ଆତଙ୍କବାଦ ମାନବ ସଭ୍ୟତା ପାଇଁ କଳଙ୍କ…, ୨୬/୧୧ ଆକ୍ରମଣକୁ ନେଇ ବର୍ଷିଲେ ଶାହା
ନୂଆଦିଲ୍ଲୀ,୨୬।୧୧: ଗୋଟିଏ ପଟେ, ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ସ୍ମରଣ କରାଯାଉଥିବାବେଳେ ଅନ୍ୟ ପଟେ ଏହି ତାରିଖ ସହିତ ଜଡିତ ଏକ ଅନ୍ଧକାର ଦିନ ଅଛି ଯାହାକୁ ଭାରତର ଲୋକମାନେ ଭୁଲିବେ ନାହିଁ। ହଁ, ଆମେ ୨୬ନଭେମ୍ବର ୨୦୦୮ରେ ମୁମ୍ବାଇରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ କହୁଛୁ। ମଙ୍ଗଳବାର ଦେଶ ଏହି ଆତଙ୍କବାଦୀ ଆକ୍ରମଣର ୧୬ ତମ ବାର୍ଷିକୀ ପାଳନ କରୁଛି, କିନ୍ତୁ ଦେଶବାସୀ ଆଜି ବି ସେହି ଛାତିଥରା ଘଟଣାକୁ ସ୍ମରଣ କରି ଥରୁଛନ୍ତି। […] The post ଆତଙ୍କବାଦ ମାନବ ସଭ୍ୟତା ପାଇଁ କଳଙ୍କ…, ୨୬/୧୧ ଆକ୍ରମଣକୁ ନେଇ ବର୍ଷିଲେ ଶାହା appeared first on Dharitri Odia News.
ନୂଆଦିଲ୍ଲୀ,୨୬।୧୧: ଗୋଟିଏ ପଟେ, ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ସ୍ମରଣ କରାଯାଉଥିବାବେଳେ ଅନ୍ୟ ପଟେ ଏହି ତାରିଖ ସହିତ ଜଡିତ ଏକ ଅନ୍ଧକାର ଦିନ ଅଛି ଯାହାକୁ ଭାରତର ଲୋକମାନେ ଭୁଲିବେ ନାହିଁ। ହଁ, ଆମେ ୨୬ନଭେମ୍ବର ୨୦୦୮ରେ ମୁମ୍ବାଇରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ କହୁଛୁ।
ମଙ୍ଗଳବାର ଦେଶ ଏହି ଆତଙ୍କବାଦୀ ଆକ୍ରମଣର ୧୬ ତମ ବାର୍ଷିକୀ ପାଳନ କରୁଛି, କିନ୍ତୁ ଦେଶବାସୀ ଆଜି ବି ସେହି ଛାତିଥରା ଘଟଣାକୁ ସ୍ମରଣ କରି ଥରୁଛନ୍ତି। ସ୍ବାଧୀନ ଭାରତ ଇତିହାସରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା। ଏହି ଆକ୍ରମଣରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୬୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ମୁମ୍ବାଇର ତାଜ ହୋଟେଲକୁ ଟାର୍ଗେଟ କରିଥିଲେ।
୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୬ତମ ବାର୍ଷିକୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୋଷ୍ଟ କରିଛନ୍ତି। ସେ ଲେଖିଥିଲେ ୨୬/୧୧ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀଙ୍କ ସହ ଲଢ଼ିବାବେଳେ ଶହୀଦ ହୋଇଥିବା ସୈନିକମାନଙ୍କୁ ମୁଁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଯେଉଁ ସାଧାରଣ ଜନତା ପ୍ରାଣ ହରାଇଛନ୍ତି ସେମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆତଙ୍କବାଦ ସମଗ୍ର ମାନବ ସଭ୍ୟତା ପାଇଁ ଏକ କଳଙ୍କ। ଆତଙ୍କବାଦ ବିରୋଧରେ ମୋଦି ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ବା ଜିରୋ ଟଲରାନ୍ସ ନୀତିକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି ଏବଂ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ଆଜି ଭାରତ ବିଶ୍ୱ ଅଗ୍ରଣୀ ହୋଇପାରିଛି।
The post ଆତଙ୍କବାଦ ମାନବ ସଭ୍ୟତା ପାଇଁ କଳଙ୍କ…, ୨୬/୧୧ ଆକ୍ରମଣକୁ ନେଇ ବର୍ଷିଲେ ଶାହା appeared first on Dharitri Odia News.