ଦିଲ୍ଲୀ ଏଗଜିଟ ପୋଲ ରିପୋର୍ଟକୁ ନେଇ ଆସିଲା AAPର ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି ନେତା?

ନୂଆଦିଲ୍ଲୀ ୫।୨:  ଦିଲ୍ଲୀ ବିଧାନସଭାର ୭୦ଟି ସିଟ୍‌ ରେ ଭୋଟ ଗ୍ରହଣ ପରେ ଏଗଜିଟ ପୋଲ ଫଳାଫଳ ଆସିଯାଇଛି। ସବୁ ଏଗଜିଟ୍ ପୋଲରେ ବିଜେପି ବହୁମତରେ ଜିତୁଥିବାର ଆକଳନ କରାଯାଇଥିବା ବେଳେ ଆମଆଦମୀ ପାର୍ଟି (ଆପ) ସରକାରର ପତନ ଅନୁମାନ କରାଯାଇଛି। ଯଦି ବିଜେପିକୁ ବହୁମତ ମିଳେ ତେବେ ଜାତୀୟ ରାଜଧାନୀରେ ୨୭ ବର୍ଷ ପରେ ପୁଣି ବିଜେପି ସରକାର ହେବ। ଦିଲ୍ଲୀରେ ସରକାର ଗଢିବା ପାଇଁ ୩୬ ଟି ଆସନର ଆବଶ୍ୟକତା ଅଛି, ନିର୍ବାଚନ ଫଳାଫଳ ଫେବୃଆରୀ ୮ ତାରିଖରେ ଆସିଯିବ। #WATCH | #DelhiAssemblyElection2025 | On exit poll, AAP spokesperson Priyanka Kakkar says, "... Exit polls have always proven to be wrong for the AAP. We have always formed the government with a clear majority and this time will be no different... There are some exit polls which… pic.twitter.com/JYFbyMuF5R— ANI (@ANI) February 5, 2025ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସୁଶୀଲ ଗୁପ୍ତା କହିଛନ୍ତି ଯେ ଏହା ଆମର ଚତୁର୍ଥ ନିର୍ବାଚନ ଓ ସବୁଥର ଏଗଜିଟ ପୋଲରେ ଆପ ସରକାର ଗଢିବ ତାର ଆକଳନ ନଥାଏ। ଅରବିନ୍ଦ କେଜରିୱାଲ ଦିଲ୍ଲୀବାସୀଙ୍କ ନିମନ୍ତେ ଲଗାତାର କାମ କରିଛନ୍ତି। ଫେବୃଆରୀ ୮ ତାରିଖ ଦିନ ଫଳାଫଳ ଆପ ସପକ୍ଷରେ ଆସିବ ବୋଲି ଗୁପ୍ତା କହିଛନ୍ତି। ସେହିପରି ଆପ ମୁଖପାତ୍ର ପ୍ରିୟଙ୍କା କକଡ କହିଛନ୍ତି ଯେ

ଦିଲ୍ଲୀ ଏଗଜିଟ ପୋଲ ରିପୋର୍ଟକୁ ନେଇ ଆସିଲା AAPର ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି ନେତା?

ନୂଆଦିଲ୍ଲୀ ୫।୨:  ଦିଲ୍ଲୀ ବିଧାନସଭାର ୭୦ଟି ସିଟ୍‌ ରେ ଭୋଟ ଗ୍ରହଣ ପରେ ଏଗଜିଟ ପୋଲ ଫଳାଫଳ ଆସିଯାଇଛି। ସବୁ ଏଗଜିଟ୍ ପୋଲରେ ବିଜେପି ବହୁମତରେ ଜିତୁଥିବାର ଆକଳନ କରାଯାଇଥିବା ବେଳେ ଆମଆଦମୀ ପାର୍ଟି (ଆପ) ସରକାରର ପତନ ଅନୁମାନ କରାଯାଇଛି। ଯଦି ବିଜେପିକୁ ବହୁମତ ମିଳେ ତେବେ ଜାତୀୟ ରାଜଧାନୀରେ ୨୭ ବର୍ଷ ପରେ ପୁଣି ବିଜେପି ସରକାର ହେବ। ଦିଲ୍ଲୀରେ ସରକାର ଗଢିବା ପାଇଁ ୩୬ ଟି ଆସନର ଆବଶ୍ୟକତା ଅଛି, ନିର୍ବାଚନ ଫଳାଫଳ ଫେବୃଆରୀ ୮ ତାରିଖରେ ଆସିଯିବ। 


ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସୁଶୀଲ ଗୁପ୍ତା କହିଛନ୍ତି ଯେ ଏହା ଆମର ଚତୁର୍ଥ ନିର୍ବାଚନ ଓ ସବୁଥର ଏଗଜିଟ ପୋଲରେ ଆପ ସରକାର ଗଢିବ ତାର ଆକଳନ ନଥାଏ। ଅରବିନ୍ଦ କେଜରିୱାଲ ଦିଲ୍ଲୀବାସୀଙ୍କ ନିମନ୍ତେ ଲଗାତାର କାମ କରିଛନ୍ତି। ଫେବୃଆରୀ ୮ ତାରିଖ ଦିନ ଫଳାଫଳ ଆପ ସପକ୍ଷରେ ଆସିବ ବୋଲି ଗୁପ୍ତା କହିଛନ୍ତି। ସେହିପରି ଆପ ମୁଖପାତ୍ର ପ୍ରିୟଙ୍କା କକଡ କହିଛନ୍ତି ଯେ ଆପ ବିପକ୍ଷରେ ଏଗଜିଟ ପୋଲ ସବୁବେଳେ ଭୁଲ ସାବ୍ୟସ୍ତ ହୋଇଛି। 



ଆମେ ସବୁଥର ସ୍ପଷ୍ଟ ବହୁମତରେ ସରକାର କରିଛୁ ଓ ଏଥର ମଧ୍ୟ ସେଇଆ ହେବ। କିଛି ଏଗଜିଟ ପୋଲରେ ଆମେ ଜିତୁଥିବାର ଦେଖାଇଛନ୍ତି। ତେବେ ସମସ୍ତଙ୍କୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ କରୁଛି। ଅରବିନ୍ଦ କେଜରିୱାଲ ବିଶାଳ ବହୁମତରେ ପୁଣି ସରକାର ଗଢିବେ ବୋଲି ସେ କହିଛନ୍ତି। ଆପ ବିଧାୟକ ତଥା ମାଲବୀୟ ନଗରରୁ ପ୍ରାର୍ଥୀ ସୋମନାଥ ଭାରତୀ କହିଛନ୍ତି ଯେ ଗତ ନିର୍ବାଚନରେ କିଛି ଚ୍ୟାନେଲ ବିଜେପିକୁ ୬୨ଟି ସିଟ୍ ଓ ଆପକୁ ୮ଟି ସିଟ୍ ମିଳୁଥିବାର ଆକଳନ କରିଥିଲେ। ହେଲେ ଏହାର ଠିକ୍ ଓଲଟା ପରିଣାମ ଆସିଥିଲା। 



ସେ କହିଛନ୍ତି ଯେ ଏବେ ଯେଉଁ ଏଗଜିଟ ପୋଲ ଦେଖାଉଛନ୍ତି ବିଜେପି ସରକାର କରିବ, ମୋତେ ଲାଗୁଛି ଆମକୁ ଭୋଟଗଣତି ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଯଦି ଆମେ ଗତ ଥର ରେକର୍ଡ ଭାଙ୍ଗିଲୁ ଏହା ଆଶ୍ଚର୍ଯ୍ୟଜନକ ହେବ ନାହିଁ। ସେହିପରି ଆପ ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି ଯେ ଆମେ ଦିଲ୍ଲୀରେ ୩ଟି ନିର୍ବାଚନ ଲଢିଛୁ ଏହା ଆମ ପାଇଁ ଚତୁର୍ଥ ନିର୍ବାଚନ। ୨୦୧୩ରୁ ୨୦୧୫ ଏଗଜିଟ ପୋଲସରେ ଆମେ ହାରୁଥିବା ଦେଖାଯାଇଥିଲା ଓ ୨୦୨୦ରେ ବି ଏହା ହୋଇଥିଲା। ହେଲେ ଫଳାଫଳ ଏହାର ଓଲଟା ଆସିଥିଲା। ଏଥର ଏଗଜିଟ ପୋଲରେ ମଧ୍ୟ କମ୍ ଆସନ ଦେଖାଯାଉଛି। ମୋତେ ଲାଗୁଛି ଆପ ର ଭୋଟ ସେୟାର ସବୁବେଳେ ଏଗଜିଟ ପୋଲରୁ ଅଧିକ ଥାଏ।