କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଝଟକା, 2G ସ୍ପେକ୍ଟ୍ରମ ରାୟ ଉପରେ ସରକାରଙ୍କ ଆବେଦନ ରେଜିଷ୍ଟ୍ରିରେ ଅଗ୍ରାହ୍ୟ

ନୂଆଦିଲ୍ଲୀ ୨।୫: ସୁପ୍ରିମକୋର୍ଟ ରେଜିଷ୍ଟ୍ରି କେନ୍ଦ୍ର ସରକାରଙ୍କ ସେହି ଆବେଦନକୁ ସ୍ୱୀକାର କରିବାକୁ ମନା କରିଦେଇଛନ୍ତି, ଯେଉଁଥିରେ ଟୁଜି ସ୍ପେକ୍ଟ୍ରମକୁ ନେଇ ଶୀର୍ଷ ନ୍ୟାୟାଳୟ ୨୦୧୨ରେ ଦେଇଥିବା ରାୟରେ ଶଂସୋଧନ ନିବେଦନ କରାଯାଇଥିଲା। ଏହି ରାୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଦେଶର ପ୍ରାକୃତିକ ସଂସାଧନର ହସ୍ତାନ୍ତରଣ କାଳରେ ସରକାର ନିଲାମ ରାସ୍ତା ଆପଣେଇବାକୁ ବାଧ୍ୟ। ସୂତ୍ରଙ୍କ ଅନୁସାରେ ରେଜିଷ୍ଚ୍ରି ଆବେଦନକୁ ଭୁଲ ଧାରଣାର ବସବର୍ତ୍ତି ଓ ସ୍ପଷ୍ଟିକରଣ ଦାବି ଆଢୁଆଳରେ ରାୟ ଉପରେ ପୁନର୍ବିଚାରର ଦାବି ବୋଲି କହିଛନ୍ତି। ରେଜିଷ୍ଟ୍ରାର ସୁପ୍ରିମକୋର୍ଟ ରୁଲସ୍ ୨୦୧୩ର ନିୟମ ୫ର ଆଦେଶ ୧୫ରେ ଦିଆଯାଇଥିବା ପ୍ରାବଧାନ ଆଧାରରେ ଆବେଦନକୁ ସ୍ୱୀକାର କରିବାକୁ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ରେଜିଷ୍ଟ୍ରାର କୌଣସି ଆବେଦନକୁ ଏହି ଆଧାରରେ ସ୍ୱୀକାର କରିବାକୁ ମନା କରିପାରନ୍ତି ଯେଉଁଥିରେ ଉଚିତ କାରଣ ଦର୍ଶା ଯାଇ ନଥିବ। ଏଭଳି କ୍ଷେତ୍ରରେ ଆବେଦନକାରୀ ୧୫ ଦିନ ମଧ୍ୟରେ ପ୍ରସ୍ତାବ ମାଧ୍ୟମରେ ଏହାକୁ କୋର୍ଟରେ ଅପିଲ କରିପାରିବେ। ଏହି ନିୟମ ଅନୁସାରେ କେନ୍ଦ୍ର ସରକାର ଏବେ ରେଜିଷ୍ଚ୍ରାରଙ୍କ ଆଦେଶ ବିରୋଧରେ ଅପିଲ କରିପାରନ୍ତି। ଶୀର୍ଷ ନ୍ୟୟାଳୟ ୨୦୧୨ ମସିହାରେ ତାଙ୍କ ଆଦେଶରେ ୨୦୦୮ରେ ତତ୍କାଳୀନ ଟେଲିକମ ମନ୍ତ୍ରୀ ଏ.ରାଜାଙ୍କ କାର୍ଯ୍ୟକାଳରେ ବିଭିନ୍ନ କମ୍ପାନୀଙ୍କୁ ଆବଣ୍ଟିତ ଟୁଜି ସ୍ପେକ୍ଟ୍ରମ ଲାଇସେନ୍ସ ରଦ

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଝଟକା, 2G ସ୍ପେକ୍ଟ୍ରମ ରାୟ ଉପରେ ସରକାରଙ୍କ ଆବେଦନ ରେଜିଷ୍ଟ୍ରିରେ ଅଗ୍ରାହ୍ୟ

ନୂଆଦିଲ୍ଲୀ ୨।୫: ସୁପ୍ରିମକୋର୍ଟ ରେଜିଷ୍ଟ୍ରି କେନ୍ଦ୍ର ସରକାରଙ୍କ ସେହି ଆବେଦନକୁ ସ୍ୱୀକାର କରିବାକୁ ମନା କରିଦେଇଛନ୍ତି, ଯେଉଁଥିରେ ଟୁଜି ସ୍ପେକ୍ଟ୍ରମକୁ ନେଇ ଶୀର୍ଷ ନ୍ୟାୟାଳୟ ୨୦୧୨ରେ ଦେଇଥିବା ରାୟରେ ଶଂସୋଧନ ନିବେଦନ କରାଯାଇଥିଲା। ଏହି ରାୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଦେଶର ପ୍ରାକୃତିକ ସଂସାଧନର ହସ୍ତାନ୍ତରଣ କାଳରେ ସରକାର ନିଲାମ ରାସ୍ତା ଆପଣେଇବାକୁ ବାଧ୍ୟ। 

