୨୮ ବର୍ଷ ପରେ ମିଳୁନି ଜମିପଟ୍ଟା, ଘରଡିହ

ଭବାନୀପାଟଣା,୨୪ା୫(ଉତ୍ତମ କୁମାର ଦାଶ): ସରକାର ଗରିବ ଆଦିବାସୀମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସେହି ଯୋଜନା ଅଦ୍ୟାବଧି ସେମାନଙ୍କ ପାଖରେ ଅପହଞ୍ଚ ହୋଇରହିଛି। ତିନି ଦଶନ୍ଧି ଧରି ବସବାସ ପରେ ମଧ୍ୟ ସେମାନଙ୍କୁ ଜମିପଟ୍ଟା କିମ୍ବା ଘରଡିହ ମିଳିପାରି ନାହିଁ। ସବୁଦିନିଆ ରାସ୍ତା ଗ୍ରାମବାସୀଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି। ଏଭଳି ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳ ବୁଢ଼ୀଦର ପଞ୍ଚାୟତର ପାହାଡ଼ ଉପରେ ଥିବା ବେହେରାଗୁଡା ଗ୍ରାମରେ। ଏହି […] The post ୨୮ ବର୍ଷ ପରେ ମିଳୁନି ଜମିପଟ୍ଟା, ଘରଡିହ appeared first on Dharitri Odia News.

୨୮ ବର୍ଷ ପରେ ମିଳୁନି ଜମିପଟ୍ଟା, ଘରଡିହ

ଭବାନୀପାଟଣା,୨୪ା୫(ଉତ୍ତମ କୁମାର ଦାଶ): ସରକାର ଗରିବ ଆଦିବାସୀମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସେହି ଯୋଜନା ଅଦ୍ୟାବଧି ସେମାନଙ୍କ ପାଖରେ ଅପହଞ୍ଚ ହୋଇରହିଛି। ତିନି ଦଶନ୍ଧି ଧରି ବସବାସ ପରେ ମଧ୍ୟ ସେମାନଙ୍କୁ ଜମିପଟ୍ଟା କିମ୍ବା ଘରଡିହ ମିଳିପାରି ନାହିଁ। ସବୁଦିନିଆ ରାସ୍ତା ଗ୍ରାମବାସୀଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି। ଏଭଳି ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳ ବୁଢ଼ୀଦର ପଞ୍ଚାୟତର ପାହାଡ଼ ଉପରେ ଥିବା ବେହେରାଗୁଡା ଗ୍ରାମରେ।
ଏହି ଗ୍ରାମରେ ୧୫ ଆଦିବାସୀ ପରିବାର ବହୁବର୍ଷ ପୂର୍ବେ ବାଙ୍କପଲାସ ପଞ୍ଚାୟତ ଅନ୍ତର୍ଗତ ସାନଟିକ୍ରାଗୁଡା ତରାଯୋର ଗ୍ରାମକୁ ଆସି ବସବାସ କଲେ। ସେଠାରେ ପ୍ରାୟ ୧୩ ବର୍ଷ ବସବାସ କଲା ପରେ ବନ ବିଭାଗ ପକ୍ଷରୁ ଏହି ୧୫ ଆଦିବାସୀ ପରିବାରକୁ ଉଠାଇ ଦେଇ ରତନପଲା ଗ୍ରାମ ନିକଟ ଭାଲୁଚୁଆଁଠାରେ ଥିବା ସରକାରୀ ଜମିରେ ବସବାସ କରିବାକୁ କୁହାଗଲା। ଫଳରେ ସେହି ଦିନଠାରୁ ଏହି ଆଦିବାସୀମାନେ ଭାଲୁଚୁଆଁଠାରେ ଦୀର୍ଘ ୨୮ ବର୍ଷ ହେଲା ବସବାସ କରିଆସୁଛନ୍ତି। ସରକାରୀ ଜମିରେ ବସବାସ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ତୁରନ୍ତ ପଟ୍ଟା ପ୍ରଦାନ କରିବା ପାଇଁ କହୁଥିବା ବେଳେ ପ୍ରଶାସନ ପକ୍ଷରୁ ଏମାନଙ୍କୁ ଅଣଦେଖା କରାଯାଉଛି। ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନିରୀହ ଆଦିବାସୀ। ଆଉ କେତେବର୍ଷ ରହିବା ପରେ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବ ବୋଲି ଆଦିବାସୀମାନେ ପ୍ରଶ୍ନ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ଆମକୁ ଆମ ଜାଗାର ପଟ୍ଟା ପ୍ରଦାନ କରନ୍ତୁ ବୋଲି ଗ୍ରାମର ରଜନୀ ମାଝୀ, କ୍ରିଷ୍ଣା ମାଝୀ, ସାନୁ ମାଝୀ, ସାଏବନୀ ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି।

The post ୨୮ ବର୍ଷ ପରେ ମିଳୁନି ଜମିପଟ୍ଟା, ଘରଡିହ appeared first on Dharitri Odia News.