ନୀରଜ ଚୋପ୍ରାଙ୍କ ହେବ ଅପରେଶନ, ଏମିତି କ’ଣ ହୋଇଗଲା…
ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ରୋପ୍ୟ ପଦକ ଜିତିଛନ୍ତି। ହେଲେ ତାଙ୍କୁ ନେଇ ଏକ ଦୁଃଖଦ ଖବର ଆସିଛି। ନୀରଜ ଚୋପ୍ରା ହାରେନିଆରେ ପୀଡିତ ଅଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଖୁବ ଶୀଘ୍ର ହାରେନିଆ ପାଇଁ ସର୍ଜରୀ କରିବେ। ଏହି ଭେଟେରାନ ଭାରତୀୟ ଆଥଲେଟ ହାରେନିଆ କାରଣରୁ ମାଂସପେଶୀରେ ଗଭୀର ଯନ୍ତ୍ରଣା ଭୋଗୁଛନ୍ତି। କୁହାଯାଉଛି ଯେ, ଟପ୍ ୩ ଡାକ୍ତର ନୀରଜ ଚୋପ୍ରାଙ୍କ ସର୍ଜରୀ କରିିବେ। ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନୀରଜଙ୍କୁ ନେବାକୁ […] The post ନୀରଜ ଚୋପ୍ରାଙ୍କ ହେବ ଅପରେଶନ, ଏମିତି କ’ଣ ହୋଇଗଲା… appeared first on Dharitri Odia News.
ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ରୋପ୍ୟ ପଦକ ଜିତିଛନ୍ତି। ହେଲେ ତାଙ୍କୁ ନେଇ ଏକ ଦୁଃଖଦ ଖବର ଆସିଛି। ନୀରଜ ଚୋପ୍ରା ହାରେନିଆରେ ପୀଡିତ ଅଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଖୁବ ଶୀଘ୍ର ହାରେନିଆ ପାଇଁ ସର୍ଜରୀ କରିବେ। ଏହି ଭେଟେରାନ ଭାରତୀୟ ଆଥଲେଟ ହାରେନିଆ କାରଣରୁ ମାଂସପେଶୀରେ ଗଭୀର ଯନ୍ତ୍ରଣା ଭୋଗୁଛନ୍ତି।
କୁହାଯାଉଛି ଯେ, ଟପ୍ ୩ ଡାକ୍ତର ନୀରଜ ଚୋପ୍ରାଙ୍କ ସର୍ଜରୀ କରିିବେ। ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନୀରଜଙ୍କୁ ନେବାକୁ ପଡିବ। କହିରଖୁଛୁ କି, ଗତ କିଛି ଦିନ ମଧ୍ୟରେ, ନୀରଜ ଚୋପ୍ରା ବହୁତ କମ ଟୁର୍ନାମେଣ୍ଟ ଖେଳିଛନ୍ତି, ଏହା ପଛରେ ଗ୍ରୋଇନ୍ ସମସ୍ୟା ଏକ ପ୍ରମୁଖ କାରଣ ଭାବରେ ବିବେଚନା କରାଯାଉଛି । ତେବେ ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲ ପରେ ସେ ତାଙ୍କ ସର୍ଜରୀ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ମୋ ଦଳ ସହ କଥା ହେବି ଏବଂ ସେହି ଅନୁଯାୟୀ ନିଷ୍ପତ୍ତି ନେବି। ମୋ ଶରୀରର ସାମ୍ପ୍ରତିକ ଅବସ୍ଥା ସତ୍ତ୍ୱେ ମୁଁ ନିଜକୁ ଆଗକୁ ବଢୁଛି। ଆଗକୁ ବହୁତ କିଛି ବାକି ଅଛି ଏବଂ ଏଥିପାଇଁ ମୋତେ ନିଜକୁ ଫିଟ ରଖିବାକୁ ପଡିବ।
ଏହି ଖବର ନୀରଜ ଚୋପ୍ରାଙ୍କ କୋଚିଂ ଷ୍ଟାଫଙ୍କ ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। ପ୍ୟାରିସ ଅଲିମ୍ପିକ୍ସରେ ରୋପ୍ୟ ପଦକ ଜିତିବା ସତ୍ତ୍ୱେ ନୀରଜଙ୍କ କୋଚିଂ ଷ୍ଟାଫରେ ପରିବର୍ତ୍ତନ କରାଯାଉଛି। ନୀରଜଙ୍କ ବର୍ତ୍ତମାନର କୋଚ କ୍ଲାଉସ ବାର୍ଟୋନିଜ ଆଉ ତାଙ୍କ ସହ ରହିବେ ନାହିଁ। କ୍ଲାଉସ ବାର୍ଟୋନିଜ ଗତ ୬ବର୍ଷ ଧରି ତାଙ୍କ ସହ କାମ କରିଆସୁଥିଲେ।
The post ନୀରଜ ଚୋପ୍ରାଙ୍କ ହେବ ଅପରେଶନ, ଏମିତି କ’ଣ ହୋଇଗଲା… appeared first on Dharitri Odia News.