କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ୍, ୧୦ ବର୍ଷରେ ସମ୍ୱଲପୁରର ବିକାଶ କେତେ ବୋଲି ପ୍ରଶ୍ନ କଲେ

ସମ୍ୱଲପୁର ୧୭/୦୫: ସମ୍ବଲପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପାଣ୍ଡିଆନ୍ । ଏହି ଅବସରରେ ସେ କହିଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏଠି ଠିଆ ହୋଇଛନ୍ତି । ମୁଁ ଗୋଟିଏ ଗୁମାସ୍ତା ବୋଲି ସେ କହନ୍ତି । ସେ ଆଜି ସନ୍ଧ୍ୟା ସୁଦ୍ଧା ମୋ ପ୍ରଶ୍ନର ଉତ୍ତର ରଖିବେ । ଆପଣଙ୍କର ମିଠା ଭାଷାକୁ ସମ୍ବିଧାନରେ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଆମେ ଚିଠି ଲେଖିଛୁ । ଆପଣ କାହିଁକି ୮ପରିଚ୍ଛେଦରେ ସାମିଲ କଲେ ନାହିଁ । ସମ୍ବଲପୁରୀ ପ୍ରଚାର ପ୍ରସାର ପାଇଁ ଆପଣ ୧୦ ବର୍ଷରେ ସମ୍ବଲପୁରୀ ଶାଢୀ ପାଇଁ କଣ କରିଛନ୍ତି । ବୁଣାକାର ପାଇଁ କଣ କଲେ । ୧୦ ବର୍ଷ ହେବ ମନ୍ତ୍ରୀ ଅଛନ୍ତି, ଆପଣ ଚାହିଁଥିଲେ ଟେକ୍ସଟାଇଲ୍ସ ପାର୍କ କରିଥାନ୍ତେ । ଏ ଅଂଚଳର ବରପୁତ୍ର ମାନେ ଯଥା ବୀରସୁରେନ୍ଦ୍ର ସାଏ, ଗଙ୍ଗାଧର ମେହେର, ପାର୍ବତୀ ଗିରିଙ୍କ ପାଇଁ କଣ କଲେ । ଆମେ ଉନ୍ନତି କରିଛୁ । ସମ୍ବଲପୁରୀ ମ୍ୟୁଜିୟମ କରିଛୁ । କୃଷି ଭବନକୁ ସମ୍ବଲପୁରୀ ଛାପରେ ତିଆରି ହୋଇଛି । ମହାନଦୀ ଏ ଅଂଚଳର ଜୀବନ ଧାରା, ମୁଁ ମାଁ ସମଲେଇଙ୍କ ନାଁରେ କହୁଛି, ଆପଣ ଛତିଶଗଡ ସାଙ୍ଗରେ ଠିଆ ହୋଇଥିଲେ । ଆପଣ ଭୋଟ ରାଜନୀତି କଲେ । ସୁପ୍ରିମକୋର୍ଟରେ ଆପଣ କଣ ଆଫିଡେଭିଟ କରିଛନ୍ତି । ଚାଷୀ ବିରୋଧରେ ଲାଗିଲେ ସମଲେଇ ମନ୍ଦିର ଉନ୍ନତି ପାଇଁ ବବି ବାବୁ ବହୁତ କାମ କରିଛନ୍ତି । ମାଁ ସମଲେଇ କାମକୁ ବନ୍ଦ କରିବା ପାଇଁ ସେମାନେ ସୁପ୍ରିମକୋର୍ଟ ପର୍ଯ୍ଯନ୍ତ ଯାଇଥିଲେ । କେନ୍ଦୁପତ୍

କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ୍, ୧୦ ବର୍ଷରେ ସମ୍ୱଲପୁରର ବିକାଶ କେତେ ବୋଲି ପ୍ରଶ୍ନ କଲେ

ସମ୍ୱଲପୁର ୧୭/୦୫: ସମ୍ବଲପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପାଣ୍ଡିଆନ୍ । ଏହି ଅବସରରେ ସେ କହିଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏଠି ଠିଆ ହୋଇଛନ୍ତି । ମୁଁ ଗୋଟିଏ ଗୁମାସ୍ତା ବୋଲି ସେ କହନ୍ତି । ସେ ଆଜି ସନ୍ଧ୍ୟା ସୁଦ୍ଧା ମୋ ପ୍ରଶ୍ନର ଉତ୍ତର ରଖିବେ । 

