ସାଉଦୀ କ୍ରାଉନ ପ୍ରିନ୍ସ ସଲମାନଙ୍କ ଜୀବନ ପ୍ରତି ବିପଦ! କହିଲେ ଅନଓ୍ୱରଙ୍କ ଭଳି ହୋଇପାରେ ମୋ ଅବସ୍ଥା
ନୂଆଦିଲ୍ଲୀ ୧୭/୦୮: ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍ ସଲମାନ । ସାରା ବିଶ୍ୱର ଚର୍ଚ୍ଚିତ ଚେହେରା । କମ୍ ବୟସରେ ବିଶ୍ୱବିଦିତ । ପ୍ରଭାବଶାଳୀ, ଧନୀ ଚେହେରା । ପାଖରେ ଧନର ଅଭାବ ନାହିଁ । ବିଶାଳ ସାମ୍ରାଜ୍ୟ, ସମ୍ପତ୍ତି କୋଟି କୋଟିର । ସାହୀ ଥାଟ୍ ଘାଟ୍ ପାଇଁ ସେ ସର୍ବଦା ଚର୍ଚ୍ଚିତ । ପାଖରେ ଅଛି ବିଶାଳ ତେଳ ଭଣ୍ଡାର । ୧୦ ବିଶ୍ୱ ପାଓ୍ୱାରଫୁଲ ନେତାଙ୍କ ମଧ୍ୟରେ ଗଣା । ୧୯୩୨ରୁ ସାଉଦିରେ କରିଆସୁଛନ୍ତି ରାଜ୍ । ତଥାପି ଜୀବନ ଅସୁରକ୍ଷିତ । କେତେବେଳେ କଣ ହେବ କିଏ କହିବ । ଏକଥା ଆମ କହୁନୁ ବରଂ ନିଜେ କହୁଛନ୍ତି ପ୍ରିନ୍ସ । ତାଙ୍କୁ ହତ୍ୟା କରାଯାଇପାରେ ବୋଲି ଚିନ୍ତା ପ୍ରକଟ କରିଛନ୍ତି ପ୍ରିନ୍ସ । ଆମେରିକୀୟ ନ୍ୟୁଜ୍ ଆଉଟଲେଟ୍ ରିପୋର୍ଟ ପରେ ଆଶଙ୍କାରେ ପ୍ରିନ୍ସ । ଆମେରିକୀୟ ସାଂସଦଙ୍କ ସହ ବୈଠକ କରି ବଖାଣିଛନ୍ତି ମନର କଥା । ରିପୋର୍ଟ ଅନୁଯାୟୀ, ଆମେରିକା-ଇସ୍ରାଏଲ୍ ସହିତ ବଡ ଚୁକ୍ତି ଫଳରେ ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । MBS କହିଥିଲେ କି ଦିନେ ତାଙ୍କ ଅବସ୍ଥା ଇଜିପ୍ଟର ନେତା ଅନୱାର ସାଦତଙ୍କ ପରି ହେବ । ୧୯୮୧ରେ ଇସ୍ରାଏଲ ସହ ଶାନ୍ତି ଚୁକ୍ତି ସ୍ୱାକ୍ଷର ପରେ ଉଗ୍ରବାଦୀମାନେ ସାଦତଙ୍କୁ କରିଥିଲେ ହତ୍ୟା । MBSଙ୍କ ଜୀବନ ବିପଦ ଥିଲେ ବି ଆମେରିକା-ଇସ୍ରାଏଲ୍ ସହ ଚୁକ୍ତିନାମା କରିବାକୁ ପ୍ରତିଶ୍ରୁତିବଦ୍ଧ । କାରଣ ସାଉଦି ଆରବର ଭବିଷ୍ୟତ ପାଇଁ ଇସ୍ରାଏଲ ସହ ଚୁକ୍ତି ଅତି ଗୁରୁତ୍ୱପୂର୍ଣ୍ଣ । ଏହାର ପ୍ର
ନୂଆଦିଲ୍ଲୀ ୧୭/୦୮: ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍ ସଲମାନ । ସାରା ବିଶ୍ୱର ଚର୍ଚ୍ଚିତ ଚେହେରା । କମ୍ ବୟସରେ ବିଶ୍ୱବିଦିତ । ପ୍ରଭାବଶାଳୀ, ଧନୀ ଚେହେରା । ପାଖରେ ଧନର ଅଭାବ ନାହିଁ । ବିଶାଳ ସାମ୍ରାଜ୍ୟ, ସମ୍ପତ୍ତି କୋଟି କୋଟିର । ସାହୀ ଥାଟ୍ ଘାଟ୍ ପାଇଁ ସେ ସର୍ବଦା ଚର୍ଚ୍ଚିତ । ପାଖରେ ଅଛି ବିଶାଳ ତେଳ ଭଣ୍ଡାର । ୧୦ ବିଶ୍ୱ ପାଓ୍ୱାରଫୁଲ ନେତାଙ୍କ ମଧ୍ୟରେ ଗଣା । ୧୯୩୨ରୁ ସାଉଦିରେ କରିଆସୁଛନ୍ତି ରାଜ୍ । ତଥାପି ଜୀବନ ଅସୁରକ୍ଷିତ । କେତେବେଳେ କଣ ହେବ କିଏ କହିବ । ଏକଥା ଆମ କହୁନୁ ବରଂ ନିଜେ କହୁଛନ୍ତି ପ୍ରିନ୍ସ । ତାଙ୍କୁ ହତ୍ୟା କରାଯାଇପାରେ ବୋଲି ଚିନ୍ତା ପ୍ରକଟ କରିଛନ୍ତି ପ୍ରିନ୍ସ ।
