କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି
ଭୁବନେଶ୍ୱର,୧୬ା୪(ଅନିଲ ଦାସ):କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି। ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲାରେ ସେ ଗୋଟିଏ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିନାହାନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ମତ ରଖି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଏହା କହିଛନ୍ତି। ସେ କହିଛନ୍ତି, ଢେଙ୍କାନାଳ ଓ ସମ୍ବଲପୁରବାସୀ ବାରମ୍ବାର ୫୫ ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ଆସୁଛନ୍ତି। ଏଥିସହିତ ଏହି ସଡ଼କର ଅବସ୍ଥା ଅତ୍ୟନ୍ତ ବିପଜ୍ଜନକ […] The post କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି appeared first on Dharitri Odia News.
ଭୁବନେଶ୍ୱର,୧୬ା୪(ଅନିଲ ଦାସ):କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି। ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲାରେ ସେ ଗୋଟିଏ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିନାହାନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ମତ ରଖି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଏହା କହିଛନ୍ତି।
ସେ କହିଛନ୍ତି, ଢେଙ୍କାନାଳ ଓ ସମ୍ବଲପୁରବାସୀ ବାରମ୍ବାର ୫୫ ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ଆସୁଛନ୍ତି। ଏଥିସହିତ ଏହି ସଡ଼କର ଅବସ୍ଥା ଅତ୍ୟନ୍ତ ବିପଜ୍ଜନକ ଥିବାରୁ କିଭଳି ଶହ ଶହ ମୂଲ୍ୟବାନ ଜୀବନ ଯାଉଛି ତାହା ଦର୍ଶାଇ ଆସୁଛନ୍ତି ।
ହେଲେ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଏହି ସମସ୍ୟାର ସମାଧାନ କରିବାକୁ କିମ୍ବା ଏହି ପ୍ରସଙ୍ଗରେ କହିବାକୁ ମନା କରି ଦେଇଛନ୍ତି । ଏବେ ସେ ସମ୍ବଲପୁରରୁ ନିର୍ବାଚନ ଲଢୁଥିବା ବେଳେ ଏଭଳି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ କିଭଳି ସାମ୍ନା କରିବେ ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଢେଙ୍କାନାଳ, ସମ୍ବଲପୁର, ଅନୁଗୋଳ ଓ ଦେବଗଡ଼ ଜିଲାରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିନାହାନ୍ତି । ଏପରି କି ନିଜ ଗାଁରେ ଗୋଟିଏ ସ୍ମାର୍ଟ କ୍ଲାସ୍ରୁମ୍ ମଧ୍ୟ ନିର୍ମାଣ କରି ନାହାନ୍ତି। ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ନିଜ ଗାଁରେ ଭାଜପା ପରାଜିତ ହୋଇଥିଲା। ଅପରପକ୍ଷରେ ବିଜେଡି ସରକାର ସ୍ମାର୍ଟ କ୍ଲାସରୁମ୍, ଡିଜିଟାଲ୍ ଲାଇବ୍ରେରୀ ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ମାଧ୍ୟମରେ ହାଇସ୍କୁଲ ଶିକ୍ଷାକୁ ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ରୂପାନ୍ତରଣ କରିଛନ୍ତି। ସେ ସବୁ ରୂପାନ୍ତରଣ ତାଙ୍କୁ ଦେଖାଯାଉ ନାହିଁ । ୫-ଟି ଅଭିଯାନରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ’ ଅଧୀନରେ ଓଡ଼ିଶାକୁ ‘ଆୱାର୍ଡ ଅଫ୍ ଏକ୍ସଲେନ୍ସ’ ପୁରସ୍କାର ପ୍ରଦାନ କରାଯାଇଥିବାରୁ ଧର୍ମେନ୍ଦ୍ର ପ୍ରକୃତରେ ଦୁଃଖିତ ବୋଲି ସସ୍ମିତ କହିଛନ୍ତି ।
The post କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି appeared first on Dharitri Odia News.