କେବଳ ମ୍ୟାକ୍ସଓ୍ବେଲ ନୁହନ୍ତି, ବରଂ ପୂରା ଅଷ୍ଟ୍ରେଲିଆ ଦଳ ପାଇଁ ଯୋଜନା କରିଛୁ: ଆଫଗାନିସ୍ତାନ ଅଧିନାୟକ

ଲାହୋର,୨୭ା୨: କେବଳ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ପାଇଁ ନୁହେଁ, ବରଂ ପୂରା ଅଷ୍ଟ୍ରେଲିଆ ଦଳ ଲାଗି ଆମେ ଯୋଜନା ପ୍ରସ୍ତୁତ କରିଛୁ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁ ଥିବା ଅନ୍ତିମ ଲିଗ ମ୍ୟାଚ ପୂର୍ବରୁ ଆଫଗାନିସ୍ତାନ ଅଧିନାୟକ ହାଶମାତୁଲା ଶାହିଦି ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି। ଏହି ମ୍ୟାଚର ବିଜେତା ଦଳ ସେମିଫାଇନାଲରେ ପ୍ରବେଶ କରିବ। ଏଥିଯୋଗୁ ଉଭୟ ଦଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ। ଭାବୁଛ କି, ଆମେ କେବଳ ମ୍ୟାକ୍ସଓ୍ବେଲଙ୍କ ସହ ଖେଳିବା ପାଇଁ […] The post କେବଳ ମ୍ୟାକ୍ସଓ୍ବେଲ ନୁହନ୍ତି, ବରଂ ପୂରା ଅଷ୍ଟ୍ରେଲିଆ ଦଳ ପାଇଁ ଯୋଜନା କରିଛୁ: ଆଫଗାନିସ୍ତାନ ଅଧିନାୟକ appeared first on Dharitri Odia News.

କେବଳ ମ୍ୟାକ୍ସଓ୍ବେଲ ନୁହନ୍ତି, ବରଂ ପୂରା ଅଷ୍ଟ୍ରେଲିଆ ଦଳ ପାଇଁ ଯୋଜନା କରିଛୁ: ଆଫଗାନିସ୍ତାନ ଅଧିନାୟକ

ଲାହୋର,୨୭ା୨: କେବଳ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ପାଇଁ ନୁହେଁ, ବରଂ ପୂରା ଅଷ୍ଟ୍ରେଲିଆ ଦଳ ଲାଗି ଆମେ ଯୋଜନା ପ୍ରସ୍ତୁତ କରିଛୁ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁ ଥିବା ଅନ୍ତିମ ଲିଗ ମ୍ୟାଚ ପୂର୍ବରୁ ଆଫଗାନିସ୍ତାନ ଅଧିନାୟକ ହାଶମାତୁଲା ଶାହିଦି ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି। ଏହି ମ୍ୟାଚର ବିଜେତା ଦଳ ସେମିଫାଇନାଲରେ ପ୍ରବେଶ କରିବ। ଏଥିଯୋଗୁ ଉଭୟ ଦଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ।
ଭାବୁଛ କି, ଆମେ କେବଳ ମ୍ୟାକ୍ସଓ୍ବେଲଙ୍କ ସହ ଖେଳିବା ପାଇଁ ଗ୍ରାଉଣ୍ଡରେ ଓହ୍ଲାଇବୁ। ଆମେ ପୂରା ଅଷ୍ଟ୍ରେଲିଆ ଦଳ ଲାଗି ଯୋଜନା ପ୍ରସ୍ତୁତ କରିଛୁ। ମୋତେ ଜଣାଅଛି ଯେ, ମ୍ୟାକ୍ସଓ୍ବେଲ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଖୁବ ଭଲ ଖେଳିଥିଲେ। କିନ୍ତୁ ତାହା ବର୍ତ୍ତମାନ ଇତିହାସ।

ସେହି ପରାଜୟ ପରେ ଆମେ ଅଷ୍ଟ୍ରେଲିଆକୁ ଟି୨୦ ବିଶ୍ୱକପ୍‌ରେ ହରାଇଥିଲୁ। ଆମେ ସମସ୍ତ ପ୍ରତିପକ୍ଷ ଦଳ କଥା ଚିନ୍ତା କରୁ। ଆମେ କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କ ସହ ଖେଳିବା ପାଇଁ ଯୋଜନା ସହ ଗ୍ରାଉଣ୍ଡକୁ ଓହ୍ଲାଉ ନାହିଁ। ଆମେ ଶ୍ରେଷ୍ଠ ଯୋଜନା ସହିତ ପରବର୍ତ୍ତୀ ମ୍ୟାଚରେ ଓହ୍ଲାଇବୁ।

ଆମେ କେବଳ ମ୍ୟାକ୍ସଓ୍ବେଲଙ୍କ ସହ ନୁହେଁ, ବରଂ ପୂରା ଅଷ୍ଟ୍ରେଲିଆ ଦଳ ସହ ଖେଳିବୁ ବୋଲି ଶାହିଦି କହିଛନ୍ତି। ଏତଦ ବ୍ୟତୀତ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ସମ୍ପର୍କରେ ପ୍ରକାଶ କରିଛନ୍ତି ଯେ, ମୋ ମତରେ ଏହା ଏକ ଭଲ କ୍ରିକେଟ ମ୍ୟାଚ ହେବ। ସବୁକିଛିକୁ ଆମେ ସରଳ ରଖିବା ଉପରେ ପ୍ରାଧ୍ୟାନ୍ୟ ଦେବୁ। ସେମିଫାଇନାଲରେ ଖେଳିବା ଲାଗି ଅଧିକ ଚିନ୍ତା କରିବୁ ନାହିଁ। ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ ଏବଂ ଭଲ ଯୋଜନା ସହ ଆସିବୁ। ଆଫଗାନିସ୍ତାନ ଲୋକେ ସର୍ବଦା ଆମ ପାଇଁ ଚିୟର କରନ୍ତି। ଏଠାରେ ଆମର ଅନେକ ଆଫଗାନିସ୍ତାନ ଲୋକେ ଅଛନ୍ତି।

ଏଣୁ ସେମାନଙ୍କ ସମର୍ଥନ ଆମ ପ୍ରତି ସର୍ବଦା ରହିବ। ଆମେ ଶୁକ୍ରବାର ସକାଳେ ଉଠିଲା ପରେ ପ୍ରତିପକ୍ଷ ଦଳକୁ ଭଲ ଭାବେ ବିଶ୍ଲେଷଣ କରିବୁ। ଉଲ୍ଲେଖଯୋଗ୍ୟ ଯେ, ୨୦୨୩ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦ୍ୱାରା ପ୍ରଦତ୍ତ ୨୯୨ ରନର ଟାର୍ଗେଟ ଜବାବରେ ଏକଦା ୧୦୦ ରନ ମଧ୍ୟରେ ୭ ଉଇକେଟ ହରାଇଥିବା ଅଷ୍ଟ୍ରେଲିଆ ମ୍ୟାକ୍ସଓ୍ବେଲଙ୍କ ଅପରାଜିତ ଦ୍ୱିଶତକ ବଳରେ ମ୍ୟାଚ ଜିତି ନେଇଥିଲା।

The post କେବଳ ମ୍ୟାକ୍ସଓ୍ବେଲ ନୁହନ୍ତି, ବରଂ ପୂରା ଅଷ୍ଟ୍ରେଲିଆ ଦଳ ପାଇଁ ଯୋଜନା କରିଛୁ: ଆଫଗାନିସ୍ତାନ ଅଧିନାୟକ appeared first on Dharitri Odia News.