ମୁଖ ଦୁର୍ଗନ୍ଧ ହେଉଛି କି?
ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍ ସାବଧାନତାର ସହ ଟିକେ ଦୂରେଇକି କଥା ହେବାକୁ ହୋଇଥାଏ; ଯେମିତିକି ସମ୍ମୁଖରେ ଥିବା ଲୋକ କିଛି ବି ଅସହଜ ଅନୁଭବ ନ କରନ୍ତୁ। ତେବେ ଏଥିରୁ କେମିତି ମୁକ୍ତି ପାଇହେବ ଜାଣନ୍ତୁ ସେ ସମ୍ପର୍କରେ… * ମୁଖରୁ ଦୁର୍ଗନ୍ଧ ବାହାରୁଥିଲେ, ପାନମଧୁରୀ ହେଉ କିମ୍ବା ଗୁଜୁରାତି ଖାଇଲେ ଏହି ସମସ୍ୟାରୁ […] The post ମୁଖ ଦୁର୍ଗନ୍ଧ ହେଉଛି କି? appeared first on Dharitri Odia News.
ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍ ସାବଧାନତାର ସହ ଟିକେ ଦୂରେଇକି କଥା ହେବାକୁ ହୋଇଥାଏ; ଯେମିତିକି ସମ୍ମୁଖରେ ଥିବା ଲୋକ କିଛି ବି ଅସହଜ ଅନୁଭବ ନ କରନ୍ତୁ। ତେବେ ଏଥିରୁ କେମିତି ମୁକ୍ତି ପାଇହେବ ଜାଣନ୍ତୁ ସେ ସମ୍ପର୍କରେ…
* ମୁଖରୁ ଦୁର୍ଗନ୍ଧ ବାହାରୁଥିଲେ, ପାନମଧୁରୀ ହେଉ କିମ୍ବା ଗୁଜୁରାତି ଖାଇଲେ ଏହି ସମସ୍ୟାରୁ କେତେକାଂଶରେ ମୁକ୍ତି ମିଳିଥାଏ। ପାଚନକ୍ରିୟାରେ ବି ଏହା ଅନେକ ସହାୟକ ହୋଇଥାଏ।
* ପୁଦିନା ପତ୍ର ବି ଚୋବାଇଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ମୁଖରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିବା ସହ ଫ୍ରେଶ୍ନେସ୍ ଆଣିଥାଏ।
* ଲବଙ୍ଗ ଚୋବାଇଲେ ଏହି ସମସ୍ୟାରୁ ଅନେକାଂଶରେ ଫାଇଦା ମିଳିଥାଏ।
* ନିମ୍ବକାଠିରେ ଦାନ୍ତ ଘଷିଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଲେମ୍ବୁପାଣିରେ କୁଳୁକୁଞ୍ଚା କଲେ ବି ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ। କାରଣ ଲେମ୍ବୁରେ ଭରି ରହିଥିବା ଆଣ୍ଟିସେପ୍ଟିକ୍ ତଥା ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ମୁଖ ଭିତରେ ଦୁର୍ଗନ୍ଧ ସୃଷ୍ଟି କରାଉଥିବା ବ୍ୟାକ୍ଟେରିଆର ବଂଶବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ।
The post ମୁଖ ଦୁର୍ଗନ୍ଧ ହେଉଛି କି? appeared first on Dharitri Odia News.