ଆମାଜନ ଇଣ୍ଡିଆରେ ବଡ଼ ଇସ୍ତଫା, କଣ୍ଟ୍ରି ହେଡ ମନୀଷ ତିଓ୍ବାରୀ ଛାଡ଼ିଲେ ପଦ

ନୂଆଦିଲ୍ଲୀ: ଆମାଜନ ଇଣ୍ଡିଆର କଣ୍ଟ୍ରି ହେଡ ପଦ ଛାଡ଼ିଲେ ମନୀଷ ତିଓ୍ବାରୀ । ପ୍ରାୟ ୮ ବର୍ଷ ଧରି ସେ ଏହି ପଦରେ ରହିଥିଲେ। ତେବେ ଏବେ ସେ ଅନ୍ୟ କେଉଁ କମ୍ପାନିରେ ଯୋଗଦେବେ ସେନେଇ ସ୍ପଷ୍ଟ ହୋଇନାହିଁ।କମ୍ପାନିର ପ୍ରବକ୍ତା କହିଛନ୍ତି- ଆମାଜନ ଇଣ୍ଡିଆର କଣ୍ଟ୍ରି ହେଡ ମନୀଷ ତିଓ୍ବାରୀ କମ୍ପାନି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଆଠ ବର୍ଷ ଧରି ତାଙ୍କର ନେତୃତ୍ବ ଫଳରେ କମ୍ପାନି, ଗ୍ରାହକ ଏବଂ ବିକ୍ରେତାଙ୍କ ମଧ୍ୟରେ ସମ୍ପର୍କକୁ ମଜଭୁତ କରିଛି। ତାଙ୍କ ନେତୃତ୍ବରେ ଆମାଜନ ଭାରତୀୟ ବଜାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଅବଶ୍ୟ ମନୀଷ ତିଓ୍ବାରୀ କମ୍ପାନିରେ ଅକ୍ଟୋବର ପର୍ଯ୍ୟନ୍ତ ରହିବେ।ସୂଚନାଥାଉକି, ମନୀଷ ତିଓ୍ବାରୀ ଭାରତରେ ଆମାଜନର ସେଲର୍ସ ସର୍ଭିସେଜ ସହ କଞ୍ଜ୍ୟୁମର ସର୍ଭିସ ବିଜନେସର ନେତୃତ୍ବ କରୁଛନ୍ତି। ସେ ସେ ୨୦୧୬ରେ ୟୁନିଲିଭର ଛାଡ଼ି ଆମାଜନରେ ଯୋଗ ଦେଇଥିଲେ।

ଆମାଜନ ଇଣ୍ଡିଆରେ ବଡ଼ ଇସ୍ତଫା, କଣ୍ଟ୍ରି ହେଡ ମନୀଷ ତିଓ୍ବାରୀ ଛାଡ଼ିଲେ ପଦ

ନୂଆଦିଲ୍ଲୀ: ଆମାଜନ ଇଣ୍ଡିଆର କଣ୍ଟ୍ରି ହେଡ ପଦ ଛାଡ଼ିଲେ ମନୀଷ ତିଓ୍ବାରୀ । ପ୍ରାୟ ୮ ବର୍ଷ ଧରି ସେ ଏହି ପଦରେ ରହିଥିଲେ। ତେବେ ଏବେ ସେ ଅନ୍ୟ କେଉଁ କମ୍ପାନିରେ ଯୋଗଦେବେ ସେନେଇ ସ୍ପଷ୍ଟ ହୋଇନାହିଁ।

କମ୍ପାନିର ପ୍ରବକ୍ତା କହିଛନ୍ତି- ଆମାଜନ ଇଣ୍ଡିଆର କଣ୍ଟ୍ରି ହେଡ ମନୀଷ ତିଓ୍ବାରୀ କମ୍ପାନି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଆଠ ବର୍ଷ ଧରି ତାଙ୍କର ନେତୃତ୍ବ ଫଳରେ କମ୍ପାନି, ଗ୍ରାହକ ଏବଂ ବିକ୍ରେତାଙ୍କ ମଧ୍ୟରେ ସମ୍ପର୍କକୁ ମଜଭୁତ କରିଛି। ତାଙ୍କ ନେତୃତ୍ବରେ ଆମାଜନ ଭାରତୀୟ ବଜାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଅବଶ୍ୟ ମନୀଷ ତିଓ୍ବାରୀ କମ୍ପାନିରେ ଅକ୍ଟୋବର ପର୍ଯ୍ୟନ୍ତ ରହିବେ।

ସୂଚନାଥାଉକି, ମନୀଷ ତିଓ୍ବାରୀ ଭାରତରେ ଆମାଜନର ସେଲର୍ସ ସର୍ଭିସେଜ ସହ କଞ୍ଜ୍ୟୁମର ସର୍ଭିସ ବିଜନେସର ନେତୃତ୍ବ କରୁଛନ୍ତି। ସେ ସେ ୨୦୧୬ରେ ୟୁନିଲିଭର ଛାଡ଼ି ଆମାଜନରେ ଯୋଗ ଦେଇଥିଲେ।