ସ୍କୁଲ୍ କ୍ରିକେଟ୍‌ରେ ଅବିସ୍ମରଣୀୟ ଭାଗୀଦାରୀ: ବାଟ ହୁଡ଼ିଲେ କାମ୍ବଲୀ, ରେକର୍ଡ କଲେ ସଚିନ

ନୂଆଦିଲ୍ଲୀ ୧୪/୧୨: କ୍ରିକେଟର ଦୁଇ ଲିଜେଣ୍ଡ । ପିଲାଦିନରୁ ଉଭୟ ବନ୍ଧୁ । ଏକାସଂଗେ ଆରମ୍ଭ କଲେ କ୍ରିକେଟ କ୍ୟାରିୟର । ଦୁଇଜଣଙ୍କ ଗୁରୁ ଜଣେ । ଅନ୍ତର୍ଜାତୀୟ ସ୍ତରର ଚମକିଥିଲେ ଉଦୀୟମାନ ପ୍ରତିଭା । କିନ୍ତୁ ଜଣେ ଚମିକଲେ, ଆଉ ଜଣେ ମଉଳିଗଲେ । ଜଣଙ୍କୁ ଗଡ୍ ଅଫ୍ କ୍ରିକେଟ, ଆଉ ଜଣେ ପାଲଟିଗଲେ ଅସହାୟ । ରୋଗ ସହ ଲଢିଲେ । ଆଜ୍ଞା ହଁ ଆମେ କହୁଛୁ ସେହି ଦୁଇ ଭାରତୀୟ କ୍ରିକେଟରଙ୍କ କଥା । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ସଚିନ ରମେଶ ତେନ୍ଦୁଲକର ଓ ବିନୋଦ ଗଣପତ କାମ୍ୱଲୀ । ଖେଳରେ ଯେମିତି ହିରୋ, ସ୍ୱଭାବ ବି ସେମିତି । ପଡିଆରେ ସିନା ବ୍ୟାଟରୁ ରନ୍ ବର୍ଷା ହୁଏ । ଶାନ୍ତ ସରଳ ଭାବେ ଖେଳ ଦେଖାନ୍ତି ସେ । ହସ ହସ ମୁହଁ ବିବାଦ ବିନା ସେ ଚର୍ଚ୍ଚିତ । ନିଜେ ଜୀବନରେ ଶୃଙ୍ଖଳାକୁ ଦେଇଥିଲେ ଗୁରୁତ୍ୱ । ଯେଉଁଥିପାଇଁ ଆଜି ସେ ସଫଳତାର ଶୀର୍ଷରେ । ବିଶ୍ୱ କ୍ରିକେଟରେ ସେ ସୃଷ୍ଟି କରିଛନ୍ତି ନୂଆ ମାଇଲଖୁଣ୍ଟ । କ୍ୟାରିୟରରେ ରଚିଛନ୍ତି ଅନେକ କୀର୍ତ୍ତିମାନ । ସେହିପରି କାମ୍ୱଲି ବି କ୍ରିକେଟରେ କମ୍ ଦେଖାଇନଥିଲେ ଦବ୍‌ଦବା । କିନ୍ତୁ ତାଙ୍କର ବ୍ୟକ୍ତିଗତ ସ୍ୱଭାବ ହେତୁ କ୍ରିକେଟ କ୍ୟାରିୟରରେ ଲାଗିଥିଲା କଳାଦାଗ । ନିଶାରେ ବୁଡି ରହି ଖରାପ କରିଥିଲେ ରେକର୍ଡ । ମଦ୍ୟପାନ ଭଳି ବଦଭ୍ୟାସ ଓ ଶୃଙ୍ଖଳାର ଅଭାବ ଯୋଗୁଁ ନିଜେ ହିଁ ନିଜ କ୍ୟାରିଅର୍‌କୁ ନଷ୍ଟ କରିଛନ୍ତି ସେ ।ଉଭୟଙ୍କ ମଧ୍ୟରେ ବୟସ ସମାନତା ଏତେ ନାହିଁ । କିନ୍ତୁ ଚେହେରା