ଆପଣଙ୍କର ମିଠା ଭାଷାକୁ ସମ୍ବିଧାନରେ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଆମେ ଚିଠି ଲେଖିଛୁ । ଆପଣ କାହିଁକି ୮ପରିଚ୍ଛେଦରେ ସାମିଲ କଲେ ନାହିଁ । ସମ୍ବଲପୁରୀ ପ୍ରଚାର ପ୍ରସାର ପାଇଁ ଆପଣ ୧୦ ବର୍ଷରେ ସମ୍ବଲପୁରୀ ଶାଢୀ ପାଇଁ କଣ କରିଛନ୍ତି । ବୁଣାକାର ପାଇଁ କଣ କଲେ । ୧୦ ବର୍ଷ ହେବ ମନ୍ତ୍ରୀ ଅଛନ୍ତି, ଆପଣ ଚାହିଁଥିଲେ ଟେକ୍ସଟାଇଲ୍ସ ପାର୍କ କରିଥାନ୍ତେ । 

ଏ ଅଂଚଳର ବରପୁତ୍ର ମାନେ ଯଥା ବୀରସୁରେନ୍ଦ୍ର ସାଏ, ଗଙ୍ଗାଧର ମେହେର, ପାର୍ବତୀ ଗିରିଙ୍କ ପାଇଁ କଣ କଲେ । ଆମେ ଉନ୍ନତି କରିଛୁ । ସମ୍ବଲପୁରୀ ମ୍ୟୁଜିୟମ କରିଛୁ । କୃଷି ଭବନକୁ ସମ୍ବଲପୁରୀ ଛାପରେ ତିଆରି ହୋଇଛି । ମହାନଦୀ ଏ ଅଂଚଳର ଜୀବନ ଧାରା, ମୁଁ ମାଁ ସମଲେଇଙ୍କ ନାଁରେ କହୁଛି, ଆପଣ ଛତିଶଗଡ ସାଙ୍ଗରେ ଠିଆ ହୋଇଥିଲେ । ଆପଣ ଭୋଟ ରାଜନୀତି କଲେ । 


ସୁପ୍ରିମକୋର୍ଟରେ ଆପଣ କଣ ଆଫିଡେଭିଟ କରିଛନ୍ତି । ଚାଷୀ ବିରୋଧରେ ଲାଗିଲେ ସମଲେଇ ମନ୍ଦିର ଉନ୍ନତି ପାଇଁ ବବି ବାବୁ ବହୁତ କାମ କରିଛନ୍ତି । ମାଁ ସମଲେଇ କାମକୁ ବନ୍ଦ କରିବା ପାଇଁ ସେମାନେ ସୁପ୍ରିମକୋର୍ଟ ପର୍ଯ୍ଯନ୍ତ ଯାଇଥିଲେ । କେନ୍ଦୁପତ୍ର ତୋଳାଳୀମାନେ ଜିଏସଟି ନେଉଛନ୍ତି । 

ପଦ୍ମପୁର ଉପନିର୍ବାଚନରେ କେନ୍ଦୁପତ୍ର ଜିଏସଟି ଉଚ୍ଛେଦ ନେଇ ଆପଣ ପ୍ରତିଶୃତି ପୂରଣ ହେଲା କି । ଧାନର ଏମସପି ବଢାଇଲେ । ମୋର କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ ଦମ ଥିଲେ ଉତ୍ତର ଦେବେ-ପାଣ୍ଡିଆନ । କେନ୍ଦ୍ରୀୟ ବିଦ୍ଯାଳୟ, ସ୍କୁଲ, ଜବାହାର ନବୋଦୟ ବିଦ୍ଯାଳୟ କିଛି ଖୋଲିଲେ କି ଏନ ଏଚ ୫୫ କେବେ ପୂରଣ ହେବ ? ଏମସିଏଲ ୨୭ହଜାର କୋଟି ପାଉଛନ୍ତି, ହେଲେ ଓଡିଶାବାସୀ ପାଉଛନ୍ତି ୪ ହଜାର କୋଟି ଓ ପ୍ରଦୂଷଣ ପେଟ୍ରୋଲିମୟ ମିନିଷ୍ଟର ଥିବାବେଳେ ପ୍ରତି ଦୁଇମାସରେ ଆପଣଙ୍କ ଦସ୍ତଖତରେ ଗ୍ଯାସ ଓ ପେଟ୍ରୋଲ ଦର ବଢୁଥିଲା ।