ଟେନ୍ସନ୍ରେ ବିଜେଡି: ବିଧାୟକ ପ୍ରାର୍ଥୀଙ୍କ କୁଶପୁତ୍ତଳିକା ଦାହ କଲେ ନିଜ ଦଳର କର୍ମୀ
ଖଜୁରିପଡ଼ା,୭ା୪(ବିଦୁର ବେହେରା): କନ୍ଧମାଳ ଜିଲାର ୩ ନିର୍ବାଚନମଣ୍ଡଳୀ ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି। ଯେଉଁମାନଙ୍କୁ ଦଳ ପ୍ରାର୍ଥୀ କରିଛି, ତାହାକୁ ନେଇ ଏବେ ସବୁଠି ଅସନ୍ତୋଷର ସ୍ବର ଉଠିଥିବା ବେଳେ ଦେବେନ୍ଦ୍ର କହଁରଙ୍କ ସମର୍ଥକମାନେ ରବିବାର ବିଜେଡି ପ୍ରାର୍ଥୀ ଜୟଶ୍ରୀଙ୍କର ପ୍ରାର୍ଥିତ୍ୱକୁ ଜୋରଦାର ବିରୋଧ କରିଛନ୍ତି। ସେମାନେ ଖଜୁରିପଡା ବଜାରରେ ବିଜେଡି ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ଫଟୋ ଚିରିବା ସହିତ ନିଆଁ ଲଗାଇଛନ୍ତି। ଫୁଲବାଣୀ ନିର୍ବାଚନମଣ୍ଡଳୀରୁ […] The post ଟେନ୍ସନ୍ରେ ବିଜେଡି: ବିଧାୟକ ପ୍ରାର୍ଥୀଙ୍କ କୁଶପୁତ୍ତଳିକା ଦାହ କଲେ ନିଜ ଦଳର କର୍ମୀ appeared first on Dharitri Odia News.
ଖଜୁରିପଡ଼ା,୭ା୪(ବିଦୁର ବେହେରା): କନ୍ଧମାଳ ଜିଲାର ୩ ନିର୍ବାଚନମଣ୍ଡଳୀ ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି। ଯେଉଁମାନଙ୍କୁ ଦଳ ପ୍ରାର୍ଥୀ କରିଛି, ତାହାକୁ ନେଇ ଏବେ ସବୁଠି ଅସନ୍ତୋଷର ସ୍ବର ଉଠିଥିବା ବେଳେ ଦେବେନ୍ଦ୍ର କହଁରଙ୍କ ସମର୍ଥକମାନେ ରବିବାର ବିଜେଡି ପ୍ରାର୍ଥୀ ଜୟଶ୍ରୀଙ୍କର ପ୍ରାର୍ଥିତ୍ୱକୁ ଜୋରଦାର ବିରୋଧ କରିଛନ୍ତି। ସେମାନେ ଖଜୁରିପଡା ବଜାରରେ ବିଜେଡି ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ଫଟୋ ଚିରିବା ସହିତ ନିଆଁ ଲଗାଇଛନ୍ତି।
ଫୁଲବାଣୀ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ଅଣଦେଖା କରି ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କରିଛି, ଯାହାକୁ ନେଇ ଦେବେନ୍ଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦେବେନ୍ଦ୍ର ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି।
ଟଙ୍କା କାରବାର କରି ଜୟଶ୍ରୀ କହଁରଙ୍କୁ ବିଜେଡି ଟିକେଟ ଦେଇଥିବା ନେଇ ଦେବେନ୍ଦ୍ର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ଅଭିଯୋଗ କରିଛନ୍ତି।
ସେହିପରି ପ୍ରତ୍ୟେକ ଥର ଫିରିଙ୍ଗିଆ ବ୍ଲକରୁ ବିଜେଡି ପ୍ରାର୍ଥୀ ଦେଉଥିବାରୁ ଏହାକୁ ନେଇ ଖଜୁରିପଡ଼ା ବିଜେଡି କର୍ମୀମାନେ ବିରୋଧ କରୁଛନ୍ତି। ଖଜୁରିପଡ଼ା ବ୍ଲକରୁ ବିଜେଡି ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ଦୌଡ଼ରେ ଅନେକ ନେତା ଥିଲେ। କିନ୍ତୁ ଫିରିଙ୍ଗିଆର ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମର୍ଥକ ଜୟଶ୍ରୀ କହଁରଙ୍କୁ ଦଳ ପ୍ରାର୍ଥୀ କଲା। ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ଖଜୁରିପଡ଼ା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଅନ୍ୟ ସମର୍ଥକଙ୍କ ସହ ସରପଞ୍ଚ ସମିତି ସଭ୍ୟମାନେ ମିଶି ପଦ୍ମନାଭ ବେହେରା ଏବଂ ବିଧାୟିକା ପ୍ରାର୍ଥୀ ଜୟଶ୍ରୀ କହଁର, ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ପଦ୍ମନାଭ ହଟାଅ, କନ୍ଧମାଳ ବଞ୍ଚାଅ, ବିଜୟ ନାୟକ ଗୋ ବ୍ୟାକ୍, ଜୟଶ୍ରୀଙ୍କୁ ହଟାଇ ଉଚିତ ପ୍ରାର୍ଥୀ ଚୟନ କରିବାକୁ ନାରାବାଜି କରିଛନ୍ତି। ଏଥର ଫୁଲବାଣୀ ନିର୍ବାଚନମଣ୍ଡଳୀରେ ବିଜେଡି ଉଚିତ୍ ପ୍ରାର୍ଥୀ ଦେଇ ନ ଥିବାରୁ ଦଳୀୟ କର୍ମୀମାନେ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି।
The post ଟେନ୍ସନ୍ରେ ବିଜେଡି: ବିଧାୟକ ପ୍ରାର୍ଥୀଙ୍କ କୁଶପୁତ୍ତଳିକା ଦାହ କଲେ ନିଜ ଦଳର କର୍ମୀ appeared first on Dharitri Odia News.