ରିଲାଏନ୍ସ ଟ୍ରେଣ୍ଡ୍‌ସର ଶରତ-ଶୀତ କଲେକ୍ସନ

ମୁମ୍ବାଇ,୫।୧୦: ଚଳିତ ବର୍ଷର ପାର୍ବଣ ପାଇଁ ରିଲାଏନ୍ସ ଟ୍ରେଣ୍ଡ୍‌ସ ପକ୍ଷରୁ ଶରତ-ଶୀତ କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏପରିକି ପ୍ରତ୍ୟେକ ଦିନ କମ୍‌ ମୂଲ୍ୟର ଚିନ୍ତାଧାରା ସହ ଆରମ୍ଭ ହୋଇଥିବା ଏହି ନୂଆ କଲେକ୍ସନରେ ପୁରୁଷ, ମହିଳା ଓ ପିଲାମାନଙ୍କ ପାଇଁ ସମସ୍ତ ପ୍ରକାର ପୋଷାକ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି। ୧୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି କଲେକ୍ସନ ଉତ୍ସବର ଉତ୍ସାହକୁ ଦ୍ୱିଗୁଣିତ କରିବା ସହ ବିବିଧ ଡିଜାଇନର ପୋଷାକ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ବୋଲି ଟ୍ରେଣ୍ଟ୍‌ସ ପକ୍ଷରୁ […] The post ରିଲାଏନ୍ସ ଟ୍ରେଣ୍ଡ୍‌ସର ଶରତ-ଶୀତ କଲେକ୍ସନ appeared first on Dharitri Odia News.

ରିଲାଏନ୍ସ ଟ୍ରେଣ୍ଡ୍‌ସର ଶରତ-ଶୀତ କଲେକ୍ସନ

ମୁମ୍ବାଇ,୫।୧୦: ଚଳିତ ବର୍ଷର ପାର୍ବଣ ପାଇଁ ରିଲାଏନ୍ସ ଟ୍ରେଣ୍ଡ୍‌ସ ପକ୍ଷରୁ ଶରତ-ଶୀତ କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏପରିକି ପ୍ରତ୍ୟେକ ଦିନ କମ୍‌ ମୂଲ୍ୟର ଚିନ୍ତାଧାରା ସହ ଆରମ୍ଭ ହୋଇଥିବା ଏହି ନୂଆ କଲେକ୍ସନରେ ପୁରୁଷ, ମହିଳା ଓ ପିଲାମାନଙ୍କ ପାଇଁ ସମସ୍ତ ପ୍ରକାର ପୋଷାକ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି। ୧୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି କଲେକ୍ସନ ଉତ୍ସବର ଉତ୍ସାହକୁ ଦ୍ୱିଗୁଣିତ କରିବା ସହ ବିବିଧ ଡିଜାଇନର ପୋଷାକ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ବୋଲି ଟ୍ରେଣ୍ଟ୍‌ସ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ସେହିଭଳି ଏହି ନୂତନ କଲେକ୍ସନ ପ୍ରକୃତିର ସୌନ୍ଦର୍ଯ୍ୟ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଅନୁପ୍ରାଣିତ ହୋଇଥିବାବେଳେ ସମସ୍ତ ପୋଷାକରେ ଫୁଲ, ପ୍ରବାହିତ ନଦୀ ଏବଂ ଶାନ୍ତ ପର୍ବତଗୁଡ଼ିକର ଭବ୍ୟତା ଆଦି ଦେଖିବାକୁ ମିଳିବ। ଏପରିକି ଆଧୁନିକ ମହିଳାଙ୍କ ପାଇଁ ଏହି ସମ୍ଭାରକୁ ସୂକ୍ଷ୍ମ ଭାରତୀୟ କାରିଗରି ସହ ସଜ୍ଜିତ କରାଯାଇଛି। ସାଇଡ ଗେଦର କୁର୍ତ୍ତାଠାରୁ ଲେୟାର୍ଡ଼ କୁର୍ତ୍ତା, କୋ-ଅର୍ଡ଼ ସେଟ୍‌ ଏବଂ ଏଥିନିକ୍‌ ପୋଷାକ ପର୍ଯ୍ୟନ୍ତ ପ୍ରତ୍ୟେକଟି ଏକ ଉନ୍ନତ ଫ୍ୟାଶନ ଷ୍ଟେଟ୍‌ମେଣ୍ଟ ହୋଇଛି। ଏଣ୍ଟିକ ମେଟାଲିକ ଲୁକ୍‌କୁ ସମସାମୟିକ ଡିଜାଇନ ସହ ମିଳିତ ଭାବେ ଡିଜାଇନ କରାଯାଇଛି।
ଉତ୍ସବର ଶପିଂକୁ ଆହୁରି ରୋମାଞ୍ଚକର କରିବା ପାଇଁ ଟ୍ରେଣ୍ଡ୍‌ସର ନୂତନ କଲେକ୍ସନରେ ବିଶେଷ ରିହାତି ପ୍ରଦାନ କରାଯାଉଛି। ଆପଣ ଷ୍ଟୋର କିମ୍ବା ଅନ୍‌ଲାଇନ ଶପିଂ କରନ୍ତୁ, ଆପଣ ଅଫରଗୁଡିକର ଲାଭ ଉଠାଇପାରିବେ।

The post ରିଲାଏନ୍ସ ଟ୍ରେଣ୍ଡ୍‌ସର ଶରତ-ଶୀତ କଲେକ୍ସନ appeared first on Dharitri Odia News.