ଭଡାଘରୁ ମିଳିଲା ବରିଷ୍ଠ କିରାଣୀଙ୍କ ମୃତଦେହ

ରେଢାଖୋଲ,୧୬ା୬(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ନାକଟୀଦେଉଳ ତହସିଲ ଅଫିସର ବରିଷ୍ଠ କିରାଣୀ କ୍ଷିରୋଦ କୁମାର ବଳ(୫୦)ଙ୍କ ମୃତଦେହ ରେଢାଖୋଲ ଏନଏସି ୱାର୍ଡ ନଂ ୮ ଗଣେଷନଗରସ୍ଥିତ ଭଡାଘରୁ ରବିବାର ପୋଲିସ ଜବତ କରିଛି। ରେଢାଖୋଲ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଳୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି। କେନ୍ଦ୍ରାପଡ଼ା ଜିଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ବଡପଲି ଗ୍ରାମର ମୂଳବାସିନ୍ଦା କ୍ଷିରୋଦ […] The post ଭଡାଘରୁ ମିଳିଲା ବରିଷ୍ଠ କିରାଣୀଙ୍କ ମୃତଦେହ appeared first on Dharitri Odia News.

ଭଡାଘରୁ ମିଳିଲା ବରିଷ୍ଠ କିରାଣୀଙ୍କ ମୃତଦେହ

ରେଢାଖୋଲ,୧୬ା୬(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ନାକଟୀଦେଉଳ ତହସିଲ ଅଫିସର ବରିଷ୍ଠ କିରାଣୀ କ୍ଷିରୋଦ କୁମାର ବଳ(୫୦)ଙ୍କ ମୃତଦେହ ରେଢାଖୋଲ ଏନଏସି ୱାର୍ଡ ନଂ ୮ ଗଣେଷନଗରସ୍ଥିତ ଭଡାଘରୁ ରବିବାର ପୋଲିସ ଜବତ କରିଛି। ରେଢାଖୋଲ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଳୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।

କେନ୍ଦ୍ରାପଡ଼ା ଜିଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ବଡପଲି ଗ୍ରାମର ମୂଳବାସିନ୍ଦା କ୍ଷିରୋଦ କୁମାର ବଳ ନାକଟୀଦେଉଳ ତହସିଲ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିଲେ। ରେଢାଖୋଲ ସହରର ଗଣେଷନଗରରେ ସେ ଏକ ଭଡାଘରେ ରହୁଥିଲେ।

ସେ ରବିବାର ବିଳମ୍ବିତ ସମୟ ପର୍ଯ୍ୟନ୍ତ ନ ଉଠିବାରୁ ପଡୋଶୀ ଲୋକେ କବାଟ ବାଡେଇ ଡାକିଥିଲେ। ହେଲେ ସେ କବାଟ ନ ଖୋଲିବାରୁ ସେମାନେ ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ରେଢାଖୋଲ ପୋଲିସ ମାଜିଷ୍ଟ୍ରେଟ ଅତିରକ୍ତ ତହସିଲଦାର ଅଜିତ ଦେହୁରୀଙ୍କ ଉପସ୍ଥିତିରେ ଘର କବାଟ ଭାଙ୍ଗି ମୃତଦେହ ଜବତ କରିଥିଲା। ପରେ ସମ୍ନଲପୁରରୁ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାର ତଦନ୍ତ କରିଥିଲେ। ମୃତ୍ୟୁର କାରଣ ଜଣାପଡି ନ ଥିବା ପୋଲିସ କହିଛି। ପରିବାର ଲୋକେ ରେଢାଖୋଲରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପରେ ନିଜ ଗ୍ରାମକୁ ନେଇଯାଇଛନ୍ତି। ମୃତଙ୍କ ସ୍ତ୍ରୀ ଓ ଦୁଇପିଲା ନିଜ ଗାଁରେ ରହୁଥିଲେ।

The post ଭଡାଘରୁ ମିଳିଲା ବରିଷ୍ଠ କିରାଣୀଙ୍କ ମୃତଦେହ appeared first on Dharitri Odia News.