ଆନ୍ତର୍ଜାତୀୟ ଜଳ ସୀମାରୁ ସନ୍ଦେହଜନକ ଅବସ୍ଥାରେ ବୋଟ୍ ଜବତ, ମିଳିଲା କୋଟିଏ ଟଙ୍କାର ଗୁଆ

ପାରାଦୀପ ୧୧।୪: ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ପକ୍ଷରୁ ଆନ୍ତର୍ଜାତୀୟ ଜଳ ସୀମାରୁ ସନ୍ଦେହଜନକ ଅବସ୍ଥାରେ ବୋଟ୍‌କୁ ଜବତ କରାଯାଇଛି । ବୋଟ୍‌କୁ ଭାରତୀୟ ଜଳ ସୀମାର ପଶ୍ଚିମବଙ୍ଗ ଓ ବାଙ୍ଗାଦେଶ ବର୍ଡର ନିକଟରୁ ଜବତ କରିଛି କୋଷ୍ଟଗାର୍ଡ । ବୋଟ୍‌ର ନାମ ମା’ ବାସନ୍ତୀ ହୋଇଥିବା ବେଳେ, ବୋଟ୍‌ରେ ଅଛନ୍ତି ୧୪ ଜଣ ବ୍ୟକ୍ତି । ସେମାନେ ଓ୍ବେଷ୍ଟବେଙ୍ଗଲ ଜଳସୀମାରୁ ବାଂଲାଦେଶ ଜଳସୀମାକୁ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ କୋଷ୍ଟଗାର୍ଡର ଜାହାଜ ଆଇଏନ‌ଏସ୍ ଭରଦା ସେମାନଙ୍କୁ ଧରିଥିଲା । ବୋଟ୍‌କୁ ଜବତ କରିବା ପରେ ସେଥିରେ ୪୫୦ ବସ୍ତା ଗୁଆ ରହିଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । କୋଷ୍ଟଗାର୍ଡ ବୋଟ୍‌କୁ ପାରାଦୀପ ବନ୍ଦରକୁ ଅଣାଯାଇଥିବା ବେଳେ, ଅଟକ ବ୍ୟକ୍ତି ମାନଙ୍କୁ ପଚରାଉଚରା ଜାରି ରହିଛି । ସେମାନେ ଏହି ଗୁଆକୁ କେଉଁ ଉଦ୍ଦେଶ୍ୟରେ ନେଉଥିଲେ, ଆଗରୁ କେତେଥର ଯାଇଛନ୍ତି ଏବଂ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି କୋଷ୍ଟଗାର୍ଡ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛି ।You Can Read:ଶିଶୁ ଭବନର ନୂଆ କୋଠା ଉଦ୍‌ଘାଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ୭ ମହଲା ବିଶିଷ୍ଟ କୋଠାରେ ରହିଛି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା

ଆନ୍ତର୍ଜାତୀୟ ଜଳ ସୀମାରୁ ସନ୍ଦେହଜନକ ଅବସ୍ଥାରେ ବୋଟ୍ ଜବତ, ମିଳିଲା କୋଟିଏ ଟଙ୍କାର ଗୁଆ

ପାରାଦୀପ ୧୧ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ପକ୍ଷରୁ ଆନ୍ତର୍ଜାତୀୟ ଜଳ ସୀମାରୁ ସନ୍ଦେହଜନକ ଅବସ୍ଥାରେ ବୋଟ୍‌କୁ ଜବତ କରାଯାଇଛି । ବୋଟ୍‌କୁ ଭାରତୀୟ ଜଳ ସୀମାର ପଶ୍ଚିମବଙ୍ଗ ଓ ବାଙ୍ଗାଦେଶ ବର୍ଡର ନିକଟରୁ ଜବତ କରିଛି କୋଷ୍ଟଗାର୍ଡ । ବୋଟ୍‌ର ନାମ ମା’ ବାସନ୍ତୀ ହୋଇଥିବା ବେଳେ, ବୋଟ୍‌ରେ ଅଛନ୍ତି ୧୪ ଜଣ ବ୍ୟକ୍ତି । ସେମାନେ ଓ୍ବେଷ୍ଟବେଙ୍ଗଲ ଜଳସୀମାରୁ ବାଂଲାଦେଶ ଜଳସୀମାକୁ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ କୋଷ୍ଟଗାର୍ଡର ଜାହାଜ ଆଇଏନ‌ଏସ୍ ଭରଦା ସେମାନଙ୍କୁ ଧରିଥିଲା । ବୋଟ୍‌କୁ ଜବତ କରିବା ପରେ ସେଥିରେ ୪୫୦ ବସ୍ତା ଗୁଆ ରହିଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । କୋଷ୍ଟଗାର୍ଡ ବୋଟ୍‌କୁ ପାରାଦୀପ ବନ୍ଦରକୁ ଅଣାଯାଇଥିବା ବେଳେ, ଅଟକ ବ୍ୟକ୍ତି ମାନଙ୍କୁ ପଚରାଉଚରା ଜାରି ରହିଛି । ସେମାନେ ଏହି ଗୁଆକୁ କେଉଁ ଉଦ୍ଦେଶ୍ୟରେ ନେଉଥିଲେ, ଆଗରୁ କେତେଥର ଯାଇଛନ୍ତି ଏବଂ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି କୋଷ୍ଟଗାର୍ଡ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛି ।

You Can Read:

ଶିଶୁ ଭବନର ନୂଆ କୋଠା ଉଦ୍‌ଘାଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ୭ ମହଲା ବିଶିଷ୍ଟ କୋଠାରେ ରହିଛି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା