୮ ବଡ଼ ଶିଳ୍ପକୁ ମିଳିଲା ମଞ୍ଜୁରୀ, ନିବେଶ ହେବ ୧, ୫୧, ୨୩୯ କୋଟି, ସୃଷ୍ଟି ହେବ ୬୦ ହଜାର ନିଯୁକ୍ତି

ଭୁବନେଶ୍ଵର: ରାଜ୍ୟରେ ଆଉ ୮ ବଡ଼ ଶିଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ HLCA ବୈଠକ ବସିଥିଲା।  ବୈଠକରେ ଏହି ବଡ଼ ଶିଳ୍ପକୁ ମଞ୍ଜୁରୀ  ମିଳିଛି। ଏଥିରେ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା ନିବେଶ ହେବ। ୮ ଶିଳ୍ପ ହେଲେ ୬୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ବୈଠକରେ ରାଜ୍ୟରେ ବେଦାନ୍ତର ଆଉ ଏକ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଢେଙ୍କାନାଳରେ ବେଦାନ୍ତ କରିବ ୩ MTPA ବଡ଼ ପ୍ଲାଣ୍ଟ। ଏହି ପ୍ରକଳ୍ପରେ ନିବେଶ ହେବ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା। ପ୍ରକଳ୍ପ ହେଲେ ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ବୈଠକରେ ଢେଙ୍କାନାଳରେ ଜିନ୍ଦଲ ସ୍ପେଶିଆଲିଟି ଷ୍ଟିଲ୍ ପ୍ଲାଣ୍ଟକୁ ମଧ୍ୟ ମଞ୍ଜୁରୀ ମିଳିଛି।  ପ୍ରକଳ୍ପ ପାଇଁ ଜିନ୍ଦଲ ୩,୬୦୦ କୋଟି ନିବେଶ କରିବ। Also read: ଚୀନକୁ ଟପି ଧନୀ ରାଷ୍ଟ୍ର ହେବ ଭାରତ: ମିଳିଲା ୨ ଲକ୍ଷ କୋଟି ଲିଟର ଅଶୋଧିତ ତୈଳର ବିଶାଳ ଭଣ୍ଡାର !ଏହା ବ୍ୟତୀତ ଗଞ୍ଜାମରେ କେମିକାଲ ପ୍ଲାଣ୍ଟ କରିବ ଏସଆରଏଫ। ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଟଙ୍କା ନିବେଶ ହେବ।  ଖୋର୍ଦ୍ଧାରେ ସ୍ପୋର୍ଟକିଙ୍ଗ୍ କରିବ ଟେକ୍ସଟାଇଲ ୟୁନିଟ୍। କେନ୍ଦୁଝରରେ ଶ୍ୟାମ ଷ୍ଟିଲ୍ କରିବ। ଏହି ପ୍ରକଳ୍ପରେ ଶ୍ୟାମ ଷ୍ଟିଲ୍ ନିବେଶ କରିବ ୨,୪୯୦ କୋଟି। 

୮ ବଡ଼ ଶିଳ୍ପକୁ ମିଳିଲା ମଞ୍ଜୁରୀ, ନିବେଶ ହେବ ୧, ୫୧, ୨୩୯ କୋଟି, ସୃଷ୍ଟି ହେବ ୬୦ ହଜାର ନିଯୁକ୍ତି

ଭୁବନେଶ୍ଵର: ରାଜ୍ୟରେ ଆଉ ୮ ବଡ଼ ଶିଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ HLCA ବୈଠକ ବସିଥିଲା।  ବୈଠକରେ ଏହି ବଡ଼ ଶିଳ୍ପକୁ ମଞ୍ଜୁରୀ  ମିଳିଛି। ଏଥିରେ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା ନିବେଶ ହେବ। ୮ ଶିଳ୍ପ ହେଲେ ୬୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। 

ବୈଠକରେ ରାଜ୍ୟରେ ବେଦାନ୍ତର ଆଉ ଏକ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଢେଙ୍କାନାଳରେ ବେଦାନ୍ତ କରିବ ୩ MTPA ବଡ଼ ପ୍ଲାଣ୍ଟ। ଏହି ପ୍ରକଳ୍ପରେ ନିବେଶ ହେବ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା। ପ୍ରକଳ୍ପ ହେଲେ ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ବୈଠକରେ ଢେଙ୍କାନାଳରେ ଜିନ୍ଦଲ ସ୍ପେଶିଆଲିଟି ଷ୍ଟିଲ୍ ପ୍ଲାଣ୍ଟକୁ ମଧ୍ୟ ମଞ୍ଜୁରୀ ମିଳିଛି।  ପ୍ରକଳ୍ପ ପାଇଁ ଜିନ୍ଦଲ ୩,୬୦୦ କୋଟି ନିବେଶ କରିବ। 

Also read: ଚୀନକୁ ଟପି ଧନୀ ରାଷ୍ଟ୍ର ହେବ ଭାରତ: ମିଳିଲା ୨ ଲକ୍ଷ କୋଟି ଲିଟର ଅଶୋଧିତ ତୈଳର ବିଶାଳ ଭଣ୍ଡାର !

ଏହା ବ୍ୟତୀତ ଗଞ୍ଜାମରେ କେମିକାଲ ପ୍ଲାଣ୍ଟ କରିବ ଏସଆରଏଫ। ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଟଙ୍କା ନିବେଶ ହେବ।  ଖୋର୍ଦ୍ଧାରେ ସ୍ପୋର୍ଟକିଙ୍ଗ୍ କରିବ ଟେକ୍ସଟାଇଲ ୟୁନିଟ୍। କେନ୍ଦୁଝରରେ ଶ୍ୟାମ ଷ୍ଟିଲ୍ କରିବ। ଏହି ପ୍ରକଳ୍ପରେ ଶ୍ୟାମ ଷ୍ଟିଲ୍ ନିବେଶ କରିବ ୨,୪୯୦ କୋଟି।