କେନ୍ଦ୍ରମନ୍ତ୍ରୀଙ୍କ ପରେ ଏହି ଭାଜପା ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ,୧।୯: କିଛିଦିନ ତଳେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଏବେ ଆଉ ଜଣେ ଭାଜପା ନେତାଙ୍କୁ ଆକ୍ରମଣ କରାଯାଇଛି। ମଣିପୁରର ଭାଜପା ନେତା ମାଇକେଲ ଲାମଜଥାଙ୍ଗଙ୍କ ଘରେ ଘାତକ ଆକ୍ରମଣ ହୋଇଛି। ଏହି ସମୟରେ ଉତ୍ୟକ୍ତ ଜନତା ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହା ସହିତ ତାଙ୍କ କାରରେ ମଧ୍ୟ ନିଆଁ ଲାଗିଯାଇଥିଲା। ଚୁରଚାନ୍ଦପୁର ଜିଲାରେ କେତେଜଣ ଆକ୍ରମଣକାରୀ ରାଜ୍ୟ ଭାଜପା ମୁଖପାତ୍ର ମାଇକେଲ ଲାମଜଥାଙ୍ଗଙ୍କ ଘରେ ଆକ୍ରମଣ […] The post କେନ୍ଦ୍ରମନ୍ତ୍ରୀଙ୍କ ପରେ ଏହି ଭାଜପା ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ appeared first on Dharitri Odia News.

କେନ୍ଦ୍ରମନ୍ତ୍ରୀଙ୍କ ପରେ ଏହି ଭାଜପା ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ,୧।୯: କିଛିଦିନ ତଳେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଏବେ ଆଉ ଜଣେ ଭାଜପା ନେତାଙ୍କୁ ଆକ୍ରମଣ କରାଯାଇଛି। ମଣିପୁରର ଭାଜପା ନେତା ମାଇକେଲ ଲାମଜଥାଙ୍ଗଙ୍କ ଘରେ ଘାତକ ଆକ୍ରମଣ ହୋଇଛି। ଏହି ସମୟରେ ଉତ୍ୟକ୍ତ ଜନତା ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହା ସହିତ ତାଙ୍କ କାରରେ ମଧ୍ୟ ନିଆଁ ଲାଗିଯାଇଥିଲା। ଚୁରଚାନ୍ଦପୁର ଜିଲାରେ କେତେଜଣ ଆକ୍ରମଣକାରୀ ରାଜ୍ୟ ଭାଜପା ମୁଖପାତ୍ର ମାଇକେଲ ଲାମଜଥାଙ୍ଗଙ୍କ ଘରେ ଆକ୍ରମଣ କରିଥିଲେ।
ପୋଲିସର ସୂଚନାନୁସାରେ, ତୁଇବୋଙ୍ଗର ପେନିଲା ଗ୍ରାମରେ ଅବସ୍ଥିତ ଘର ସାମ୍ନାରେ ଅଟକି ରହିଥିବା ଏକ କାର ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଏହି ଆକ୍ରମଣ ବେଳେ ଭାଜପା ନେତା ଘରେ ଉପସ୍ଥିତ ନଥିଲେ ବୋଲି ପୋଲିସ କହିଛି। ତେଣୁ ତାଙ୍କ ଜୀବନ ରକ୍ଷା ପାଇଲା। ଆକ୍ରମଣକାରୀମାନେ ଭାଜପା ନେତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲେ, କିନ୍ତୁ ସେତେବେଳେ ସେ ତାଙ୍କ ଘରେ ଉପସ୍ଥିତ ନଥିଲେ।
ଗତ ସପ୍ତାହରେ ତାଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିବା ପୋଲିସ କହିଛି। ଏପରିକି ସେତେବେଳେ ନେତା ଘରେ ଉପସ୍ଥିତ ନଥିଲେ। ଆକ୍ରମଣକାରୀମାନେ କ୍ରମାଗତ ଭାବରେ ଭାଜପା ନେତା ମାଇକେଲଙ୍କୁ ଟାର୍ଗେଟ କରୁଛନ୍ତି। ଏଥି ସହ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ଉତ୍ତେଜନାମୂଳକ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହିପରି ଘଟଣା ଖରାପ ମାନସିକତାକୁ ପ୍ରତିଫଳିତ କରିଥାଏ। ଯେଉଁ ଅଧିକାରୀମାନେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରନ୍ତି ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ବିପଦ ବିଷୟରେ ପୂର୍ବରୁ ଚେତାବନୀ ଦିଆଯାଇଥିଲା। ଆକ୍ରମଣକାରୀଙ୍କୁ ଖୋଜା ଚାଲିଛି। ଖୁବ ଶୀଘ୍ର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବ। ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ପୋଲିସ ଟିମ ଗଠନ କରିଛନ୍ତି।

The post କେନ୍ଦ୍ରମନ୍ତ୍ରୀଙ୍କ ପରେ ଏହି ଭାଜପା ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ appeared first on Dharitri Odia News.