କେନ୍ଦ୍ରକୁ ହକ୍ ମାଗିଲା ଓଡ଼ିଶା । ବିକାଶ ପାଇଁ ଦିଅ ଅଧିକ ବଜେଟ ।
କନକ ବ୍ୟୁରୋ: ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଛି । ତେଣୁ ବିକାଶରେ ଯେପରି ବ୍ରେକ ଲାଗିବନି ସେଥିପାଇଁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର । ନିର୍ବାଚନରେ ମିଳିଥିବା ଅହେତୁକ ଜନସମର୍ଥନ ବଦଳରେ ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ଓଡ଼ିଶାର ଆର୍ଥିକ ବଜେଟକୁ ବୃଦ୍ଧି କରିବାକୁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ନୂଆ ସରକାର ଗଢିଥିବା ବିଜେପି, କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଠାରୁ ହକ୍ ମାଗିଛି । ନୂଆ ସରକାର ଠାରୁ ଓଡ଼ିଶାବାସୀ ଅନେକ ଆଶା ରଖିଛନ୍ତି । ତେଣୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରାକ୍ ବଜେଟ ଆଲୋଚନାରେ ଓଡ଼ିଶାର ଗୋଟି ଗୋଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ସହରୀକରଣର ଦ୍ରୁତ ବିକାଶ ପାଇଁ ବଜେଟରେ ଅଧିକ ପାଣ୍ଠିର ପ୍ରାବଧାନ ରଖିବାକୁ ଯୁକ୍ତି ବାଢିଛନ୍ତି । ଏହାସହ ସ୍ବାସ୍ଥ୍ୟସେବା, ଶିକ୍ଷା ଓ ଭିତ୍ତିଭୂମିର ବିକାଶ ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବା କେନ୍ଦ୍ରକୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ପାଖରେ ଓଡ଼ିଶାର ଦାବି - ଗୋପାଳପୁର ଓ ଝାରସୁଗୁଡ଼ାରେ ନୂଆ ଶିଳ୍ପ ଟାଉନସିପର ବିକାଶ ପାଇଁ ବ୍ୟବସ୍ଥା- ପର୍ୟ୍ୟଟନ ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ ବାବଦକୁ ୧୦ ହଜାର କୋଟି- ପୂର୍ବୋଦୟ ଅଭିଯାନ ଲାଗି ସ୍ବତନ୍ତ୍ର କେନ୍ଦ୍ରୀୟ ଯୋଜନା - ଜଳ ଜୀବନ ମିଶନର ସଫଳ ରୂପାୟନ ପାଇଁ ଅଧିକ ବ୍

କନକ ବ୍ୟୁରୋ: ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଛି । ତେଣୁ ବିକାଶରେ ଯେପରି ବ୍ରେକ ଲାଗିବନି ସେଥିପାଇଁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର । ନିର୍ବାଚନରେ ମିଳିଥିବା ଅହେତୁକ ଜନସମର୍ଥନ ବଦଳରେ ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ଓଡ଼ିଶାର ଆର୍ଥିକ ବଜେଟକୁ ବୃଦ୍ଧି କରିବାକୁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଓଡ଼ିଶାରେ ନୂଆ ସରକାର ଗଢିଥିବା ବିଜେପି, କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଠାରୁ ହକ୍ ମାଗିଛି । ନୂଆ ସରକାର ଠାରୁ ଓଡ଼ିଶାବାସୀ ଅନେକ ଆଶା ରଖିଛନ୍ତି । ତେଣୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରାକ୍ ବଜେଟ ଆଲୋଚନାରେ ଓଡ଼ିଶାର ଗୋଟି ଗୋଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ସହରୀକରଣର ଦ୍ରୁତ ବିକାଶ ପାଇଁ ବଜେଟରେ ଅଧିକ ପାଣ୍ଠିର ପ୍ରାବଧାନ ରଖିବାକୁ ଯୁକ୍ତି ବାଢିଛନ୍ତି । ଏହାସହ ସ୍ବାସ୍ଥ୍ୟସେବା, ଶିକ୍ଷା ଓ ଭିତ୍ତିଭୂମିର ବିକାଶ ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବା କେନ୍ଦ୍ରକୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
କେନ୍ଦ୍ର ପାଖରେ ଓଡ଼ିଶାର ଦାବି
- ଗୋପାଳପୁର ଓ ଝାରସୁଗୁଡ଼ାରେ ନୂଆ ଶିଳ୍ପ ଟାଉନସିପର ବିକାଶ ପାଇଁ ବ୍ୟବସ୍ଥା
- ପର୍ୟ୍ୟଟନ ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ ବାବଦକୁ ୧୦ ହଜାର କୋଟି
- ପୂର୍ବୋଦୟ ଅଭିଯାନ ଲାଗି ସ୍ବତନ୍ତ୍ର କେନ୍ଦ୍ରୀୟ ଯୋଜନା
- ଜଳ ଜୀବନ ମିଶନର ସଫଳ ରୂପାୟନ ପାଇଁ ଅଧିକ ବ୍ୟୟବରାଦ
ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ଦାବି ରଖିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ବିରୋଧୀ ବିଜେଡ଼ି ପୁରୁଣା କଥାକୁ ମନେ ପକାଇ ଦେବା ସହ କହିଛି, ବିଜେପି ଡବଲ ଷ୍ଟାଣ୍ଡାର୍ଡ ଦେଖାଉଛି । ପୂର୍ବରୁ ବିଜେଡି ସମାନ ଢଙ୍ଗରେ ଓଡ଼ିଶା ପାଇଁ ଦାବି କରୁଥିବା ବେଳେ ବିରୋଧ କରୁଥିଲା ବିଜେପି । ବିଜେଡିର ବିକାଶ ବିରୋଧୀ ଆଭିମୁଖ୍ୟର କଡା ଜବାବ ରଖିଛି ବିଜେପି । ଦଳର ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାର ଉନ୍ନତି ଚାହୁଁଛନ୍ତି ମୋହନ ସରକାର । କେନ୍ଦ୍ର ସରକାର ମଧ୍ୟ ସବୁ ସହାୟତା ଦେବାକୁ ରାଜି । କାରଣ ମୋଦୀଙ୍କ ଫୋକସରେ ରହିଛି ଓଡ଼ିଶା ।
ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ପୂରା କରିବା ଦିଗରେ ଆଗକୁ ବଢୁଛନ୍ତି ସରକାର । ତେବେ ଅର୍ଥ ଯେପରି ଏଦିଗରେ ବାଧକ ନସାଜିବ ସେଥିପାଇଁ କେନ୍ଦ୍ର ନିକଟରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଦେଖିବା ବାକି ରହିଲା, ମୁଖ୍ୟମନ୍ତ୍ରୀଙ୍କ ଦାବି ମୁତାବକ ଅର୍ଥ ଆଗାମୀ ବଜେଟରେ ଓଡ଼ିଶା ମିଳୁଛି କି ନାହିଁ ।