କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବଡ଼ ଘୋଷଣା: ଏଣିକି ଅଗ୍ନିବୀରଙ୍କୁ ମିଳିବ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୪।୭: ଅବସରପ୍ରାପ୍ତ କିମ୍ବା ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କ ପାଇଁ ବିଏସଏଫ ଏକ ବଡ଼ ଘୋଷଣା କରିଛି। ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କୁ ବିଏସଏଫ, ସିଏସଏଫ, ଏସସିବି ଏବଂ ଆରପିଏଫ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା ଦେଇଛି। ଏହା ବ୍ୟତୀତ ବୟସ ସୀମା ମଧ୍ୟରେ ଆରାମ ମଧ୍ୟ ଦିଆଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଟୁଇଟ କରି ଏହି ସୂଚନା ଦେଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଲେଖିଛି, ବିଏସଏଫ ଅବସରପ୍ରାପ୍ତ କିମ୍ବା ପୂର୍ବତନ ଅଗ୍ନିବୀର […] The post କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବଡ଼ ଘୋଷଣା: ଏଣିକି ଅଗ୍ନିବୀରଙ୍କୁ ମିଳିବ ଆଶ୍ୱସ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୨୪।୭: ଅବସରପ୍ରାପ୍ତ କିମ୍ବା ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କ ପାଇଁ ବିଏସଏଫ ଏକ ବଡ଼ ଘୋଷଣା କରିଛି। ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କୁ ବିଏସଏଫ, ସିଏସଏଫ, ଏସସିବି ଏବଂ ଆରପିଏଫ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା ଦେଇଛି। ଏହା ବ୍ୟତୀତ ବୟସ ସୀମା ମଧ୍ୟରେ ଆରାମ ମଧ୍ୟ ଦିଆଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଟୁଇଟ କରି ଏହି ସୂଚନା ଦେଇଛି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଲେଖିଛି, ବିଏସଏଫ ଅବସରପ୍ରାପ୍ତ କିମ୍ବା ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କୁ ୪ ବର୍ଷର ଅଭିଜ୍ଞତା ହାସଲ କରିବା ପରେ ଫୋର୍ସରେ ଅନ୍ତର୍ଭୁକ୍ତ କରିବା ପାଇଁ ଉପଯୁକ୍ତ ବିବେଚନା କରାଯାଇଛି। ଏହି କାରଣରୁ ସେମାନଙ୍କୁ (ପୂର୍ବତନ ଅଗ୍ନିବୀର କର୍ମଚାରୀ) ୧୦% ସଂରକ୍ଷଣ ଏବଂ ବୟସ ଆରାମ ପ୍ରଦାନ କରାଯିବା ଉଚିତ। ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ନିଆଯାଇଥିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ବିଏସଏଫକୁ ମଜଭୁତ କରିବା।
BSF 4 साल के अनुभव वाले पूर्व-अग्निवीरों को बल में नियुक्ति के लिए अनुकूल मानता है। महानिदेशक @BSF_India का कहना है इन्हें बल में 10% आरक्षण व आयु में रियायत दी जाएगी। पीएम श्री @narendramodi के नेतृत्व व गृह मंत्री श्री @AmitShah के मार्गदर्शन में ये निर्णय बलों को मजबूत करेगा। pic.twitter.com/fbWgI47Dk3
— Spokesperson, Ministry of Home Affairs (@PIBHomeAffairs) July 24, 2024
The post କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବଡ଼ ଘୋଷଣା: ଏଣିକି ଅଗ୍ନିବୀରଙ୍କୁ ମିଳିବ ଆଶ୍ୱସ୍ତି appeared first on Dharitri Odia News.