କେନ୍ଦ୍ରାପଡାବାସୀଙ୍କୁ ସରକାରଙ୍କ ବଡ ଉପହାର, ଗଡିବ ମେମୁ ଟ୍ରେନ

ଭୁବନେଶ୍ୱର,୩।୩: ନିର୍ବାଚନ ପୂର୍ବରୁ ବଡ ଉପହାର ଦେଲେ ରାଜ୍ୟ ସରକାର। ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନରେ ଗଡିବ ଯାତ୍ରୀବାହୀ ଟ୍ରେନ। ପାରାଦୀପରୁ କେନ୍ଦ୍ରାପଡ ଦେଇ କେନ୍ଦୁଝରକୁ ଗଡିବ ମେମୋ ଟ୍ରେନ। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେଖାଇ ଟ୍ରେନ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ୨୦୨୦ ମସିହାରେ ପାରାଦୀପ-ହରିଦାସପୁର ରେଳ ଲାଇନରେ ମାଲବାହୀ ଟ୍ରେନ ଚାଲିଥିଲା। ତା’ପରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ପାଇଁ ଦାବି ହୋଇ ଆସୁଥିଲା। ରେଳମନ୍ତ୍ରୀ ଅଶ୍ୱିନୀ […] The post କେନ୍ଦ୍ରାପଡାବାସୀଙ୍କୁ ସରକାରଙ୍କ ବଡ ଉପହାର, ଗଡିବ ମେମୁ ଟ୍ରେନ appeared first on Dharitri Odia News.

କେନ୍ଦ୍ରାପଡାବାସୀଙ୍କୁ ସରକାରଙ୍କ ବଡ ଉପହାର, ଗଡିବ ମେମୁ ଟ୍ରେନ

ଭୁବନେଶ୍ୱର,୩।୩: ନିର୍ବାଚନ ପୂର୍ବରୁ ବଡ ଉପହାର ଦେଲେ ରାଜ୍ୟ ସରକାର। ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନରେ ଗଡିବ ଯାତ୍ରୀବାହୀ ଟ୍ରେନ। ପାରାଦୀପରୁ କେନ୍ଦ୍ରାପଡ ଦେଇ କେନ୍ଦୁଝରକୁ ଗଡିବ ମେମୋ ଟ୍ରେନ। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେଖାଇ ଟ୍ରେନ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

୨୦୨୦ ମସିହାରେ ପାରାଦୀପ-ହରିଦାସପୁର ରେଳ ଲାଇନରେ ମାଲବାହୀ ଟ୍ରେନ ଚାଲିଥିଲା। ତା’ପରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ପାଇଁ ଦାବି ହୋଇ ଆସୁଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ସ୍ଥାନୀୟ ଲୋକ ପୁରୁଣା ଦାବି ଦୋହରାଇ ଥିଲେ। ଯାତ୍ରୀବାହୀ ଟ୍ରେନ ଚଳାଇବା ପାଇଁ ଦାବି କରିଥିଲେ। ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ରେଳ ମନ୍ତ୍ରଣାଳୟ।

The post କେନ୍ଦ୍ରାପଡାବାସୀଙ୍କୁ ସରକାରଙ୍କ ବଡ ଉପହାର, ଗଡିବ ମେମୁ ଟ୍ରେନ appeared first on Dharitri Odia News.