ପୁରୁଷୋତ୍ତମପୁରରେ ନୂତନ ବିଡିଓ ଭାବେ ଯୋଗଦେଲେ ଶରତ ପାତ୍ର

ପୁରୁଷୋତ୍ତମପୁର, ୨୦।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ବିଡିଓ ଭାବେ ଶରତ କୁମାର ପାତ୍ର ବୁଧବାର କାର୍ଯ୍ୟରେ ଯୋଗଦେଇ ତାଙ୍କର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଲୋକେ ଯେପରି ସମସ୍ତ ସରକାରୀ ଯୋଜନାମାନର ସୁବିଧା ଘରେ ରହି ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବି। ଲୋକଙ୍କ ରହିଥିବା ସମସ୍ୟାର ସମାଧାନ କରିବି ଏ ନେଇ ସଙ୍କଳ୍ପବଦ୍ଧ ବୋଲି କହି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ପୂର୍ବରୁ ସେ କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ […] The post ପୁରୁଷୋତ୍ତମପୁରରେ ନୂତନ ବିଡିଓ ଭାବେ ଯୋଗଦେଲେ ଶରତ ପାତ୍ର appeared first on Dharitri Odia News.

ପୁରୁଷୋତ୍ତମପୁରରେ ନୂତନ ବିଡିଓ ଭାବେ ଯୋଗଦେଲେ ଶରତ ପାତ୍ର

ପୁରୁଷୋତ୍ତମପୁର, ୨୦।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ବିଡିଓ ଭାବେ ଶରତ କୁମାର ପାତ୍ର ବୁଧବାର କାର୍ଯ୍ୟରେ ଯୋଗଦେଇ ତାଙ୍କର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଲୋକେ ଯେପରି ସମସ୍ତ ସରକାରୀ ଯୋଜନାମାନର ସୁବିଧା ଘରେ ରହି ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବି। ଲୋକଙ୍କ ରହିଥିବା ସମସ୍ୟାର ସମାଧାନ କରିବି ଏ ନେଇ ସଙ୍କଳ୍ପବଦ୍ଧ ବୋଲି କହି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ପୂର୍ବରୁ ସେ କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ଥିବା ବିଡିଓ ମନୋଜ କୁମାର ନାୟକଙ୍କୁ ରଣପୁର ବିଡିଓ ଭାବରେ ବଦଳି ହୋଇଯିବା ପରେ ଗତମାସ ୨୦ ତାରିଖରୁ ପଦବୀଟି ଖାଲିପଡିଥିଲା।

The post ପୁରୁଷୋତ୍ତମପୁରରେ ନୂତନ ବିଡିଓ ଭାବେ ଯୋଗଦେଲେ ଶରତ ପାତ୍ର appeared first on Dharitri Odia News.