ଅହମଦାବାଦ ଦିନିକିଆରେ ବିସିସିଆଇ କରିବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୧୧ା୨ : ବୁଧବାର ଖେଳାଯିବାକୁଥିବା ଅହମଦାବାଦ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅବସରରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ମିଳିତ ଭାବେ ସ୍ବେଚ୍ଛାକୃତ ଅଙ୍ଗଦାନ କାର୍ଯ୍ୟକ୍ରମରେ ସାମିଲ ହେବାଲାଗି ଆହ୍ବାନ କରାଯିବ। ଭାରତ-ଇଂଲଣ୍ଡ ତୃତୀୟ ତଥା ଅନ୍ତିମ ଦିନିକିଆ ଫେବୃଆରୀ ୧୨ରେ ଖେଳାଯିବ। ରବିବାର କଟକରେ ଦ୍ୱିତୀୟ ଦିନିକିଆ ଜିତିବା ପରେ ଭାରତ ୨-୦ରେ ଅଗ୍ରଣୀ ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତିନେଇ […] The post ଅହମଦାବାଦ ଦିନିକିଆରେ ବିସିସିଆଇ କରିବ ସ୍ବତନ୍ତ୍ର କାର୍ଯ୍ୟକ୍ରମ appeared first on Dharitri Odia News.

ଅହମଦାବାଦ ଦିନିକିଆରେ ବିସିସିଆଇ କରିବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୧୧ା୨ : ବୁଧବାର ଖେଳାଯିବାକୁଥିବା ଅହମଦାବାଦ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅବସରରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ମିଳିତ ଭାବେ ସ୍ବେଚ୍ଛାକୃତ ଅଙ୍ଗଦାନ କାର୍ଯ୍ୟକ୍ରମରେ ସାମିଲ ହେବାଲାଗି ଆହ୍ବାନ କରାଯିବ।

ଭାରତ-ଇଂଲଣ୍ଡ ତୃତୀୟ ତଥା ଅନ୍ତିମ ଦିନିକିଆ ଫେବୃଆରୀ ୧୨ରେ ଖେଳାଯିବ। ରବିବାର କଟକରେ ଦ୍ୱିତୀୟ ଦିନିକିଆ ଜିତିବା ପରେ ଭାରତ ୨-୦ରେ ଅଗ୍ରଣୀ ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତିନେଇ ସାରିଛି। ଆଇସିସି ଚେୟାରମ୍ୟାଚ ଜୟ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ଆମେ ଏକ ଜନ ସଚେତନତା କାର୍ଯ୍ୟର ଆରମ୍ଭ କରି ଗର୍ବିତ। ‘ଅଙ୍ଗଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ’। ଖେଳରେ ପ୍ରେରଣା ଦେବା, ଏକଜୁଟ କରିବା, ପଡ଼ିଆ ବାହାରେ ପ୍ରଭାବ ସୃଷ୍ଟି କରିବାର ଶକ୍ତି ରହିଛି। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ସମସ୍ତଙ୍କୁ ଆହ୍ବାନ କରି ଇତିମଧ୍ୟରେ ଭାରତୀୟ ଖେଳାଳିମାନଙ୍କୁ ନେଇ ବିସିସିଆଇ ତରଫରୁ ଏକ ଭିଡିଓ ଶେୟାର କରାଯାଇଛି।

ସେମାନଙ୍କ ମଧ୍ୟରେ ବିରାଟ କୋହଲି, ଶୁବମନ ଗିଲ୍‌, ଶ୍ରେୟସ ଆୟର, କେ.ଏଲ୍‌. ରାହୁଲ, ଅର୍ଶଦୀପ ସିଂ, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ ଓ ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି। ନିଜ ଅଙ୍ଗଦାନ କରିବା କେତେକଙ୍କ କ୍ଷେତ୍ରରେ ଏକ ମ୍ୟାଚ୍‌ର ଓ୍ବନିଂ ଶଟ୍‌ ଭଳି ବୋଲି ସେମାନଙ୍କ ମଧ୍ୟରୁ କେତେଜଣ କହିଛନ୍ତି।

The post ଅହମଦାବାଦ ଦିନିକିଆରେ ବିସିସିଆଇ କରିବ ସ୍ବତନ୍ତ୍ର କାର୍ଯ୍ୟକ୍ରମ appeared first on Dharitri Odia News.