‘କେନ୍ଦ୍ରାପଡ଼ାରେ ଗତ ୫ ବର୍ଷ ଧରି ବିକାଶର ଧାରା ଅଟକି ଯାଇଛି’

କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ଆଳି ଗସ୍ତରେ ଯାଇଥିଲେ। ସେ ବିଲିକଣାରେ ପହଞ୍ଚିବା ପରେ ତାଙ୍କୁ ଶତାଧିକ ବିଜେପି କର୍ମୀ ଭବ୍ୟ ସ୍ୱାଗତ କରିଥିଲେ।

‘କେନ୍ଦ୍ରାପଡ଼ାରେ ଗତ ୫ ବର୍ଷ ଧରି ବିକାଶର ଧାରା ଅଟକି ଯାଇଛି’

କେନ୍ଦ୍ରାପଡ଼ାରେ ଜମିଛି ବିଜେପିର ପ୍ରଚାର। ଆଳିରେ ଆଜି ପ୍ରଚାରର ମଙ୍ଗ ଧରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା।

ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି, କେନ୍ଦ୍ରାପଡ଼ାରେ ଗତ ୫ ବର୍ଷ ଧରି ବିକାଶର ଧାରା ଅଟକି ଯାଇଛି। ଏହାକୁ ପୁଣି ସଚଳ କରିବାକୁ ହେବ। ତେଣୁ ଓଡ଼ିଶାରେ ଡବଲ୍‌ ଇଞ୍ଜିନ ସରକାର ଦରକାର ବୋଲି କହିଛନ୍ତି ବୈଜୟନ୍ତ। ତାଙ୍କ ପ୍ରତିନିଧିତ୍ୱ ବେଳେ କେନ୍ଦ୍ରାପଡ଼ାକୁ ରେଳୱେ ପହଞ୍ଚିବା ନେଇ ସବୁ ବ୍ୟବସ୍ଥା ସରିଥିଲା। ହେଲେ ଯେଉଁ ଭଳି ଶିଳ୍ପ ଦରକାର ଥିଲା, ତାହା ଆସିପାରିଲାନି। ଏଥର ବିଜେପି ସାରା ଦେଶରେ ୪୦୦ ପାର ଟାଗେର୍ଟ ହାସଲ କରିବ। ଏଥିରେ ଓଡ଼ିଶା ମଧ୍ୟ ସାମିଲ ହେବ ବୋଲି ଦୋହରାଇଛନ୍ତି ବୈଜୟନ୍ତ।

କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ଆଳି ଗସ୍ତରେ ଯାଇଥିଲେ। ସେ ବିଲିକଣାରେ ପହଞ୍ଚିବା ପରେ ତାଙ୍କୁ ଶତାଧିକ ବିଜେପି କର୍ମୀ ଭବ୍ୟ ସ୍ୱାଗତ କରିଥିଲେ। ଆଳି ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ନେତା ଓ କର୍ମୀଙ୍କୁ ନେଇ ନିର୍ବାଚନ ରଣନୀତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି।