ନୂଆ ବର୍ଷ ଠାରୁ ମହଙ୍ଗା ହେବ ହ୍ୟୁଣ୍ଡାଇ କାର୍: ୨୫ ହଜାର ପର୍ଯ୍ୟନ୍ତ ବଢ଼ିବ ଦାମ୍

ନୂଆଦିଲ୍ଲୀ: ନୂଆ ବର୍ଷ ଠାରୁ ମହଙ୍ଗା ହେବ ହ୍ୟୁଣ୍ଡାଇ ଗାଡ଼ି। ଯାନଗୁଡ଼ିକ ୨୫,ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗ ହୋଇପାରେ। ଇନପୁଟ କଷ୍ଟ, ଏକ୍ସଚେଞ୍ଜ ରେଟ୍ ଓ ଲଜିଷ୍ଟିକ୍ସରେ ବୃଦ୍ଧି ଯୋଗୁ କମ୍ପାନୀ ଗାଡ଼ି ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ କମ୍ପାନୀର ସମସ୍ତ ଗାଡ଼ିଗୁଡ଼ିକ ଉପରେ ବର୍ଦ୍ଧିତ ଦର ଲାଗୁ ହେବ।ଏନେଇ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ (HMIL), ହୋଲ ଟାଇମ୍ ଡାଇରେକ୍ଟର ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତରୁଣ ଗର୍ଗ କହିଛନ୍ତି ” ଆମ ଗ୍ରାହକଙ୍କ ଉପରେ ଚାପ ନ ପକାଇବା ପାଇଁ କମ୍ପାନୀ ନିୟମିତ ଖର୍ଚ୍ଚ ବୃଦ୍ଧିକୁ ଯଥା ସମ୍ବବ ନିଜ ପକେଟରୁ ଆଜଷ୍ଟ କରିଥାଏ। ତେବେ ଇନପୁଟ୍ କଷ୍ଟର କ୍ରମାଗତ ବୃଦ୍ଧି ଯୋଗୁ, ମୂଲ୍ୟରେ ସାମାନ୍ୟ ସଂଶୋଧନ କରିବା ଆବଶ୍ୟକ ପଡ଼ିଲ।”ନଭେମ୍ବରରେ ବିକ୍ରି ୭% ଏବଂ ରପ୍ତାନିରେ ୨୦%  କମିଛି ଗତ ନଭେମ୍ବର ମାସରେ ହ୍ୟୁଣ୍ଡାଇ ମୋଟର ୬୧,୨୫୨ ୟୁନିଟ୍ ବିକ୍ରି କରିଛି। ଯାହା ଗତ ବର୍ଷ ସମାନ ଅବଧିର ବିକ୍ରି ତୁଳନାରେ ୭% କମ୍। କାରଣ ଗତ ବର୍ଷ ନଭେମ୍ବରରେ କମ୍ପାନୀ ୬୫,୮୦୧ ଗାଡ଼ି ବିକ୍ରି କରିଥିଲା। ଏଥିସହିତ ଘରୋଇ ବଜାରରେ ମଧ୍ୟ ବିକ୍ରି ୨% କମିଛି। ନଭେମ୍ବର ୨୦୨୩ରେ କମ୍ପାନୀ ଭାରତୀୟ ବଜାରରେ ୪୯,୪୫୧ କାର ବିକ୍ରି କରିଥିଲା, ଯାହା ନଭେମ୍ବର ୨୦୨୪ ରେ ୪୮,୨୪୬କୁ ହ୍ରାସ ପାଇଛି।କେବଳ ସେତିକି ନୁହେଁ କମ୍ପାନୀର ରପ୍ତାନୀ ମଧ୍ୟ କମିଛି। ପୂର୍ବ

ନୂଆ ବର୍ଷ ଠାରୁ ମହଙ୍ଗା ହେବ ହ୍ୟୁଣ୍ଡାଇ କାର୍: ୨୫ ହଜାର ପର୍ଯ୍ୟନ୍ତ ବଢ଼ିବ ଦାମ୍

ନୂଆଦିଲ୍ଲୀ: ନୂଆ ବର୍ଷ ଠାରୁ ମହଙ୍ଗା ହେବ ହ୍ୟୁଣ୍ଡାଇ ଗାଡ଼ି। ଯାନଗୁଡ଼ିକ ୨୫,ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗ ହୋଇପାରେ। ଇନପୁଟ କଷ୍ଟ, ଏକ୍ସଚେଞ୍ଜ ରେଟ୍ ଓ ଲଜିଷ୍ଟିକ୍ସରେ ବୃଦ୍ଧି ଯୋଗୁ କମ୍ପାନୀ ଗାଡ଼ି ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ କମ୍ପାନୀର ସମସ୍ତ ଗାଡ଼ିଗୁଡ଼ିକ ଉପରେ ବର୍ଦ୍ଧିତ ଦର ଲାଗୁ ହେବ।

