ସ୍ପାଇସଜେଟ୍‌ର ମୁଖ୍ୟ ବାଣିଜ୍ୟିକ ଅଧିକାରୀଙ୍କ ସମେତ ଅନେକଙ୍କ ଇସ୍ତଫା, କମିଲା କମ୍ପାନିର ଶେୟାର ମୂଲ୍ୟ

ନୂଆଦିଲ୍ଲୀ: ସ୍ପାଇସଜେଟ୍‌ର ପରିଚାଳନାରେ ବଡ଼ ପରିବର୍ତ୍ତନ । କମ୍ପାନିର ମୁଖ୍ୟ ବାଣିଜ୍ୟିକ ଅଧିକାରୀଙ୍କ ସମେତ ଟିମ୍‌ର ଅନେକ ସଦସ୍ୟ ଇସ୍ତଫା ଦେଇଛନ୍ତି। କମ୍ପାନି ଅନୁଯାୟୀ, ଏହି ପରିବର୍ତ୍ତନ କମ୍ପାନିର ପରିଚାଳନାଗତ ପୁନର୍ଗଠନ ଅନୁଯାୟୀ କରାଯାଇଛି। ସୂଚନା ଅନୁଯାୟୀ, ଏୟାରଲାଇନର ମୁଖ୍ୟ ପରିଚାଳନା ଅଧିକାରୀ (COO) ଅରୁଣ କଶ୍ୟପ ଏବଂ ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଶିଳ୍ପା ଭାଟିଆ ଇସ୍ତଫା ଦେଇଛନ୍ତି। ସେପଟେ ଇସ୍ତଫା ପରେ କମ୍ପାନିର ଶେୟାର ମୂଲ୍ୟରେ୧୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି।ଆହୁରି ପଢ଼ନ୍ତୁ: ଟାର୍ଗେଟ୍ ହାସଲ କଲେ ଦେଶର ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରୀ: ମୋବାଇଲ୍ ଫୋନ୍ ପ୍ରଡକ୍ସନରେ ବିଶ୍ୱରେ ଭାରତ ଦ୍ୱିତୀୟ  ସୂଚନାଥାଉକି, ନିକଟରେ ଫଣ୍ଡ ଏକତ୍ର କରିବା ସହ, ସ୍ପାଇସଜେଟ ପୂର୍ବରୁ ଥିବା ସବୁ ବିବାଦର ସମାଧାନ  ପ୍ରକ୍ରିୟାକୁ ଦ୍ରୁତ କରିଛି। ସ୍ପାଇସଜେଟ୍‌ ପ୍ରବକ୍ତା କହିଛନ୍ତି କମ୍ପାନି କ୍ଷମତା ବଢ଼ାଇବା, ଦ୍ରୁତ ବିକାଶ ଏବଂ ଭାରତୀୟ ବିମାନ କ୍ଷେତ୍ରରେ ବଡ଼ ଭୂମିକା ପାଇଁ ତତ୍ପର ହୋଇଛି । ଏହା ଅନୁଯାୟୀ, ଅନେକ ପ୍ରକାର ପରିବର୍ତ୍ତନ କରାଯାଉଛି। ନିକଟରେ କମ୍ପାନିର ଏହାର ରାଜସ୍ବ୍ୟ ଏବଂ ଲୋଡ୍‌ ଫ୍ୟାକ୍ଟରରେ ଲଗାତାର ଏବଂ ଗୁରୁତ୍ବପୂର୍ଣ୍ଣ ବୃଦ୍ଧି ଦେଖିବାକୁ ମିଳିଛି।

ସ୍ପାଇସଜେଟ୍‌ର ମୁଖ୍ୟ ବାଣିଜ୍ୟିକ ଅଧିକାରୀଙ୍କ ସମେତ ଅନେକଙ୍କ ଇସ୍ତଫା, କମିଲା କମ୍ପାନିର ଶେୟାର ମୂଲ୍ୟ

ନୂଆଦିଲ୍ଲୀ: ସ୍ପାଇସଜେଟ୍‌ର ପରିଚାଳନାରେ ବଡ଼ ପରିବର୍ତ୍ତନ । କମ୍ପାନିର ମୁଖ୍ୟ ବାଣିଜ୍ୟିକ ଅଧିକାରୀଙ୍କ ସମେତ ଟିମ୍‌ର ଅନେକ ସଦସ୍ୟ ଇସ୍ତଫା ଦେଇଛନ୍ତି। କମ୍ପାନି ଅନୁଯାୟୀ, ଏହି ପରିବର୍ତ୍ତନ କମ୍ପାନିର ପରିଚାଳନାଗତ ପୁନର୍ଗଠନ ଅନୁଯାୟୀ କରାଯାଇଛି। 

ସୂଚନା ଅନୁଯାୟୀ, ଏୟାରଲାଇନର ମୁଖ୍ୟ ପରିଚାଳନା ଅଧିକାରୀ (COO) ଅରୁଣ କଶ୍ୟପ ଏବଂ ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଶିଳ୍ପା ଭାଟିଆ ଇସ୍ତଫା ଦେଇଛନ୍ତି। ସେପଟେ ଇସ୍ତଫା ପରେ କମ୍ପାନିର ଶେୟାର ମୂଲ୍ୟରେ୧୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଟାର୍ଗେଟ୍ ହାସଲ କଲେ ଦେଶର ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରୀ: ମୋବାଇଲ୍ ଫୋନ୍ ପ୍ରଡକ୍ସନରେ ବିଶ୍ୱରେ ଭାରତ ଦ୍ୱିତୀୟ  

ସୂଚନାଥାଉକି, ନିକଟରେ ଫଣ୍ଡ ଏକତ୍ର କରିବା ସହ, ସ୍ପାଇସଜେଟ ପୂର୍ବରୁ ଥିବା ସବୁ ବିବାଦର ସମାଧାନ  ପ୍ରକ୍ରିୟାକୁ ଦ୍ରୁତ କରିଛି। ସ୍ପାଇସଜେଟ୍‌ ପ୍ରବକ୍ତା କହିଛନ୍ତି କମ୍ପାନି କ୍ଷମତା ବଢ଼ାଇବା, ଦ୍ରୁତ ବିକାଶ ଏବଂ ଭାରତୀୟ ବିମାନ କ୍ଷେତ୍ରରେ ବଡ଼ ଭୂମିକା ପାଇଁ ତତ୍ପର ହୋଇଛି । ଏହା ଅନୁଯାୟୀ, ଅନେକ ପ୍ରକାର ପରିବର୍ତ୍ତନ କରାଯାଉଛି। ନିକଟରେ କମ୍ପାନିର ଏହାର ରାଜସ୍ବ୍ୟ ଏବଂ ଲୋଡ୍‌ ଫ୍ୟାକ୍ଟରରେ ଲଗାତାର ଏବଂ ଗୁରୁତ୍ବପୂର୍ଣ୍ଣ ବୃଦ୍ଧି ଦେଖିବାକୁ ମିଳିଛି।