କେନ୍ଦ୍ରୀୟ ଡେପୁଟେସନରେ ଗଲେ ପାଣ୍ଡିଆନଙ୍କ ସହଯୋଗୀ IPS ଡି.ଏସ୍ କୁଟ୍ଟେ
ଭୁବନେଶ୍ୱର,୮।୧୨: କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ୍ କୁଟ୍ଟେ। ବିଏସ୍ଏଫ୍ ଆଇଜି ଭାବେ ସେ ଡେପୁଟେସନରେ ଯିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି କରାଯାଇଛି। ଏବେ ଗୃହ ବିଭାଗର ଓଏସ୍ଡି ଅଛନ୍ତି ଡି.ଏସ୍ କୁଟ୍ଟେ। ଏହି ପଦବୀରେ ତାଙ୍କୁ ୨୯ ଫେବୃଆରୀ ୨୦୨୮ ପର୍ଯ୍ୟନ୍ତ ନିଯୁକ୍ତ କରାଯାଇଛି। ଯଥାଶୀଘ୍ର ତାଙ୍କୁ ବର୍ତ୍ତମାନର କାର୍ଯ୍ୟରୁ ବିରତି ଦିଆଯାଇ ନୂଆ କାର୍ଯ୍ୟରେ ଯୋଗଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇଦିନ ତଳେ ଅନ୍ୟତମ […] The post କେନ୍ଦ୍ରୀୟ ଡେପୁଟେସନରେ ଗଲେ ପାଣ୍ଡିଆନଙ୍କ ସହଯୋଗୀ IPS ଡି.ଏସ୍ କୁଟ୍ଟେ appeared first on Dharitri Odia News.
ଭୁବନେଶ୍ୱର,୮।୧୨: କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ୍ କୁଟ୍ଟେ। ବିଏସ୍ଏଫ୍ ଆଇଜି ଭାବେ ସେ ଡେପୁଟେସନରେ ଯିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି କରାଯାଇଛି। ଏବେ ଗୃହ ବିଭାଗର ଓଏସ୍ଡି ଅଛନ୍ତି ଡି.ଏସ୍ କୁଟ୍ଟେ। ଏହି ପଦବୀରେ ତାଙ୍କୁ ୨୯ ଫେବୃଆରୀ ୨୦୨୮ ପର୍ଯ୍ୟନ୍ତ ନିଯୁକ୍ତ କରାଯାଇଛି। ଯଥାଶୀଘ୍ର ତାଙ୍କୁ ବର୍ତ୍ତମାନର କାର୍ଯ୍ୟରୁ ବିରତି ଦିଆଯାଇ ନୂଆ କାର୍ଯ୍ୟରେ ଯୋଗଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଦୁଇଦିନ ତଳେ ଅନ୍ୟତମ ଚର୍ଚ୍ଚିତ ତଥା ବିବାଦୀୟ ଆଇପିଏସ୍ ଆଶିଷ ସିଂ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ଅର୍ଦ୍ଧସାମରିକ ବାହିନୀ ଇଣ୍ଡୋ-ତିବ୍ବତ ବର୍ଡର ପୁଲିସ (ଆଇଟିବିପି)ରେ ତାଙ୍କୁ ଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ୫ବର୍ଷ ପାଇଁ ସେ ଡେପୁଟେସନ୍ ନ୍ୟୁଟେସନ୍ରେ ଯିବେ ବୋଲି ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତୁରନ୍ତ ତାଙ୍କୁ ରିଲିଭ୍ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।
ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ବେଳେ ଡି.ଏସ୍ କୁଟ୍ଟେ ଏବଂ ଆଶିଷ ସିଂ ବିବାଦ ଘେରକୁ ଆସିଥିଲେ। ନିର୍ବାଚନ ପରିଚାଳନାରେ ସେ ବ୍ୟାପକ ଅନିୟମିତତା କରୁଥିବା ନେଇ ନିର୍ବାଚନ ଆୟୋଗ ଅଧ୍ଯକ୍ଷ ଅଭିଯୋଗ ଆଣିଥିଲେ।
ଏହାପରେ ଗତ ମେ’ ୪ ତାରିଖରେ ଆଶିଷ ସିଂ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ମାସକ ପାଇଁ ଛୁଟି ନେଇଥିଲେ। ତାଙ୍କ ସ୍ବାସ୍ଥ୍ୟ ଖରାପ ନେଇ ସତ୍ୟାସତ୍ୟ ଜାଣିବାକୁ ମେ’ ୨୮ ତାରିଖରେ ଇସିଆଇଙ୍କ ପକ୍ଷରୁ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଭୁବନେଶ୍ଵର ଏମ୍ଭ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ମେଡି କାଲ ବୋର୍ଡ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ତାଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ଥିବା ନେଇ ଉକ୍ତ ବୋର୍ଡ ରିପୋର୍ଟ ଦେଇଥିଲା।
ସେହିଭଳି ନିର୍ବାଚନ ସମୟରେ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ବେଳେ ସେ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହୋଇଥିଲେ। ଏବେ ନିଲମ୍ବନ ହଟିବା ପରେ ଆଇପିଏସ ଡିଏସ କୁଟ୍ଟେଙ୍କୁ ରାଜ୍ୟ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତି ମିଳିଥିଲା।
କୁଟ୍ଟେଙ୍କ ପୁରା ନାମ ଧିରେନ୍ଦ୍ର ସମ୍ଭାଜି କୁଟ୍ଟେ। ୨୦୧୯ ଅକ୍ଟୋବର ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏଥିସହ ସେ ଓଡ଼ିଶା ପୋଲିସର ଅତିରିକ୍ତ ମହା ନିର୍ଦ୍ଦେଶକ ମଧ୍ୟ ଥିଲେ। ୧୯୯୭ ବ୍ୟାଚର ଆଇପିଏସ ଅଧିକାରୀ କୁଟ୍ଟେ ୨୦୧୭ ଏପ୍ରିଲରୁ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ଡ୍ୟୁଟି ପାଇ ନିୟୋଜିତ ହୋଇଥିଲେ। ୨୦୨୩ ସାଧାରଣତନ୍ତ୍ର ଦିବସରେ ନିଜର ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକରେ ମଧ୍ୟ ସମ୍ମାନିତ ହୋଇଥିଲେ।
The post କେନ୍ଦ୍ରୀୟ ଡେପୁଟେସନରେ ଗଲେ ପାଣ୍ଡିଆନଙ୍କ ସହଯୋଗୀ IPS ଡି.ଏସ୍ କୁଟ୍ଟେ appeared first on Dharitri Odia News.