ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ‘ୱିଣ୍ଟର ୱେଡିଂ କଲେକ୍ସନ’

ଭୁବନେଶ୍ୱର,୨୧।୧: ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ଓ୍ବିଣ୍ଟର ଓ୍ବେଡିଂ କଲେକ୍ସନକୁ ଶନିବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ଓଡ଼ିଶାର ଜଣାଶୁଣା ୪ ଯୁବ କଳାକାରଙ୍କୁ ନେଇ ଏକ ଗତିଶୀଳ ବିଜ୍ଞାପନ କ୍ୟାମ୍ପେନ ସହ ଚଳିତ ବିବାହ ଋତୁକୁ ସ୍ବାଗତକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଉକ୍ତ କ୍ୟାମ୍ପେନ୍‌ କେବଳ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କଲେକ୍ସନକୁ ପ୍ରଦର୍ଶିତ କରୁନାହିଁ, ଏହା ମଧ୍ୟ […] The post ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ‘ୱିଣ୍ଟର ୱେଡିଂ କଲେକ୍ସନ’ appeared first on Dharitri Odia News.

ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ‘ୱିଣ୍ଟର ୱେଡିଂ କଲେକ୍ସନ’

ଭୁବନେଶ୍ୱର,୨୧।୧: ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ଓ୍ବିଣ୍ଟର ଓ୍ବେଡିଂ କଲେକ୍ସନକୁ ଶନିବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ଓଡ଼ିଶାର ଜଣାଶୁଣା ୪ ଯୁବ କଳାକାରଙ୍କୁ ନେଇ ଏକ ଗତିଶୀଳ ବିଜ୍ଞାପନ କ୍ୟାମ୍ପେନ ସହ ଚଳିତ ବିବାହ ଋତୁକୁ ସ୍ବାଗତକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଉକ୍ତ କ୍ୟାମ୍ପେନ୍‌ କେବଳ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କଲେକ୍ସନକୁ ପ୍ରଦର୍ଶିତ କରୁନାହିଁ, ଏହା ମଧ୍ୟ ସମ୍ପର୍କରେ ଉପହାରର ମହତ୍ତ୍ୱକୁ ପ୍ରତିପାଦିତ କରୁଛି। ଉକ୍ତ ସଂଯୋଗ ଯାହା ଆମ ହୃଦୟରେ ସ୍ବତନ୍ତ୍ର ସ୍ଥାନ ବଢାଇଥାଏ। ତାହା ଭାବପ୍ରବଣତାର ଗଭୀରତା,ଖୁସି ବିନିମୟ ଏବଂ ପ୍ରକୃତ ସଂଯୋଗର ଭାବନା ଦ୍ୱାରା ଚିହ୍ନିତ ହୋଇଥାଏ। ଅପରପକ୍ଷରେ ଉତ୍ସବ ଋତୁର ଖୁସି ବାଣ୍ଟିବା ପାଇଁ ଚାନ୍ଦି ଭଣ୍ଡାର ତା’ର ଗ୍ରାହକଙ୍କ ପାଇଁ ଏକ୍ସକ୍ଲୁସିଭ୍‌ ଅଫର ଆଣିଛି। ଏହି ଅଫର ୨୦୨୪ ଜାନୁଆରୀ ୩୧ ଯାଏ ଉପଲବ୍ଧ ରହିଥିବାବେଳେ ଉକ୍ତ ଅଫର ଅନ୍ତର୍ଗତ ରୁପା ଗହଣା ଏବଂ କଳାକୃତିର ଗଢ଼ା ମଜୁରି ଉପରେ ୨୦% ପର୍ଯ୍ୟନ୍ତ ସ୍ବତନ୍ତ୍ର ରିହାତି ଦିଆଯାଉଛି। ଉଲ୍ଲେଖଯୋଗ୍ୟ, ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ଶହୀଦ ନଗର, ପଟିଆ, ଜନପଥ, ସୌଭାଗ୍ୟନଗର,ରସୁଲଗଡ଼ ସମେତ ରାଉରକେଲା, ଅନୁଗୋଳ, କଟକ, ଯାଜପୁର ରୋଡ୍‌, ବ୍ରହ୍ମପୁର ଏବଂ ବାଲେଶ୍ୱରଠାରେ ଏହି ସୁବିଧା ଉପଲବ୍ଧ। ଉପରୋକ୍ତ ଷ୍ଟୋରଗୁଡିକରେ ଭିନ୍ନ ଭିନ୍ନ ଗହଣା ସମେତ କଟ୍‌ଲେରି, ସିଲ୍‌ଭର୍‌ୱେର ଏବଂ କର୍ପୋରେଟ୍‌ ଉପହାରର ବ୍ୟାପକ ସମ୍ଭାର ଉପଲବ୍ଧ। ଏପରିକି ଦେଶ(ଭାରତ)ର ବିଭିନ୍ନ କୋଣରୁ ସୁନ୍ଦର ଗହଣା ପିସ୍‌ ସହିତ ସର୍ବୋତ୍ତମ ଓଡ଼ିଆ କାରୁକାର୍ଯ୍ୟକୁ ଚାନ୍ଦି ଭଣ୍ଡାର ଗ୍ରାହକଙ୍କ ନିକଟକୁ ଆଣିଛି।

The post ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ‘ୱିଣ୍ଟର ୱେଡିଂ କଲେକ୍ସନ’ appeared first on Dharitri Odia News.