ସ୍କୁଲ୍ କ୍ରିକେଟ୍‌ରେ ଅବିସ୍ମରଣୀୟ ଭାଗୀଦାରୀ: ବାଟ ହୁଡ଼ିଲେ କାମ୍ବଲୀ, ରେକର୍ଡ କଲେ ସଚିନ

ନୂଆଦିଲ୍ଲୀ ୧୪/୧୨: କ୍ରିକେଟର ଦୁଇ ଲିଜେଣ୍ଡ । ପିଲାଦିନରୁ ଉଭୟ ବନ୍ଧୁ । ଏକାସଂଗେ ଆରମ୍ଭ କଲେ କ୍ରିକେଟ କ୍ୟାରିୟର । ଦୁଇଜଣଙ୍କ ଗୁରୁ ଜଣେ । ଅନ୍ତର୍ଜାତୀୟ ସ୍ତରର ଚମକିଥିଲେ ଉଦୀୟମାନ ପ୍ରତିଭା । କିନ୍ତୁ ଜଣେ ଚମିକଲେ, ଆଉ ଜଣେ ମଉଳିଗଲେ । ଜଣଙ୍କୁ ଗଡ୍ ଅଫ୍ କ୍ରିକେଟ, ଆଉ ଜଣେ ପାଲଟିଗଲେ ଅସହାୟ । ରୋଗ ସହ ଲଢିଲେ । ଆଜ୍ଞା ହଁ ଆମେ କହୁଛୁ ସେହି ଦୁଇ ଭାରତୀୟ କ୍ରିକେଟରଙ୍କ କଥା । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ସଚିନ ରମେଶ ତେନ୍ଦୁଲକର ଓ ବିନୋଦ ଗଣପତ କାମ୍ୱଲୀ । 

ଖେଳରେ ଯେମିତି ହିରୋ, ସ୍ୱଭାବ ବି ସେମିତି । ପଡିଆରେ ସିନା ବ୍ୟାଟରୁ ରନ୍ ବର୍ଷା ହୁଏ । ଶାନ୍ତ ସରଳ ଭାବେ ଖେଳ ଦେଖାନ୍ତି ସେ । ହସ ହସ ମୁହଁ ବିବାଦ ବିନା ସେ ଚର୍ଚ୍ଚିତ । ନିଜେ ଜୀବନରେ ଶୃଙ୍ଖଳାକୁ ଦେଇଥିଲେ ଗୁରୁତ୍ୱ । ଯେଉଁଥିପାଇଁ ଆଜି ସେ ସଫଳତାର ଶୀର୍ଷରେ । ବିଶ୍ୱ କ୍ରିକେଟରେ ସେ ସୃଷ୍ଟି କରିଛନ୍ତି ନୂଆ ମାଇଲଖୁଣ୍ଟ । କ୍ୟାରିୟରରେ ରଚିଛନ୍ତି ଅନେକ କୀର୍ତ୍ତିମାନ । ସେହିପରି କାମ୍ୱଲି ବି କ୍ରିକେଟରେ କମ୍ ଦେଖାଇନଥିଲେ ଦବ୍‌ଦବା । କିନ୍ତୁ ତାଙ୍କର ବ୍ୟକ୍ତିଗତ ସ୍ୱଭାବ ହେତୁ କ୍ରିକେଟ କ୍ୟାରିୟରରେ ଲାଗିଥିଲା କଳାଦାଗ । ନିଶାରେ ବୁଡି ରହି ଖରାପ କରିଥିଲେ ରେକର୍ଡ । ମଦ୍ୟପାନ ଭଳି ବଦଭ୍ୟାସ ଓ ଶୃଙ୍ଖଳାର ଅଭାବ ଯୋଗୁଁ ନିଜେ ହିଁ ନିଜ କ୍ୟାରିଅର୍‌କୁ ନଷ୍ଟ କରିଛନ୍ତି ସେ ।