ଏନେଇ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ (HMIL), ହୋଲ ଟାଇମ୍ ଡାଇରେକ୍ଟର ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତରୁଣ ଗର୍ଗ କହିଛନ୍ତି ” ଆମ ଗ୍ରାହକଙ୍କ ଉପରେ ଚାପ ନ ପକାଇବା ପାଇଁ କମ୍ପାନୀ ନିୟମିତ ଖର୍ଚ୍ଚ ବୃଦ୍ଧିକୁ ଯଥା ସମ୍ବବ ନିଜ ପକେଟରୁ ଆଜଷ୍ଟ କରିଥାଏ। ତେବେ ଇନପୁଟ୍ କଷ୍ଟର କ୍ରମାଗତ ବୃଦ୍ଧି ଯୋଗୁ, ମୂଲ୍ୟରେ ସାମାନ୍ୟ ସଂଶୋଧନ କରିବା ଆବଶ୍ୟକ ପଡ଼ିଲ।”

ନଭେମ୍ବରରେ ବିକ୍ରି ୭% ଏବଂ ରପ୍ତାନିରେ ୨୦%  କମିଛି 

ଗତ ନଭେମ୍ବର ମାସରେ ହ୍ୟୁଣ୍ଡାଇ ମୋଟର ୬୧,୨୫୨ ୟୁନିଟ୍ ବିକ୍ରି କରିଛି। ଯାହା ଗତ ବର୍ଷ ସମାନ ଅବଧିର ବିକ୍ରି ତୁଳନାରେ ୭% କମ୍। କାରଣ ଗତ ବର୍ଷ ନଭେମ୍ବରରେ କମ୍ପାନୀ ୬୫,୮୦୧ ଗାଡ଼ି ବିକ୍ରି କରିଥିଲା। ଏଥିସହିତ ଘରୋଇ ବଜାରରେ ମଧ୍ୟ ବିକ୍ରି ୨% କମିଛି। ନଭେମ୍ବର ୨୦୨୩ରେ କମ୍ପାନୀ ଭାରତୀୟ ବଜାରରେ ୪୯,୪୫୧ କାର ବିକ୍ରି କରିଥିଲା, ଯାହା ନଭେମ୍ବର ୨୦୨୪ ରେ ୪୮,୨୪୬କୁ ହ୍ରାସ ପାଇଛି।

କେବଳ ସେତିକି ନୁହେଁ କମ୍ପାନୀର ରପ୍ତାନୀ ମଧ୍ୟ କମିଛି। ପୂର୍ବ ବର୍ଷ ନଭେମ୍ବର ମାସ ତୁଳନାରେ ଚଳିତ ବର୍ଷ ନଭେମ୍ବରରେ ହ୍ୟୁଣ୍ଡାଇର ରପ୍ତାନିରେ ୨୦% ହ୍ରାସ ପାଇଛି। ଗତ ବର୍ଷ ୧୬,୩୬୦ ଗାଡ଼ି ରପ୍ତାନୀ ହୋଇଥିବା ବେଳେ ଚଳିତ ବର୍ଷ ନଭେମ୍ବରରେ ୧୩,୦୦୬ଟି ଗାଡ଼ି ବିକ୍ରି ହୋଇଛି। 

ସେହିଭଳି କମ୍ପାନୀର ଲାଭ ଓ କ୍ଷତି ହିସାବ କଲେ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟ ମାସିକରେ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ୧,୩୭୫ କୋଟି ଟଙ୍କାର କନସୋଲିଜେଟ୍ ନେଟ ପ୍ରଫିଟ କରିଛି କମ୍ପାନୀ। ବାର୍ଷିକ ଆଧାରରେ ଲାଭ ୧୬.୫%କୁ ହ୍ରାସ ପାଇଛି।  ବର୍ଷେ ପୂର୍ବରୁ ସମାନ ତ୍ରୟମାସିକରେ କମ୍ପାନୀ ୧,୬୨୮ କୋଟି ଟଙ୍କା ଲାଭ କରିଥିଲା।

ସେହିପରି ମୋଟ ଆୟକୁ ଦେଖିଲେ ଜୁଲାଇ-ସେପ୍ଟେମ୍ବର ତ୍ରୟ ମାସିକରେ ହ୍ୟୁଣ୍ଡାଇ ଇଣ୍ଡିଆର ମୋଟ ଆୟ ଗତ ବର୍ଷ ତୁଳନାରେ ୮.୩୪% ହ୍ରାସ ପାଇ ୧୭,୪୫୨ କୋଟିରେ ପହଞ୍ଚିଛି। ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକରେ କମ୍ପାନୀର ମୋଟ ଆୟ ୧୯,୦୪୨ ଲକ୍ଷ କୋଟି ଟଙ୍କା ଥିଲା।