ଗଛରେ ବସିଥିବା ଅବସ୍ଥାରେ ଖସି ପଡୁଛନ୍ତି କାଉ, ସ୍ବାବ ସଂଗ୍ରହ କରି ପଠାଗଲା ଲ୍ୟାବ

ପାରାଦୀପ ୧୦/୧: ବନ୍ଦର ନଗରୀ ପାରାଦୀପର ବିଭିନ୍ନ ସ୍ଥାନରେ କାଉ ମଡ଼କ । ନେହରୁବଙ୍ଗଳା ଓ ବଡପଡିଆ ମାର୍କେଟରେ କାଉ ମରି ପଡିଥିବା ଦେଖିବାକୁ ମିଳିଛି । ଗଛରେ ବସିଥିବା କାଉ ଗୁଡିକ ହଠାତ ତଳକୁ ଖସି ପଡିବା ସହ ଘୁମେଇବା ପରେ ମରି ପଡିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏହା ବାର୍ଡ ଫ୍ଲୁ ରୋଗର ଲକ୍ଷଣ ବୋଲି ସନ୍ଦେହ କରାଯାଉଛି ।ଏବେ ବିଦେଶାଗତ ପକ୍ଷୀ ଓଡ଼ିସା ମୁହାଁ ହୋଇଥିବାରୁ ସେମାନଙ୍କ ଠାରୁ କୌଣସି ଭାଇରସ ଆସିଥିବା ଆଶଙ୍କା କରାଯାଉଛି । ପକ୍ଷୀ ମଡକକୁ ନେଇ ଭେଟେନାରୀ ଡାକ୍ତରଙ୍କ ଯୁକ୍ତି ଅଲଗା । ସେ କହିଛନ୍ତି ଅତ୍ୟଧିକ ଶୀତ ପାଇଁ କାଉମାନଙ୍କ ମୃତ୍ୟୁ ହେଉଛି । ପ୍ରତି ବର୍ଷ ଏହି ସମୟରେ ଚଢେଇମାନେ ମରିବା ଦେଖାଯାଏ । ତଥାପି ଆମେ ମୃତ ପକ୍ଷୀଙ୍କ ସ୍ବାବ ସଂଗ୍ରହ କରି ଲ୍ୟାବକୁ ପଠାଇଛୁ । ରିପୋର୍ଟ ଆସିବା ପରେ କାଉ ମଡକର ପ୍ରକୃତ କାରଣ ଜଣାପଡିବ ।   

ଗଛରେ ବସିଥିବା ଅବସ୍ଥାରେ ଖସି ପଡୁଛନ୍ତି କାଉ, ସ୍ବାବ ସଂଗ୍ରହ କରି ପଠାଗଲା ଲ୍ୟାବ

ପାରାଦୀପ ୧୦/୧: ବନ୍ଦର ନଗରୀ ପାରାଦୀପର ବିଭିନ୍ନ ସ୍ଥାନରେ କାଉ ମଡ଼କ । ନେହରୁବଙ୍ଗଳା ଓ ବଡପଡିଆ ମାର୍କେଟରେ କାଉ ମରି ପଡିଥିବା ଦେଖିବାକୁ ମିଳିଛି । ଗଛରେ ବସିଥିବା କାଉ ଗୁଡିକ ହଠାତ ତଳକୁ ଖସି ପଡିବା ସହ ଘୁମେଇବା ପରେ ମରି ପଡିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏହା ବାର୍ଡ ଫ୍ଲୁ ରୋଗର ଲକ୍ଷଣ ବୋଲି ସନ୍ଦେହ କରାଯାଉଛି ।

ଏବେ ବିଦେଶାଗତ ପକ୍ଷୀ ଓଡ଼ିସା ମୁହାଁ ହୋଇଥିବାରୁ ସେମାନଙ୍କ ଠାରୁ କୌଣସି ଭାଇରସ ଆସିଥିବା ଆଶଙ୍କା କରାଯାଉଛି । ପକ୍ଷୀ ମଡକକୁ ନେଇ ଭେଟେନାରୀ ଡାକ୍ତରଙ୍କ ଯୁକ୍ତି ଅଲଗା । ସେ କହିଛନ୍ତି ଅତ୍ୟଧିକ ଶୀତ ପାଇଁ କାଉମାନଙ୍କ ମୃତ୍ୟୁ ହେଉଛି । ପ୍ରତି ବର୍ଷ ଏହି ସମୟରେ ଚଢେଇମାନେ ମରିବା ଦେଖାଯାଏ । ତଥାପି ଆମେ ମୃତ ପକ୍ଷୀଙ୍କ ସ୍ବାବ ସଂଗ୍ରହ କରି ଲ୍ୟାବକୁ ପଠାଇଛୁ । ରିପୋର୍ଟ ଆସିବା ପରେ କାଉ ମଡକର ପ୍ରକୃତ କାରଣ ଜଣାପଡିବ ।