ଖୋଲିବ ରତ୍ନଭଣ୍ଡାର: ଜିଲାପାଳ କହିଲେ-”ମୋ ପାଖରେ ଚାବି ନାହିଁ”
ପୁରୀ,୧୪।୭: ସରକାରଙ୍କ ନିଷ୍ପତ୍ତି କ୍ରମେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ଆସି ସାରିଛି। ଆଉ କିଛି ସମୟପରେ ଭଣ୍ଡାର ଖୋଲିବ। ତେବେ ଏହା ପୂର୍ବରୁ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଯୋଗଦେବାକୁ ଯିବା ସମୟରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବଡ଼ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ହେବାକୁ ଥିବା ବୈଠକରେ ଜେଗାଦେବାକୁ […] The post ଖୋଲିବ ରତ୍ନଭଣ୍ଡାର: ଜିଲାପାଳ କହିଲେ-”ମୋ ପାଖରେ ଚାବି ନାହିଁ” appeared first on Dharitri Odia News.
ପୁରୀ,୧୪।୭: ସରକାରଙ୍କ ନିଷ୍ପତ୍ତି କ୍ରମେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ଆସି ସାରିଛି। ଆଉ କିଛି ସମୟପରେ ଭଣ୍ଡାର ଖୋଲିବ। ତେବେ ଏହା ପୂର୍ବରୁ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।
ଏଥିରେ ଯୋଗଦେବାକୁ ଯିବା ସମୟରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବଡ଼ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ହେବାକୁ ଥିବା ବୈଠକରେ ଜେଗାଦେବାକୁ ଯିବା ସମୟରେ ସେ ସୂଚନା ଦେଇ କହିଛନ୍ତି ଯେ, ”ମୋ ପାଖରେ ରତ୍ନଭଣ୍ଡାର ଚାବି ନାହିଁ।”
ରତ୍ନଭଣ୍ଡାର ଖୋଲିବା ସମୟରେ ତଦାରଖ କମିଟିର ୨ ଜଣ ସଦସ୍ୟ ରତ୍ନଭଣ୍ଡାର ଭିତରକୁ ଯିବେ। ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଡାକ୍ତର ସିବିକେ ମହାନ୍ତି। ଏନେଇ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି।
ଏହାରି ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଡ଼ ସୂଚନା ଦେଇଛନ୍ତି।
ରତ୍ନଭଣ୍ଡାର ଖୋଲିବା ସମୟରେ ଶ୍ରୀମନ୍ଦିରରେ ସାମୟିକ କଟକଣା ରହିବ। ସିଂହଦ୍ୱାରକୁ ଛାଡ଼ି ବାକି ତିନି ଦ୍ୱାର ବନ୍ଦ ରହିବ। ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ। କମିଟିର ସଦସ୍ୟ ଯିବା ବେଳେ ବି ସେମାନଙ୍କୁ ଯାଞ୍ଚ କରାଯିବ। ବେହରଣ ଦ୍ବାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ। ସେପଟେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦଶର୍ନ କରିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।
The post ଖୋଲିବ ରତ୍ନଭଣ୍ଡାର: ଜିଲାପାଳ କହିଲେ-”ମୋ ପାଖରେ ଚାବି ନାହିଁ” appeared first on Dharitri Odia News.