଲୀରେ ଏଥିରେ ସାମିଲ ନହେବା ଉଚିତ୍ ନୁହେଁ । ହାଇକୋର୍ଟ ୧୨ ଦିନ ମହଲତ ଦେଇ ଜାନୁଆରୀ ୫ ସୁଦ୍ଧା ଏମଓୟୁ ଉପରେ ହସ୍ତାକ୍ଷର କରିବା ପାଇଁ କହିଛନ୍ତି । ପରବର୍ତ୍ତୀ ଶୁଣାଣିରେ ଏମଓୟୁ ଉପସ୍ଥାପନ କରିବା ପାଇଁ ହାଇକୋର୍ଟ କହିଛନ୍ତି ।
ହାଇକୋର୍ଟ ସରକାରୀ ହସ୍ପିଟାଲରେ ଆଇସିୟୁ ଶଯ୍ୟା ଏବଂ ଭେଣ୍ଟିଲେଟର୍ସ ସୁବିଧା ସହ ଜଡ଼ିତ ମାମଲାର ଶୁଣାଣି ବେଳେ ଏହି ଆଦେଶ ଦେଇଛନ୍ତି । ଏହାସହ ରାଷ୍ଟ୍ରୀୟ ରାଜଧାନୀର ସବୁ ହସ୍ପିଟାଲରେ ଜନ ଔଷଧୀ କେନ୍ଦ୍ର ଯେପରି ଖୋଲାଯିବା ତାହା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ସରକାରଙ୍କୁ କୋର୍ଟ କହିଛନ୍ତି । ଶୁକ୍ରବାର ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ସାମ୍ୱାଦିକ ସମ୍ମିଳନୀ କରି ହାଇକୋର୍ଟଙ୍କ ରାୟ ଉପରେ ଧନ୍ୟବାଦ ଜଣାଇଛନ୍ତି ।