ଉଭୟଙ୍କ ମଧ୍ୟରେ ବୟସ ସମାନତା ଏତେ ନାହିଁ । କିନ୍ତୁ ଚେହେରା ଓ ହାବଭାବ ବଖାଣୁଛି ବହୁତ କିଛି । ପାଖାପାଖି ସମବୟସ୍କ ହେବା ସତ୍ତ୍ୱେ ଦେଖିବାକୁ ମିଳୁଛି ଆକାଶ-ପାତାଳ ତଫାତ୍ । ଅଧିକ ବୟସ ହୋଇନଥିଲେ ବି କାମ୍ୱଲୀଙ୍କୁ ମାଡିବସିଛି ବାର୍ଦ୍ଧକ୍ୟ । ବୋଧହୁଏ ଏହି କାରଣରୁ ସଚିନ-କାମ୍ୱଲିଙ୍କ ମଧ୍ୟରେ ବଢିଥିଲା ଦୂରତା । ଆଉ ପିଲାଦିନର ସାଙ୍ଗ ବିଷୟରେ ଅନେକ ବାର ଆରୋପ ବି ଲଗାଇଛନ୍ତି ବିନୋଦ । କିନ୍ତୁ ଏ ପ୍ରସଙ୍ଗରେ ନିଜକୁ ଦୂରେଇ ରଖନ୍ତି ସଚିନ୍ । ନିକଟରେ ଗୁରୁଙ୍କ ଷ୍ଟାଚ୍ୟୁ ଅନାବରଣ ଉତ୍ସବରେ ଏକାଠି ନଜର ଆସିଥିଲେ ସଚିନ-କାମ୍ୱଲୀ । କିନ୍ତୁ ରୋଗ ହେତୁ ସଚିନଙ୍କୁ ଚିହନିପାରିନଥିଲେ କାମ୍ୱଲୀ । କିନ୍ତୁ ପରିଚୟ ଦେବା ପରେ ହାତ ଛାଡିନଥିଲେ ବିନୋଦ । କିଛି ସମୟ ଦେଖିବାକୁ ମିଳିଥିଲା ଭାବବିହ୍ୱଳ ସ୍ଥିତି ।  

ମୁମ୍ବାଇର ଆଜାଦ ମଇଦାନ । କ୍ରିକେଟ୍‌ର ଅନେକ ଐତିହାସିକ ମୁହୂର୍ତ୍ତର ମୁକସାକ୍ଷୀ । କାରଣ ୧୯୮୮ ଫେବ୍ରୁଆରୀରେ ଏହି ଗ୍ରାଉଣ୍ଡରେ ଆଚରେକରଙ୍କ ଦୁଇ ଶିଷ୍ୟ ଦୋହଲାଇଦେଇଥିଲେ ପୁରା ବିଶ୍ୱକୁ । ସ୍କୁଲ୍‌ସ୍ତରରେ ହାସିସ୍ ଶିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ ଖେଳିଥିଲେ ସଚିନ ଓ କାମ୍ବଲୀ । ଶାରଦାଶ୍ରମ ବିଦ୍ୟାମନ୍ଦିର ଟିମ୍ ପକ୍ଷରୁ ଖେଳି ସେଣ୍ଟ ଜାଭିଅର୍ସ ହାଇସ୍କୁଲ୍ ବିପକ୍ଷରେ ଅପରାଜିତ ୬୬୪ ରନ୍‌ର ଅବିସ୍ମରଣୀୟ ଭାଗୀଦାରୀ କରିଥିଲେ । 

କାମ୍ବଲୀ ୩୪୯ ଓ ସଚିନ କରିଥିଲେ ୩୨୬ ରନ୍‌ର ଇନିଂସ୍ । କାରଣ ସେତେବେଳେ କ୍ରିକେଟ୍‌ର କୌଣସି ବୟସ ବର୍ଗରେ ଏହା ଥିଲା ସବୁଠାରୁ ବଡ଼ ଭାଗୀଦାରୀ । ଆଉ ସେହି ମ୍ୟାଚ୍‌ରେ କାମ୍ବଲୀ କରିଥିଲେ ପ୍ରଭାବଶାଳୀ ବୋଲିଂ । ୩୭ ରନ୍ ଦେଇ ନେଇଥିଲେ ୬ ୱିକେଟ୍ । ସେହି ଭାଗୀଦାରୀ ଥିଲା ସଚିନ ଓ କାମ୍ବଲୀଙ୍କ କ୍ରିକେଟ୍ କ୍ୟାରିଅର୍ ପାଇଁ ଟର୍ଣ୍ଣିଂ ପଏଣ୍ଟ । ଭାରତୀୟ ଟିମ୍‌ରେ ଉଭୟଙ୍କ ଚୟନର ବାଟ ଫିଟାଇଥିଲା ଏହି ମ୍ୟାଚ୍ ।