ଲକ୍ଷେ ଟଙ୍କାର କ୍ୟାପ ପିନ୍ଧି ନିର୍ବାଚନ ପ୍ରଚାର କଲେ ନଓ୍ବାଜ…
ଇସଲାମାବାଦ,୨୯।୧ : ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନରେ ପ୍ରଚାର ଚାଲିଛି। କ୍ଷମତାକୁ ଆସିବା ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିବା ନୱାଜ ସରିଫ ମଧ୍ୟ କ୍ରମାଗତ ଭାବେ ରାଲି କରୁଛନ୍ତି। ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପଞ୍ଜାବର ନନକାନା ସାହିବରେ ତାଙ୍କ ପାର୍ଟି ପିଏମଏଲଏନର ଏକ ରାଲିରେ ଯୋଗ ଦେଇଥିଲେ। ଏହି ରାଲିର ଚିତ୍ର ଏବଂ ଭିଡିଓ ପାକିସ୍ତାନରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ବାସ୍ତବରେ […] The post ଲକ୍ଷେ ଟଙ୍କାର କ୍ୟାପ ପିନ୍ଧି ନିର୍ବାଚନ ପ୍ରଚାର କଲେ ନଓ୍ବାଜ… appeared first on Dharitri Odia News.
ଇସଲାମାବାଦ,୨୯।୧ : ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନରେ ପ୍ରଚାର ଚାଲିଛି। କ୍ଷମତାକୁ ଆସିବା ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିବା ନୱାଜ ସରିଫ ମଧ୍ୟ କ୍ରମାଗତ ଭାବେ ରାଲି କରୁଛନ୍ତି। ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପଞ୍ଜାବର ନନକାନା ସାହିବରେ ତାଙ୍କ ପାର୍ଟି ପିଏମଏଲଏନର ଏକ ରାଲିରେ ଯୋଗ ଦେଇଥିଲେ। ଏହି ରାଲିର ଚିତ୍ର ଏବଂ ଭିଡିଓ ପାକିସ୍ତାନରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ବାସ୍ତବରେ ନୱାଜ ସରିଫ ଏହି ରାଲିରେ କ୍ୟାପ ପିନ୍ଧିଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ନୱାଜଙ୍କ ଚିତ୍ର ଶେୟାର କରିବାବେଳେ ଦାବି କରାଯାଇଥିଲା ଏହି ଟୋପି ଗୁଚି କମ୍ପାନୀର। ଯାହାର ମୂଲ୍ୟ ଏକ ଲକ୍ଷରୁ ଅଧିକ ପାକିସ୍ତାନୀ ଟଙ୍କା ଅଟେ।
ନୱାଜ ସରିଫଙ୍କ କ୍ୟାପ ମୂଲ୍ୟ ସହିତ ଏହାର ଡିଜାଇନ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। କ୍ୟାପର ଡିଜାଇନରେ ଏପରି ଷ୍ଟ୍ରାଇପ ଥିଲା, ଯାହା ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ପତାକା ସଦୃଶ। ପାକିସ୍ତାନର ସୋସିଆଲ ମିଡିଆ ୟୁଜରମାନେ ନୱାଜ ସରିଫ ଏବଂ ତାଙ୍କ ଦଳର ନେତାମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଦେଶରେ ଲୋକେ ଖାଇବାକୁ ପାଉ ନ ଥିବାବେଳେ ନଓ୍ବାଜ ଲକ୍ଷେ ଟଙ୍କାର କ୍ୟାପ ପିନ୍ଧିବା କେତେଦୂର ଯୁକ୍ତିଯୁକ୍ତ। ଜଣେ ୟୁଜର ତାଙ୍କ କ୍ୟାପର ଡିଜାଇନ ଏବଂ ପିଟିଆଇ ପତାକା ମଧ୍ୟରେ ସମାନତା ଦର୍ଶାଇ ନୱାଜ ସରିଫ କ୍ୟାପ ପିନ୍ଧି ଇମ୍ରାନ ଖାନଙ୍କୁ ସମର୍ଥନ କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି।
The post ଲକ୍ଷେ ଟଙ୍କାର କ୍ୟାପ ପିନ୍ଧି ନିର୍ବାଚନ ପ୍ରଚାର କଲେ ନଓ୍ବାଜ… appeared first on Dharitri Odia News.