ସୂତ୍ରଙ୍କ ଅନୁସାରେ ରେଜିଷ୍ଚ୍ରି ଆବେଦନକୁ ଭୁଲ ଧାରଣାର ବସବର୍ତ୍ତି ଓ ସ୍ପଷ୍ଟିକରଣ ଦାବି ଆଢୁଆଳରେ ରାୟ ଉପରେ ପୁନର୍ବିଚାରର ଦାବି ବୋଲି କହିଛନ୍ତି। ରେଜିଷ୍ଟ୍ରାର ସୁପ୍ରିମକୋର୍ଟ ରୁଲସ୍ ୨୦୧୩ର ନିୟମ ୫ର ଆଦେଶ ୧୫ରେ ଦିଆଯାଇଥିବା ପ୍ରାବଧାନ ଆଧାରରେ ଆବେଦନକୁ ସ୍ୱୀକାର କରିବାକୁ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ରେଜିଷ୍ଟ୍ରାର କୌଣସି ଆବେଦନକୁ ଏହି ଆଧାରରେ ସ୍ୱୀକାର କରିବାକୁ ମନା କରିପାରନ୍ତି ଯେଉଁଥିରେ ଉଚିତ କାରଣ ଦର୍ଶା ଯାଇ ନଥିବ। 

ଏଭଳି କ୍ଷେତ୍ରରେ ଆବେଦନକାରୀ ୧୫ ଦିନ ମଧ୍ୟରେ ପ୍ରସ୍ତାବ ମାଧ୍ୟମରେ ଏହାକୁ କୋର୍ଟରେ ଅପିଲ କରିପାରିବେ। ଏହି ନିୟମ ଅନୁସାରେ କେନ୍ଦ୍ର ସରକାର ଏବେ ରେଜିଷ୍ଚ୍ରାରଙ୍କ ଆଦେଶ ବିରୋଧରେ ଅପିଲ କରିପାରନ୍ତି। ଶୀର୍ଷ ନ୍ୟୟାଳୟ ୨୦୧୨ ମସିହାରେ ତାଙ୍କ ଆଦେଶରେ ୨୦୦୮ରେ ତତ୍କାଳୀନ ଟେଲିକମ ମନ୍ତ୍ରୀ ଏ.ରାଜାଙ୍କ କାର୍ଯ୍ୟକାଳରେ ବିଭିନ୍ନ କମ୍ପାନୀଙ୍କୁ ଆବଣ୍ଟିତ ଟୁଜି ସ୍ପେକ୍ଟ୍ରମ ଲାଇସେନ୍ସ ରଦ୍ଦ କରିଦେଇଥିଲେ। 

ଗତ ଏପ୍ରିଲ ୨୨ ତାରିଖ ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣୀ ମୁଖ୍ୟ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଜେ.ବି.ପାର୍ଦିବାଲାଙ୍କ ପୀଠରେ ଏକ ଆବେଦନ ଉପସ୍ଥାପନ କରିଥିଲେ। ଏହା ଉପରେ ତତ୍କାଳ ଶୁଣାଣି ନିମନ୍ତେ ନିବେଦନ କରି ଭେଙ୍କଟରମଣୀ କହିଥିଲେ ଯେ ଆବେଦନରେ ୨୦୧୨ ରାୟର ସଂଶୋଧନ ନିବେଦନ କରାଯାଇଛି। କାରଣ କେନ୍ଦ୍ର ସରକାର କିଛି ଅନ୍ୟ ମାମଲାରେ ଟୁଜି ସ୍ପେକ୍ଟ୍ରମ ପ୍ରଦାନ କରିବାକୁ ଚାହୁଁଛନ୍ତି। 

କେନ୍ଦ୍ର ସରକାର ତାଙ୍କ ଆବେଦନରେ ଅଣ ବ୍ୟବସାୟୀକ ଉଦ୍ଦେଶ୍ୟ ନିମନ୍ତେ ସରକାରଙ୍କ କାର୍ଯ୍ୟ ନିଷ୍ପାଦନରେ ଟୁଜି ସ୍ପେକ୍ଟ୍ରମ ନିଲାମରେ ରିହାତି ନିବେଦନ କରିଥିଲେ। ଟୁଜି ସ୍ପେକ୍ଟ୍ରମ ମାମଲାରେ ଆବେଦନକାରୀ ଥିବା ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ଉପସ୍ଥିତ ଓକିଲ ପ୍ରଶାନ୍ତ ଭୂଷଣ ଏହାର ବିରୋଧ କରିଥିଲେ। ତେବେ ମୁଖ୍ୟ ବିଚାରପତି ଭେଙ୍କଟରମଣୀଙ୍କୁ କହିଥିଲେ ଯେ ଆମେ ଦେଖିବୁ ଆପଣ ଇ-ମେଲ ପଠାନ୍ତୁ।