କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଗାଁରେ ପରିବାର ଲୋକଙ୍କ ସହ ପାଳିବେ ଦୀପାବଳି

କେନ୍ଦୁଝର,୩୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇ ସ୍ବାଗତ କରାଯାଇଛି। ଏହି ଅବସରରେ ଭାଜପା ଜିଲା ସଂଗଠନ ପକ୍ଷରୁ ମଧ୍ୟ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି। ସେ ଦୁଇ ଦିନ ଜନ୍ମଗ୍ରାମ ରାଇକଳା ଯାଇ ଆଦିବାସୀଙ୍କ ସ୍ବତନ୍ତ୍ର ସଂସ୍କୃତି ଓ ପରମ୍ପରା […] The post କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଗାଁରେ ପରିବାର ଲୋକଙ୍କ ସହ ପାଳିବେ ଦୀପାବଳି appeared first on Dharitri Odia News.

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଗାଁରେ ପରିବାର ଲୋକଙ୍କ ସହ ପାଳିବେ ଦୀପାବଳି

କେନ୍ଦୁଝର,୩୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇ ସ୍ବାଗତ କରାଯାଇଛି।

ଏହି ଅବସରରେ ଭାଜପା ଜିଲା ସଂଗଠନ ପକ୍ଷରୁ ମଧ୍ୟ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି। ସେ ଦୁଇ ଦିନ ଜନ୍ମଗ୍ରାମ ରାଇକଳା ଯାଇ ଆଦିବାସୀଙ୍କ ସ୍ବତନ୍ତ୍ର ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦୀପାବଳି ପାଳିବେ। ଦୀପାବଳିରେ ସୋହରାଇ ପୂଜା କରିଥାନ୍ତି ଆଦିବାସୀ।

ସେହିପରି କୁଡ଼ୁମୀ ସମ୍ପ୍ରଦାୟର ହାତୀ ଲେଖେନ ପର୍ବରେ ସାମିଲ ହେବେ ବୋଲି ତାଙ୍କ ସହିତ ଯାଇଥିବା ଏମ୍‌ପି ଅନନ୍ତ ନାୟକ କହିଛନ୍ତି।

The post କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଗାଁରେ ପରିବାର ଲୋକଙ୍କ ସହ ପାଳିବେ ଦୀପାବଳି appeared first on Dharitri Odia News.