ଆମେରିକୀୟ ନ୍ୟୁଜ୍ ଆଉଟଲେଟ୍ ରିପୋର୍ଟ ପରେ ଆଶଙ୍କାରେ ପ୍ରିନ୍ସ । ଆମେରିକୀୟ ସାଂସଦଙ୍କ ସହ ବୈଠକ କରି ବଖାଣିଛନ୍ତି ମନର କଥା । ରିପୋର୍ଟ ଅନୁଯାୟୀ, ଆମେରିକା-ଇସ୍ରାଏଲ୍ ସହିତ ବଡ ଚୁକ୍ତି ଫଳରେ ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । MBS କହିଥିଲେ କି ଦିନେ ତାଙ୍କ ଅବସ୍ଥା ଇଜିପ୍ଟର ନେତା ଅନୱାର ସାଦତଙ୍କ ପରି ହେବ । ୧୯୮୧ରେ ଇସ୍ରାଏଲ ସହ ଶାନ୍ତି ଚୁକ୍ତି ସ୍ୱାକ୍ଷର ପରେ ଉଗ୍ରବାଦୀମାନେ ସାଦତଙ୍କୁ କରିଥିଲେ ହତ୍ୟା । MBSଙ୍କ ଜୀବନ ବିପଦ ଥିଲେ ବି ଆମେରିକା-ଇସ୍ରାଏଲ୍ ସହ ଚୁକ୍ତିନାମା କରିବାକୁ ପ୍ରତିଶ୍ରୁତିବଦ୍ଧ । କାରଣ ସାଉଦି ଆରବର ଭବିଷ୍ୟତ ପାଇଁ ଇସ୍ରାଏଲ ସହ ଚୁକ୍ତି ଅତି ଗୁରୁତ୍ୱପୂର୍ଣ୍ଣ । ଏହାର ପ୍ରତିବଦଳରେ ସାଉଦି ଆରବକୁ ସୁରକ୍ଷା ଦେବ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ।
ଏହା ବ୍ୟତୀତ ଆମେରିକା ଏକ ସାଧାରଣ ନାଗରିକ ଆଣବିକ କାର୍ଯ୍ୟକ୍ରମ ଆରମ୍ଭ କରିବାରେ ସାଉଦିକୁ ବି ସାହାଯ୍ୟ କରିବ। ତେବେ ଆମେରିକା ସମର୍ଥିତ ଇସ୍ରାଏଲ-ସାଉଦି ଚୁକ୍ତିରେ ଫିଲିସ୍ତିନ ରାଷ୍ଟ୍ରର ଦାବି ନେଇ ହଙ୍ଗାମା । ଚୁକ୍ତିରେ ପାଲେଷ୍ଟାଇନ ରାଜ୍ୟ ଚାହିଦାକୁ ଅନ୍ତର୍ଭୁକ୍ତ କରିବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କରିଛନ୍ତି ବିରୋଧ । ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଭିତରେ, ସାଉଦି ସ୍ପଷ୍ଟ ଭାବରେ ଆମେରିକାକୁ କହିଥିଲା କି, ପାଲେଷ୍ଟାଇନ ରାଜ୍ୟ ମାନ୍ୟତା ନହେବା ପର୍ଯ୍ୟନ୍ତ ଏହା ଇସ୍ରାଏଲ ସହ ସମ୍ପର୍କ ସ୍ଥାପନ କରିବ ନାହିଁ।
ଅଚଳାଚଳ ସମ୍ପତ୍ତି । କଡ୍ଡା ସୁରକ୍ଷା ବଳୟରେ ରାଜ ଉଆସ । ତଥାପି ପ୍ରିନ୍ସକୁ ଘାରିଛି ବିଦେଶୀ ଶତ୍ରୁ ଚିନ୍ତା । ବୈଦେଶିକ ସ୍ତରରେ ଲୋଡିଛନ୍ତି ସୁରକ୍ଷା । ଏଠାରେ ପ୍ରଶ୍ନ କଣ ସତରେ ସଲମାନଙ୍କ ଆଟାକ୍ କରିପାରନ୍ତି ଶତ୍ରୁ? କଣ ସତରେ କୂଟନୈତିକ ସ୍ତରରେ ଚାଲିଯାଇପାରେ ଜୀବନ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଏବେ ସାଉଦି ପ୍ରିନ୍ସଙ୍କ ସମର୍ଥକ ।